ETV Bharat / bharat

ଆମକୁ ଆଗ ଟିକା ଦିଅ, ସେରମ CEOଙ୍କୁ ମିଳୁଛି ଧମକ !

author img

By

Published : May 1, 2021, 9:01 PM IST

Updated : May 1, 2021, 10:47 PM IST

ଟିକା ଉତ୍ପାଦନକାରୀ ସମ୍ପାନୀ ସେରମ ଇଷ୍ଟିଂଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାଓ୍ବାଲାଙ୍କ ବିସ୍ପରୋକ ମନ୍ତବ୍ୟ , କହିଲେ ଟିକା ପାଇଁ ମିଳୁଛି ଧମକ ପୂର୍ଣ୍ଣ କଲ । ଅଧି୍କ ପଢନ୍ତୁ...

ଚାପରେ ସେରମ, ତୁରନ୍ତ ଟିକା ଯୋଗାଣ ପାଇଁ ମିଳୁଛି ଧମକପୂର୍ଣ୍ଣ ଫୋନକଲ: ସିଏଇଓ ଆଦର ପୁନଓ୍ବାଲା

ନୂଆଦିଲ୍ଲୀ:ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇଷ୍ଟିଂଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାଓ୍ବାଲାଙ୍କ ବିସ୍ଫୋରକ ମନ୍ତବ୍ୟ । ଟିକା ଉତ୍ପାଦନ ନେଇ ସେ ପ୍ରବଳ ଚାପରେ ଥିବା ସେ ପ୍ରକାଶ କରିଛନ୍ତି । ତୁରନ୍ତ ଟିକା ଯୋଗାଣ ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ଚାପ ତଥା ଧମକପୂର୍ଣ୍ଣ ଫୋନ କଲ ମିଳୁଥିବା ପ୍ରକାଶ କରିଛନ୍ତି ଆଦର। ଏହିଫୋନ କଲ ତାଲିକାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ କିଛି ମୁଖ୍ୟମନ୍ତ୍ରୀ, ବ୍ୟବସାୟୀ ଓ ଉଦ୍ୟୋଗପତି ଥିବା ସୂଚନା ଦେଇଛନ୍ତି ପୁନାଓ୍ବାଲା । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏପରି ଅସହାୟତା ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଆଦର କହିଛନ୍ତି ଭାରତରେ ସୃଷ୍ଟି ହୋଇଥିବା ସଂକ୍ରମଣର ଅଣାୟତ ପରିସ୍ଥିତିରେ ସମସ୍ତେ ତୁରନ୍ତ ଟିକା ଉପଲବ୍ଧ କରିବା ପାଇଁ ଚାହୁଛନ୍ତି । ସେମାନେ ଅସମ୍ଭବ ଭାବେ ମଧ୍ୟ ଚାପ ପକାଇବା ଆରମ୍ଭ କରିଦେଲେଣି । ସେମାନେ ଯାହା ଚାହୁଛନ୍ତି, ତାହା ତୁରନ୍ତ ପୂରଣ କରିବା ସମ୍ଭବ ନୁହେଁ । କିନ୍ତୁ ସେମାନେ ଉତ୍ପାଦନର ବାସ୍ତବିକ ସ୍ଥିତି ବୁଝିବାକୁ ଆଦୌ ପ୍ରସ୍ତୁତ ନଥିବା କହିଛନ୍ତି ଆଦର ପୁନଃଓ୍ବାଲା ।ତେଣୁ ଏପରି ପରିସ୍ଥିତିରେ କମ୍ପାନୀ ଉପରେ ପ୍ରବଳ ଚାପ ସୃଷ୍ଟି ହେଉଥିବା ସେ ମତ ରଖିଛନ୍ତି ।

ସେ ଏବେ ବ୍ରିଟେନରେ ଅଛନ୍ତି, ଦୁଇ ଦେଶ ମଧ୍ୟରେ ଯାତାୟତ ବନ୍ଦ ହେବା ପୂର୍ବରୁ ସେ ଭାରତ ଫେରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ସେ ନିଜ ବିଦେଶ ଗସ୍ତ ସମୟରେ ଭ୍ୟାକସିନର ବିଦେଶ ବଜାର ପ୍ରବେଶ ଉପରେ ଯୋଜନା କରୁଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଭ୍ୟକସିନର ଉତ୍ପାଦନ ପରିମାଣ କ୍ଷମତା ବଢାଇବା ସହ ଏହାକୁ ବିଦେଶ ବଜାରରେ ମଧ୍ୟ ପ୍ରବେଶ କରାଇବା ଲକ୍ଷରେ ସେ ବ୍ରିଟେନ ଗସ୍ତ କରିଥିବା ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରୋପୋର୍ଟ, ଇଟିଭି ଭାରତ

Last Updated : May 1, 2021, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.