ETV Bharat / bharat

କପିଲଦେବ ସିଂ ହତ୍ୟା ମାମଲା, ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ ୧୦ବର୍ଷ ଜେଲ୍ - Mukhtar Ansari in Gangstar Case

ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହି ସଜ୍ଜା ଶୁଣାଇଛନ୍ତି ଏମପି-ଏମଏଲଏ କୋର୍ଟ । ଅଧିକ ପଢନ୍ତୁ...

Verdict on Mukhtar Ansari
ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ ୧୦ବର୍ଷ ଜେଲ୍
author img

By ETV Bharat Odisha Team

Published : Oct 27, 2023, 9:11 PM IST

ଲକ୍ଷ୍ନୌ: କପିଲଦେବ ସିଂ ହତ୍ୟା ମାମଲା । ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ । ଏହି ସଜ୍ଜା ଶୁଣାଇଛନ୍ତି ଏମପି-ଏମଏଲଏ କୋର୍ଟ । ୧୦ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି ନ୍ୟାୟାଳୟ । ଏହି ମାମଲାର ଅନ୍ୟ ଅଭିଯୁକ୍ତ ସୋନୁ ଯାଦବକୁ ୫ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହାସହ ସୋନୁକୁ ୨ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଏମପି-ଏମଏଲଏ କୋର୍ଟର ବିଚାରପତି ଜଷ୍ଟିସ ଅରବିନ୍ଦ ମିଶ୍ର ଏହି ମାମଲାର ଶୁଣାଣି କରିଛନ୍ତି ।

ଭିଡିଓ କନଫରେନ୍ସ ଯୋଗେ ଏହି ମାମଲାର ଶୁଣାଣି ହୋଇଛି । ଶୁକ୍ରବାର ଦିନ ଦଣ୍ଡାଦେଶ ଶୁଣାଇବା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ମୁଖତାର ଅନସାରୀକୁ ହାଜର କରାଯାଇଥିଲା । ସେ କହିଥିଲା, "ମୋର ଏହି ମାମଲା ସହ କୌଣସି ସମ୍ପର୍କ ନାହିଁ । ମୁଁ 2005 ମସିହାରୁ ଜେଲରେ ସଜ୍ଜା ଭୋଗୁଛି ।" ଏହାସହ ମୁଖତାରର ଓକିଲ ଲିୟାକତ କହିଛନ୍ତି, ଆମେ ନ୍ୟାୟ ପାଇଁ ହାଇକୋର୍ଟରେ ଆବେଦନ କରିବୁ । ବିଶ୍ବାସ ଅଛି ଯେ, ଆମକୁ ଏଥିରେ ନ୍ୟାୟ ମିଳିବ ।"

୨୦୦୯ ରେ ଘଟିଥିଲା ଛାତିଥରା ହତ୍ୟାକାଣ୍ଡ । ଉତ୍ତରପ୍ରଦେଶର ଜଣେ ଶିକ୍ଷକ କପିଲ ଦେବ ସିଂଙ୍କୁ କରାଯାଇଥିଲା ବୀଭତ୍ସ ହତ୍ୟା । ଏନେଇ କରଣ୍ଡା ଥାନାରେ ମୁଖତାର ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ ଆଧାରରେ ମାମଲା ରୁଜୁ ହୋଇଥିଲା । ଏହାସହ ମୀର ହାସନଙ୍କୁ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ମଧ୍ୟ ରହିଥିଲା । ୨୦୧୦ ରେ କୁଖ୍ୟାତ ଅପରାଧୀ ମୁଖତାର ଅନସାରୀ ନାଁରେ ଏହି ୨ଟି ମାମଲା ରୁଜୁ ହୋଇଥିଲା ।

ଏହା ବି ପଢନ୍ତୁ...Bulldozer Action: ଗ୍ୟାଙ୍ଗଷ୍ଟର ଟିମନର ବାସଭବନ ଓ ଅଫିସ ଉପରେ ଚଢିଲା ବୁଲଡୋଜର

ଖାଲି ସେତିକି ନୁହେଁ, ପୂର୍ବରୁ କୃଷ୍ଣନନ୍ଦ ରାୟ ହତ୍ୟା ମାମଲାରେ ମୁଖତାର ଅନସାରୀକୁ ୧୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେହିପରି ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟଙ୍କ ବଡ଼ ଭାଇ ଅବଧେଶ ରାୟ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ ଥିବା ମୁଖତାର ଜେଲରେ ସଜ୍ଜା କାଟିଆସୁଥିଲା । ତେବେ ପୁଣିଥରେ କପିଲଦେବ ସିଂ ହତ୍ୟା ଓ ମୀର ହାସନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ମୁଖତାରକୁ ଆଜୀବନ ସଜ୍ଜା ମିଳିଛି । ଗତ ୧୪ ତାରିଖରେ ମୁଖତାର ଅନସାରୀର ଗାଜିପୁର ଓ ମଓ ସ୍ଥିତ ସମ୍ପତ୍ତି ଜବତ କରାଯାଇଥିଲା । ତେବେ ମୁଖତାର ଅନସାରୀ ନାଁରେ ପୂର୍ବରୁ ହତ୍ୟା, ଅପହରଣ ଭଳି ଅନେକ ଅପରାଧିକ ମାମଲା ମଧ୍ୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.