ETV Bharat / bharat

ଭଉଣୀକୁ କମେଣ୍ଟ ମାରିଲେ, ବିଚ୍ ରାସ୍ତାରେ କନେଷ୍ଟବଳ ଭାଇଠୁ ପିଟା ଖାଇଲେ

ବିଚ୍ ରାସ୍ତାରେ ପୋଲିସ ପୋଷାକରେ ଥାଇ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ କନଷ୍ଟେବଳ । ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ସମ୍ପୃକ୍ତ କର୍ମଚାରୀ ନିଲମ୍ବିତ ହେଲେ । ଅଧିକ ପଢ଼ନ୍ତୁ

author img

By

Published : Aug 16, 2023, 9:39 PM IST

constable mercilessly thrashes man
ଯୁବକଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ଲକ୍ଷ୍ନୌ: ମହଙ୍ଗା ପଡ଼ିଲା ପୋଲିସ କର୍ମଚାରୀଙ୍କ ଦାଦାଗିରି । ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । ଯୁବକଙ୍କୁ ଲାତ, ଗୋଇଠା ମାରି ରକ୍ତାକ୍ତ କରିବାର ଭିଡ଼ିଓ ଭାଇରାଲ ହେବା ପରେ ଜିଲ୍ଲା ଏସପି ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଉତ୍ତରପ୍ରଦେଶର ଗାଜିଆବାଦ କବିନଗର ଅଞ୍ଚଳରେ ପୋଲିସ କର୍ମଚାରୀଙ୍କ ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗାଜିଆବାଦ ଜିଲ୍ଲା କବିନଗର ଥାନା ଅଞ୍ଚଳରେ ପୋଲିସ କର୍ମଚାରୀ ବିଚ୍ ରାସ୍ତାରେ ତାଙ୍କ ଭଉଣୀକୁ କମେଣ୍ଟ ମାରିବା ପରେ ଜଣେ ଯୁବକଙ୍କୁ ଅତି ଦୟନୀୟ ଭାବେ ମାଡ଼ ମାରୁଥିଲେ । ପୋଲିସ ପୋଷାକରେ ଥାଇ ସେ ତାଙ୍କୁ ତଳେ ପକାଇ ଲାତ, ଗୋଇଠା ମାରି ରକ୍ତାକ୍ତ କରି ପକାଇଲେ । ସେ ଜଣେ ପୋଲିସ କର୍ମଚାରୀ ହୋଇଥିବାରୁ ତାଙ୍କୁ ଅଟକାଇବାକୁ କେହି ସାହାସ କରିନଥିଲେ । ତେବେ ଏତିକିରେ ସମ୍ପୃକ୍ତ କର୍ମଚାରୀଙ୍କ ରାଗ ଶାନ୍ତ ହୋଇନଥିଲା । ଯୁବକଙ୍କୁ ଛାତିରେ କିକ ମାରିବା ଆରମ୍ଭ କଲେ । ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଅଟକାଇଥିଲେ । ଘଟଣାଟି ଗତ ୧୪ ତାରିଖର ହୋଇଥିବା ଜଣାପଡ଼ିଛି । ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ଜିଲ୍ଲା ପୋଲିସ ପ୍ରଶାସନ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ବିଚ୍ ରାସ୍ତାରେ ପୋଲିସ କର୍ମଚାରୀଙ୍କ ଦାଦାଗିରି, ଯୁବକଙ୍କୁ ଜୋତାରେ ମାଡ଼ ମାରି ହେଲେ ନିଲମ୍ବିତ

ଏସିପି ଅଭିଷେକ ଶ୍ରୀବାସ୍ତବ ଏ ପ୍ରସଙ୍ଗରେ କହିଛନ୍ତି, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓ ପୋଲିସ ହାତରେ ଲାଗିଛି । ସେଥିରେ ଜଣେ ପୋଲିସ କର୍ମଚାରୀ ଅତି ନିର୍ଦ୍ଦୟ ଭାବେ ଯୁବକଙ୍କୁ ମାରୁଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ପୋଲିସ କର୍ମଚାରୀ ମଧୁବନ ବାପୁଧାମ ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ । ଭିଡ଼ିଓ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ବିଭାଗୀ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଏସିପି ସୂଚନା ଦେଇଛନ୍ତି ।

ଅନ୍ୟପଟେ କନଷ୍ଟେବଳ କହିଛନ୍ତି ଯେ, ଉକ୍ତ ଯୁବକ ଜଣକ ତାଙ୍କ ଭଉଣୀକୁ ନେଇ ଅଶାଳୀନ ମନ୍ତବ୍ୟ ଦେଉଥିଲେ । ତେଣୁ ସେ ମାଡ଼ ମାରିଥିବା କହିଛନ୍ତି । ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, କନଷ୍ଟେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଥିଲା । କିନ୍ତୁ ରାସ୍ତା ଉପରେ ପୋଲିସ ପୋଷାକରେ ଜଣେ ଯୁବକଙ୍କୁ ଏପରି ମାଡ଼ ମାରିବା, ପୋଲିସର ଛବିକୁ ନିନ୍ଦା କରୁଛି । ତେଣୁ ତାଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.