ETV Bharat / bharat

Cash for Query Row: ହୀରାନନ୍ଦାନୀଙ୍କୁ ସଂସଦ ଓ୍ବେବସାଇଟ୍‌ ଲଗଇନ୍‌ ଡିଟେଲ୍ସ ଦେଇଥିଲେ ମୋଇତ୍ରା !

author img

By ETV Bharat Odisha Team

Published : Oct 28, 2023, 10:18 PM IST

ପୁଣି ଚର୍ଚ୍ଚା ବଢାଇଲା ମୋଇତ୍ରାଙ୍କ ମନ୍ତବ୍ୟ । କହିଲେ କିଛି କାରଣ ପାଇଁ ସେ ହୀରାନନ୍ଦାନୀଙ୍କୁ ସଂସଦ ଓ୍ବେବସାଇଟ୍‌ ଲଗଇନ୍‌ ଡିଟେଲ୍ସ ଦେଇଥିଲେ । ମାତ୍ର କୌଣସି ଅର୍ଥ କିମ୍ବା ଉପହାର ନେଇନାହାନ୍ତି । ଅଧିକ ପଢନ୍ତୁ

Cash for Query Row: ହୀରାନନ୍ଦାନୀଙ୍କୁ ସଂସଦ ଓ୍ବେବସାଇଟ୍‌ ଲଗଇନ୍‌ ଡିଟେଲ୍ସ ଦେଇଥିଲେ ମୋଇତ୍ରା  !
Cash for Query Row: ହୀରାନନ୍ଦାନୀଙ୍କୁ ସଂସଦ ଓ୍ବେବସାଇଟ୍‌ ଲଗଇନ୍‌ ଡିଟେଲ୍ସ ଦେଇଥିଲେ ମୋଇତ୍ରା !

ନୂଆଦିଲ୍ଲୀ: ସଂସଦରେ ପ୍ରଶ୍ନ ପାଇଁ ଶିଳ୍ପପତିଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗରେ ତଦନ୍ତ ପରିସରରେ ଥିବା ଟିଏମସିର ଫାଏରବ୍ରାଣ୍ଡ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ଆହୁରି ଜଟିଳ ହେବାରେ ଲାଗିଛି । ସେ ଆସନ୍ତା ମାସ 2 ତାରିଖରେ ସଂସଦ ସଦାଚାର କମିଟି ସମ୍ମୁଖରେ ହାଜର ହେବାକୁ ସାନି ସମନ ପାଇଛନ୍ତି । ଏହା ପୂର୍ବରୁ ଆଜି ଆଉ ଏକ ରୋଚକ ଘଟଣାକ୍ରମ ମଧ୍ୟ ଏହି ଅଭିଯୋଗ ଅଧ୍ୟାୟ ସହ ଯୋଡି ହୋଇଛି । ଏକ ଘରୋଇ ବୈଦ୍ଯୁତିକ ଚ୍ୟାନେଲକୁ ଦେଇଥିବା ପ୍ରତିକ୍ରିୟାରେ ମହୁଆ ତାଙ୍କ ସଂସଦୀୟ ଓ୍ବେବସାଇଟର ଲଗଇନ ଓ ପାସଓ୍ବାର୍ଡ ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କ ସହ ସେୟାର କରିଥିବା ସ୍ବୀକାର କରିଛନ୍ତି ।

ମହୁଆ କହିଛନ୍ତି, ଅନେକ ସମୟରେ ବ୍ୟସ୍ତ ରହୁଥିବା କାରଣରୁ ତାଙ୍କ ପାସଓ୍ବାର୍ଡ ସେ ହୀରାନନ୍ଦାନୀଙ୍କ ସମେତ ଅନ୍ୟ କିଛି ସହଯୋଗୀଙ୍କୁ ମଧ୍ୟ ସେୟାର କରିଥିଲେ । ସେମାନେ ପ୍ରଶ୍ନ ପ୍ରସ୍ତୁତ କରି ଏହି ଓ୍ବେବସାଇଟରେ ସବମିଟ କରୁଥିଲେ । ହେଲେ ତାଙ୍କ ବିନା ଅନୁମତିରେ କୌଣସି ପ୍ରଶ୍ନ ତାଙ୍କ ସାଂସଦ ଆକାଉଣ୍ଟରେ କେହି ସବମିଟ କରିପାରିବେ ନାହିଁ । ଏହାକୁ ସେ ଓଟିପି ମାଧ୍ୟମରେ ଅନୁମୋଦନ କରିବା ପରେ ଏହା ସଂସଦୀୟ ଓ୍ବେବସାଇଟରେ ପଞ୍ଜୀକରଣ ହେଉଥିଲା ବୋଲି ମହୁଆ କହିଛନ୍ତି । ମାତ୍ର ଏହି ସୁବିଧା ଏହି ଓ୍ବେବସାଇଟ ପ୍ରସ୍ତୁତ ଓ ସଂଞ୍ଚାଳିତ କରୁଥିବା NIC ର ସର୍ତ୍ତାବଳୀ ଖିଲାପ ନୁହେଁ ବୋଲି କହିଛନ୍ତି ମହୁଆ । ଅନ୍ୟପଟେ ସେ ଏହା ବଦଳରେ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଅର୍ଥ କିମ୍ବା ଉପହାର ଗ୍ରହଣ କରିଥିବା ଅଭିଯୋଗକୁ ସେ ପୂର୍ବପରି ଦୃଢୋକ୍ତି ସହ ଖଣ୍ଡନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Delhi liquor Policy: 30ରେ ସିସୋଦିଆଙ୍କ ବେଲ ଆବେଦନର ରାୟ

ପ୍ରଥମେ ଏହି ଅଭିଯୋଗ ଆଣିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ମହାହୁଙ୍କ ଏହି ଦାବିକୁ ଖଣ୍ଡନ କରିଛନ୍ତି । ସରକାର ଏବଂ ସଂସଦୀୟ ୱେବସାଇଟ୍ ପରିଚାଳନା କରୁଥିବା କମ୍ପାନୀ ଏନଆଇସିର କୌଣସି ନିୟମ ନାହିଁ ବୋଲି ମୋଇତ୍ରା କହିଥିବା କଥାକୁ ଭୁଲ ବୋଲି କହିଛନ୍ତି ଦୁବେ । ନିୟମ ଓ ଏନଆଇସି ଦ୍ୱାରା ପ୍ରଚଳିତ ନିର୍ଦ୍ଦିଷ୍ଟ ଏକ ଫର୍ମ ପୋଷ୍ଟ କରିଛନ୍ତି ଦୁବେ, ଯାହା ପ୍ରତ୍ୟେକ ସାଂସଦଙ୍କ ପାଇଁ ବାଧ୍ୟତାମୂଳକ । ପରିଚୟପତ୍ରକୁ ସଂସଦ ଓ୍ବେବସାଇଟ ପାଇଁ ସାଂସଦଙ୍କୁ ମିଳିଥିବା ଲଗଇନ ଆଇଡି ଓ ପାସଓ୍ବାର୍ଡ ଗୋପନୀୟ ରଖିବା ଓ ଯେକୌଣସି ବିକଳ୍ପ ଉପଭୋକ୍ତାଙ୍କୁ ଏହାକୁ ବ୍ୟବହାର କରିବା ପାଇଁ ଦିଆଗଲେ NIC କୁ ଅବଗତ କରିବା ମଧ୍ୟ ନିୟମାନୁସାରେ ବାଧ୍ୟତାମୂଳକ ବୋଲି ଦୁବେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.