ETV Bharat / bharat

Bengaluru: ପରିବା କିଣିଲେ ଜର୍ମାନ ମନ୍ତ୍ରୀ, UPIରେ ପେମେଣ୍ଟ କରି କଲେ ପ୍ରଂଶସା

author img

By

Published : Aug 20, 2023, 9:37 PM IST

ବେଙ୍ଗାଲୁରୁ ପରିବା ମାର୍କେଟରେ ବୁଲିଲେ ଜି20 ସମ୍ମିଳନୀରେ ଯୋଗ ଦେବାପାଇଁ ଆସିଥିବା ଜର୍ମାନ ମନ୍ତ୍ରୀ । ପରିବା କିଣିଲେ, UPI ରେ ପେମେଣ୍ଟ କରି ପ୍ରଶଂସା କଲେ । ଅଧିକ ପଢନ୍ତୁ

UPI କୁ ପ୍ରଂଶସା କଲେ ଜର୍ମାନୀ ମନ୍ତ୍ରୀ, ବ୍ୟବହାର କରି କଲେ ପେମେଣ୍ଟ

ବେଙ୍ଗାଲୁରୁ: ଭାରତରେ ପ୍ରଚଳିତ ଅନଲାଇନ ମନି ଟ୍ରାନଜାକ୍ସନ ସିଷ୍ଟମ ‘ୟୁନାଇଟେଡ ପେମେଣ୍ଟ ଇଣ୍ଟରଫେସ’ (UPI)କୁ ପ୍ରଶଂସା କରିଛନ୍ତି ଜର୍ମାନ ମନ୍ତ୍ରୀ । କେବଳ ପ୍ରଶଂସା କଲେ ନାହିଁ ବରଂ ନିଜେ ବ୍ୟବହାର କରି ବଜାରରେ ଜିନିଷ କିଣି ପେମେଣ୍ଟ ମଧ୍ୟ କଲେ । ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତ ଗସ୍ତରେ ଥିବା ଜର୍ମାନର ଡିଜିଟାଲ ଓ ପରିବହନ ମନ୍ତ୍ରୀ ଭୋଲକର ଓ୍ବିଶିଂ ଆଜି ବେଙ୍ଗାଲୁରୁରେ UPIରେ ପେମେଣ୍ଟ କରି ଜିନିଷ କିଣିଛନ୍ତି । ଏହାର ସହଜ ବ୍ୟବହାର ଶୈଳୀରେ ସେ ଖୁସିବ୍ୟକ୍ତ କରିବା ସହ ଏହି ସିଷ୍ଟମକୁ ପ୍ରଶଂସା ମଧ୍ୟ କରିଛନ୍ତି । ଯାହାକୁ ନେଇ ଜର୍ମାନ ଦୂତାବାସ ଟ୍ବିଟ୍‌ ମଧ୍ୟ କରିଛି ।

Bengaluru: ପରିବା କିଣିଲେ ଜର୍ମାନ ମନ୍ତ୍ରୀ, UPI ରେ ପେମେଣ୍ଟ କରି କଲେ ପ୍ରଂଶସା

ଏହି ସମୟରେ ଜର୍ମାନ ମନ୍ତ୍ରୀ ଭୋଲକର ଓ୍ବିଶିଂଙ୍କ ସହ ଦୂତାବାସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ବେଙ୍ଗାଲୁରୁର ଏକ ପରିବା ବଜାରରେ ପରିବା କିଣିବା ସହ UPIରେ ପେମେଣ୍ଟ ମଧ୍ୟ କରିଥିଲେ । ଏ ସମ୍ପର୍କରେ ଭାରତରେ ଅବସ୍ଥାପିତ ଜର୍ମାନ ଦୂତାବାସ ପକ୍ଷରୁ ଟ୍ବିଟ୍‌ ମଧ୍ୟ କରାଯାଇଛି । ପରିବା କିଣିବା ସମୟର ଏହି ଭିଡିଓ ଓ ଏକାଧିକ ଫଟୋ ପୋଷ୍ଟ କରି ବିଦେଶୀ ଦୂତାବାସ କହିଛି,"ଭାରତର ସଫଳତାର କାହାଣୀ ହେଉଛି ଡିଜିଟାଲ ଭିତ୍ତିଭୂମି । UPI ସମସ୍ତଙ୍କୁ ସେକେଣ୍ଡରେ ମନି ଟ୍ରାନଜାକ୍ସନ କରିବାକୁ ସମର୍ଥ କରିପାରିଛି । ଲକ୍ଷ ଲକ୍ଷ ଭାରତୀୟ ଏହାକୁ ଦୈନଦିନ ଜୀବନରେ ବ୍ୟବହାର କରୁଛନ୍ତି । ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଏହାକୁ ବ୍ୟବହାର କରି ଖୁସିବ୍ୟକ୍ତ କଲେ । ଏହା ବେଶ ସହଜ ମଧ୍ୟ ।"

ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି-20 ସମ୍ମିଳନୀର ଡିଜିଟାଲ ମନିଷ୍ଟର ମିଟ୍ସ ଦେଶର ଇଲୋକ୍ଟ୍ରୋନିକ୍ସ ରାଜଧାନୀ ବେଙ୍ଗାଲୁରୁରେ ଆୟୋଜିତ ହେଉଛି । ଏଥିରେ ଅଂଶଗ୍ରହଣ କରିବାକୁ ବେଙ୍ଗାଲୁରୁ ଆସିଛନ୍ତି ଜର୍ମାନର ଡିଜିଟାଲ ଓ ଟ୍ରାନ୍ସପୋର୍ଟ ମନ୍ତ୍ରୀ ଭୋଲକର ଓ୍ବିଶିଂ । ସେ ଆଜି ବେଙ୍ଗାଲୁରୁରେ ଏକ ହାଟ ପରିଦର୍ଶନ କରିଥିଲେ । ସେଠାରେ ବ୍ୟବସାୟୀଙ୍କ ସହ କଥା ହୋଇଥିଲେ । ପରିବା ମଧ୍ୟ କିଣିଥିଲେ । UPIରେ ପେମେଣ୍ଟ କରି ଭାରତ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଭାରତର ଡିଜିଟାଲ ଅର୍ଥନୀତି, ଡିଜିଟାଲ ସାଧାରଣ ଭିତ୍ତିଭୂମି, ଡିଜିଟାଲ ଅର୍ଥନୀତିରେ ସୂଚନା ସୁରକ୍ଷା ଏବଂ ଡିଜିଟାଲ କୌଶଳ ପରି ନୀତିକୁ ଜି-20 ଦେଶ ତଥା ଅନ୍ୟାନ୍ୟ ଆମନ୍ତ୍ରିତ ଦେଶ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-G20 Summit: ବିଜ୍ଞାନ କାର୍ଯ୍ୟଗୋଷ୍ଠୀ ସମ୍ମିଳନୀ ଶେଷ, ଇସା ଯୋଗ ସେଣ୍ଟର ବୁଲିଲେ ଅନ୍ତର୍ଜାତୀୟ ପ୍ରତିନିଧି

ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସହରରେ ଆୟୋଜନ ଜାରି ରହିଛି । ବିଦେଶୀ ଅତିଥି ଓ ପ୍ରତିନିଧିମାନେ ଭାରତୀୟ ଜୀବନଶୈଳୀ, ସମୃଦ୍ଧ ପରମ୍ପରା ଓ ବିବିଧ ସଂସ୍କୃତି ସମ୍ପର୍କରେ ଅବଗତ ହେବାରେ ଲାଗିଛନ୍ତି । ବର୍ଷ ଶେଷରେ ରାଜଧାନୀ ଦିଲ୍ଲୀରେ କାର୍ଯ୍ୟକ୍ରମର ଅନ୍ତିମ ତଥା ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଜି-20 ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.