ETV Bharat / bharat

ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ: ଭୋଟ ଗଣତି ଜାରି - GHMC

ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ
ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ
author img

By

Published : Dec 4, 2020, 10:17 AM IST

Updated : Dec 4, 2020, 11:16 AM IST

11:12 December 04

ପୋଷ୍ଟାଲ ବାଲାଟର ଗଣତି ଶେଷ, ହାଇଦ୍ରାବାଦରେ ଆଗୁଆ ପଦ୍ମ

ପୌରନିର୍ବାଚନରେ ପୋଷ୍ଟାଲ ବାଲାଟର ଗଣତି ଶେଷ ହୋଇଛି । ଗଣତିରେ ବିଜେପି ଆଗୁଆ ରହିଛି । ବିଜେପି 85ଟି ସିଟ୍‌ରେ ଆଗୁଆ ଥିବାବେଳେ ଟିଆରଏସ 29ଟି ଆସନରେ ଆଗରେ ରହିଛି । 

10:25 December 04

ଆଗୁଆ ରହିଛି ବିଜେପି

ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନର ଭୋଟ ଗଣତି ଜାରି ରହିଛି । ଶାନ୍ତି ଶୃଙ୍ଖଳାର ସହିତ ଗଣତି କରାଯାଉଛି । ବର୍ତ୍ତମାନ ପୋଷ୍ଟାଲ ବାଲାଟର ଗଣତି କରାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ, ବିଜେପି 36 ସିଟ୍‌, ଟିଆରଏସ 12, ଏଆଇଏମଆଇଏମ 8ଟି ଓ କଂଗ୍ରେସ ଗୋଟିଏ ସିଟ୍‌ରେ ଆଗୁଆ ରହିଛି । 

09:34 December 04

ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନର ଭୋଟ ଗଣତି ଜାରି ।

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ(GHMC) ର ଭୋଟ ଗଣତି ଜାରି । ସକାଳ 8ଟାରୁ ଚାଲିଛି ମତଦାନ ଗଣନା । ଭୋଟ ଗଣତି ପରେ ନିର୍ଦ୍ଧାରଣ ହେବ 1222ଜଣ ପ୍ରାର୍ଥୀଙ୍କ ଭାଗ୍ୟ ।  

ନିର୍ବାଚନ ଅଧିକାରୀ ପ୍ରଥମେ ପୋଷ୍ଟାଲ ବାଲେଟ ଗଣୁଥିବାବେଳେ ପରେ ବାଲେଟ ପେପର ଗଣତି ହେବ । ତେବେ ବାଲାଟ୍‌ ବକ୍ସର ଗଣତି ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମେ ପ୍ରାଥମିକ ଭୋଟ ଗଣନା କରାଯିବା ପରେ ପ୍ରାର୍ଥୀଙ୍କ ଅନୁସାରେ ଭୋଟ ଗଣତି ହେବ ।  

ପ୍ରତି ପର୍ଯ୍ୟାୟରେ 14000 ଭୋଟ ଗଣନା କରାଯିବ । ପୂର୍ବାହ୍ନ 12 ସୁଦ୍ଧା ପ୍ରାଥମିକ ଗଣନା ସରିବାକୁ ଥିବାବେଳେ 3ଟା ସୁଦ୍ଧା ସମସ୍ତ ଗଣନା ଶେଷ କରିବାକୁ ଧାର୍ଯ୍ୟ ହୋଇଛି । ସେହିପରି ବିବାଦୀୟ ଭୋଟ ପାଇଁ ରିଟର୍ଣ୍ଣିଂ ଅଫିସର ନିଷ୍ପତ୍ତି ନେବେ । ସେପଟେ ଗଣନାକାରୀ ଅବଜରଭରଙ୍କ ନିଷ୍ପତ୍ତି ପରେ ଫଳାଫଳ ପ୍ରକାଶ ପାଇବ ।  

ସେପଟେ ଫଳାଫଳ ବାହାରି ସାରିବା ପରେ ପ୍ରାର୍ଥୀମାନେ ପୁନଃ ଗଣନା ପାଇଁ ଆବେଦନ କରିପାରିବେ । ତେବେ ପୁନଃ ଗଣନା ହେବ କି ନାହିଁ ତାହା ରିଟର୍ଣ୍ଣିଂ ଅଫିସର ନିଷ୍ପତ୍ତି ନେବେ । ସେହିପରି ଯଦି ଦୁଇ ଜଣ ପ୍ରାର୍ଥୀଙ୍କ ଭୋଟ ସମାନ ଆସେ ତେବେ ଡ୍ର ପ୍ରକ୍ରିୟା ଅନୁସାରେ ଫଳାଫଳ ଘୋଷଣା କରାଯିବ ।  

ସୂଚନାଥାଉକି, ଡିସେମ୍ବର 1 ତାରିଖରେ ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ନିର୍ବାଚନରେ ବିଜେପିର ବହୁ ହେଭିୱେଟ୍‌ ପ୍ରଚାର ମୈଦାନକୁ ଓହ୍ଲାଇଥିବାରୁ ଏହା ଚର୍ଚ୍ଚାରେ ରହିଛି । 

Last Updated : Dec 4, 2020, 11:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.