ETV Bharat / bharat

Pitru paksha mela 2023: ଗୟାରେ ପିତୃପୁରୁଷଙ୍କୁ ସମୂହ ପିଣ୍ଡଦାନ କଲେ ବିଦେଶୀ ମହିଳା

author img

By ETV Bharat Odisha Team

Published : Oct 11, 2023, 9:58 PM IST

ବିଦେଶୀଙ୍କୁ ଆକୃଷ୍ଠ କରୁଛି ଭାରତୀୟ ପରମ୍ପରା, ଆସ୍ଥା ଓ ବିଶ୍ବାସ । ଗୟାରେ ପିତୃପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଜର୍ମାନୀ, ଋଷ ଓ ୟୁକ୍ରେନରୁ ଆସିଥିବା ମହିଳା । ଅଧିକ ପଢନ୍ତୁ

Pitru paksha mela 2023: ଗୟାରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ଜର୍ମାନୀ ମହି

ପାଟନା: ନିଜ ସଂସ୍କୃତି ଭୁଲି ପାଶ୍ଚାତ୍ୟ ସଂସ୍କୃତି ଓ ଜୀବନଶୈଳୀକୁ ଅନୁସରଣ କରୁଛନ୍ତି ଆଜିର ଯୁବପିଢି । ଆଧୁନିକତାର ସହ ଏହାର ପ୍ରଭାବ ମଧ୍ୟ ଭାରତୀୟ ସମାଜରେ ପ୍ରାୟତଃ ଦେଖିବାକୁ ମିଳିଲାଣି । ମାତ୍ର ଭାରତୀୟ ପରମ୍ପରା ଦ୍ବାରା ଆକର୍ଷିତ ହେଉଛନ୍ତି ବିଦେଶୀ । ଆଜି ବିହାର ଗୟାରେ ସେପରି କିଛି ଘଟଣା ଦେଖିବାକୁ ମିଳିଛି । ଏବେ ଗୟାରେ ବିଶ୍ୱପ୍ରସିଦ୍ଧ ପିତୃପକ୍ଷ ମେଳା ଚାଲିଛି । ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ତୀର୍ଥଯାତ୍ରୀ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି । ତେବେ ଏହି ଭାରତୀୟ ପରମ୍ପରାରେ ନିଜକୁ ସାମିଲ କରିଛନ୍ତି ସୁଦୂର ଜର୍ମାନରୁ ଆସିଥିବା ଏକାଧିକ ମହିଳା । ସମ୍ପୂର୍ଣ୍ଣ ଭାରତୀୟ ପରମ୍ପରା ଅନୁସରଣ କରି ସେମାନେ ପିଣ୍ଡଦାନ କରିଛନ୍ତି । କେବଳ ଜର୍ମାନ ନୁହେଁ ଋଷ ଓ ୟୁକ୍ରେନରୁ ମଧ୍ୟ କିଛି ମହିଳା ଆଜି ଗୟାରେ ପିଣ୍ଡଦାନ କରିଥିବା ଦେଖିବାକୁ ମିଳିଛି ।

ଆଜି (ବୁଧବାର) ଗୟାର ଫାଲ୍ଗୁ ତଟରେ ଅବସ୍ଥିତ ଦେବଘାଟରେ ପ୍ରାୟ 12ରୁ ଅଧିକ ଜର୍ମାନୀ ମହିଳାଙ୍କ ସହ ଜଣେ ପୁରୁଷ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ । ସେମାନେ ସମ୍ପୂର୍ଣ୍ଣ ଭାରତୀୟ ପାରମ୍ପରିକ ପୋଷାକ ସହ ପିଣ୍ଡଦାନ ବିଧି ମୁତାବକ କର୍ମକାଣ୍ଡ କ୍ରିୟା ମଧ୍ୟ କରିଥିଲେ । ଭାରତୀୟ ଭାଷା, ବିଶ୍ବାସ ଓ ପରମ୍ପରାକୁ ସମ୍ପୂର୍ଣ୍ଣ ବୁଝି ପାରିନଥିଲେ ସୁଦ୍ଧା ସେମାନଙ୍କ ବିଶ୍ବାସ ଓ ଆସ୍ଥାର ଏହା ଏକ ପ୍ରତିଫଳନ ବୋଲି କୁହାଯାଉଛି ।

ତେବେ ଅନ୍ୟ ଏକ ସୂଚନା ଅନୁସାରେ, ସେମାନେ କେବଳ ଆସ୍ଥା ବିଶ୍ବାସରେ ଭାରତୀୟ ପରମ୍ପରାକୁ ଅନୁସରଣ କରୁଛନ୍ତି ତାହା ନୁହେଁ, ବରଂ ଏକାଧିକ ବିଦେଶୀ ଗବେଷକ, ଛାତ୍ରଛାତ୍ରୀ ମଧ୍ୟ ଏହା ଉପରେ ଅଧ୍ୟୟନ କରୁଛନ୍ତି । ଏହି ପ୍ରାଚୀନ ପରମ୍ପରା ମଧ୍ୟରେ ଥିବା ବିଶ୍ବାସ ଓ ତତ୍ତ୍ବ ସମ୍ପର୍କରେ ଜ୍ଞାନ ମଧ୍ୟ ଆରୋହଣ କରୁଛନ୍ତି । ଯାହା ତାଙ୍କୁ ଭାରତୀୟ ଜୀବନଶୈଳୀ, ଧାର୍ମିକ ବିଶ୍ବାସ ଓ ତତ୍ତ୍ବ ପ୍ରତି ଅଧିକ ଆକର୍ଷିତ କରୁଛି । ତାହାର ପ୍ରତିଫଳନ ଆଜି ଗୟାରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:- Lunar eclipse: କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି

ତେବେ ଆଜି ପିଣ୍ଡଦାନ କରିଥିବା ବିଦେଶୀ ମହିଳାଙ୍କ ଗୋଷ୍ଠୀ ସହ ଥିବା ଓ ସେମାନଙ୍କୁ କର୍ମକାଣ୍ଡ ସମ୍ପାଦନ କରିବାରେ ସହଯୋଗ କରିଥିବା ISKCON ପ୍ରଚାରକ ଲୋକନାଥ ଗୌର କହିଛନ୍ତି, ପିଣ୍ଡଦାନ କରିଥିବା ବିଦେଶୀ ମହିଳାଙ୍କ ମଧ୍ୟରେ ସର୍ବାଧିକ ଜର୍ମାନ ନାଗରିକ ଥିବା ବେଳେ ଋଷ ଓ ୟୁକ୍ରେନରୁ ମଧ୍ୟ କିଛି ନାଗରିକ ଅଂଶଗ୍ରଣ କରିଥିଲେ । ସେମାନେ ପିଣ୍ଡଦାନ କରିବା ପରେ ଖୁସିବ୍ୟକ୍ତ କରିଛନ୍ତି । ପ୍ରତିବର୍ଷ ଭାରତ ଆସି ପିଣ୍ଡଦାନ କରିବାକୁ ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.