ETV Bharat / bharat

ହାଇଦ୍ରାବାଦରେ କ୍ୟାମ୍ପେନ ୱାର: ବେଆଇନ ବ୍ୟାନର ପାଇଁ BJP-TRS ଗଣିଲେ ଜୋରିମାନା

author img

By

Published : Jul 4, 2022, 11:16 AM IST

ହାଇଦ୍ରାବାଦରେ BJP-TRS ବ୍ୟାନର ଓ୍ବାର ପରେ କାର୍ଯ୍ୟାନୁଷ୍ଠାନ ନେଲା ମହାନଗର ନିଗମ । ଅନଧିକୃତ ସ୍ଥାନରେ ବିନା ଅନୁମତିରେ ବ୍ୟାନର ଲଗାଇବା ପାଇଁ ବିଜେପିକୁ 20 ଲକ୍ଷ ଓ ଟିଆରଏସକୁ 3 ଲକ୍ଷ ଟଙ୍କାର ଜୋରିମାନା । ଅଧିକ ପଢନ୍ତୁ

Etv Bharatହାଇଦ୍ରାବାଦରେ କ୍ୟାମ୍ପେନ ଓ୍ବାର: ବେଆଇନ ବ୍ୟାନର ପାଇଁ BJP, TRS ଗଣିଲେ ଲକ୍ଷାଧିକ ଜୋରିମାନା

ହାଇଦ୍ରାବାଦ: ସହରରେ ଗତ ସପ୍ତାହେ ଧରି ଦେଖିବାକୁ ମିଳିଥିବା BJP-TRS କ୍ୟାମ୍ପେନ ଓ୍ବାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମହାନଗର ନିଗମ (GHMC )। ସହରର ବିଭିନ୍ନ ଅନଧିକୃତ ସ୍ଥାନରେ ପ୍ରଶାସନର ବିନା କୌଣସି ଅନୁମତିରେ ବ୍ୟାନର ଓ ହୋଡିଂ ଲଗାଇବା ପାଇଁ ଉଭୟ ଦଳକୁ ଜୋରିମାନା ନୋଟିସ ପଠାଇଛି ମହାନଗର ପ୍ରଶାସନ । ଏଥିପାଇଁ ବିଜେପିକୁ 20 ଲକ୍ଷ ଟଙ୍କା ଓ ଟିଆରଏସକୁ 3 ଲକ୍ଷ ଟଙ୍କାର ଫାଇନ ଗଣିବାକୁ ପଡିଛି ।

ହାଇଦ୍ରାବାଦରେ କ୍ୟାମ୍ପେନ ଓ୍ବାର: ବେଆଇନ ବ୍ୟାନର ପାଇଁ BJP, TRS ଗଣିଲେ ଲକ୍ଷାଧିକ ଜୋରିମାନା

ବିଜେପିର ଦୁଇ ଦିନି ଜାତୀୟ କାର୍ଯ୍ୟକାରିଣୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ତମାମ ବରିଷ୍ଠ ନେତା ସହରରେ ଡେରା ପକାଇଥିଲେ । ଏହି ଅବସରରେ ସହରରେ ଦଳୀୟ ବ୍ୟାନର ଓ ହୋଡିଂ ଛାଇ ଯାଇଥିଲା । ଅନ୍ୟପଟେ ରାଜ୍ୟରେ ଶାସନରେ ଥିବା ଟିଆରଏସ ମଧ୍ୟ ବ୍ୟାନର ଓ ହୋଡିଂରେ ବିଜେପିକୁ ଟକ୍କର ଦେବା ପାଇଁ ପଛଘୁଞ୍ଚା ଦେଇନଥିଲା । ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା ରାଜ୍ୟ ଗସ୍ତରେ ଆସିଥିଲେ । ବିଶାଳ ବ୍ୟାନର ଓ ହୋଡିଂ ମାଧ୍ୟମରେ ଦଳ ତାଙ୍କୁ ସ୍ବାଗତ କରିଥିଲା । ଏପରି ପ୍ରତିଯୋଗିତା ଫଳରେ ସହରର ପ୍ରାୟ ସମସ୍ତ ବ୍ୟସ୍ତବହୁଳ ସ୍ଥାନରେ ଦେଖିବାକୁ ମିଳିଥିଲା ରାଜନୈତିକ ବ୍ୟାନର ଓ ହୋଡିଂ ।

ମହାନଗର ନିଗମ ପ୍ରବର୍ତ୍ତନ ଭିଜିଲାନ୍ସ ଡିଜାଷ୍ଟର ମ୍ୟାନେଜମେଣ୍ଟ (EVDM) ବିଭାଗ ଅନଲାଇନ ଓ ସାମାଜିକ ଗଣମାଧ୍ୟମରେ ସହରବାସୀଙ୍କ ଠାରୁ ଏନେଇ ଏକାଧିକ ଅଭିଯୋଗ ପାଇଥିଲା । କେଉଁ ଅନଧିକୃତ ସ୍ଥାନରେ କେଉଁ ଦଳର କେତେ ବ୍ୟାନର ଓ ହୋଡିଂ ଲାଗିଛି ତାକୁ ନେଇ ତଦାରଖ କରିଥିଲା ସଂସ୍ଥା । ପରେ ମହାନଗର ନିଗମ ପକ୍ଷରୁ ସମ୍ପୃକ୍ତ ଦଳର କର୍ଯ୍ୟାଳୟକୁ ଫାଇନ ଚାଲାଣ ପଠାଯାଇଛି । ଏହି ଜୋରିମାନା ରାଶି ଏକ ସପ୍ତାହ ମଧ୍ୟରେ ପଇଠ କରିବାକୁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ସୀମା ଦେଇଛି ମହାନଗର ନିଗମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.