ETV Bharat / bharat

ରାଜସ୍ଥାନରେ ମହିଳା ଗୋଷ୍ଠୀଙ୍କ ରସୁଣ କ୍ୟାପସୁଲ, ଅନଲାଇନରେ ବଢୁଛି ଚାହିଦା - ଅନଲାଇନରେ ବଢୁଛି ରସୁଣ କ୍ୟାପସୁଲର ଚାହିଦା

ରାଜସ୍ଥାନରେ 10 ଜଣିଆ ମହିଳା ଗୋଷ୍ଠୀ ରସୁଣରୁ କ୍ୟାପସୁଲ ପ୍ରସ୍ତୁତ କରୁଛନ୍ତି । ତେବେ ଅନଲାଇନରେ ଏହାର ଚାହିଦା ବଢୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Garlic capsules produced by Kota women in high demand
ରାଜସ୍ଥାନରେ ମହିଳା ଗୋଷ୍ଠୀଙ୍କ ରସୁଣ କ୍ୟାପସୁଲ, ଅନଲାଇନରେ ବଢୁଛି ଚାହିଦା
author img

By

Published : Feb 4, 2021, 7:37 PM IST

ଜୟପୁର: ରାଜସ୍ଥାନର କୋଟାଠାରେ 10 ଜଣିଆ ମହିଳା ଗୋଷ୍ଠୀ କୃଷି ବିଜ୍ଞାନ କେନ୍ଦ୍ରରେ ଔଷଧୀୟ ଗୁଣରେ ଭରପୁର ତଥା ଆମ ଦୈନଦିନ ଖାଦ୍ୟ ସାମଗ୍ରୀ ବ୍ୟବହାର ହେଉଥିବା ରସୁଣରୁ 500-1000 ଗ୍ରାମ୍‌ର କ୍ୟାପସୁଲ ପ୍ରସ୍ତୁତ କରୁଛନ୍ତି । କ୍ୟାପସୁଲକୁ ଅନଲାଇନରେ ବିକ୍ରି କରାଯାଉଥିବାବେଳେ ଏହାର ଚାହିଦା ଧୀରେ ଧୀରେ ବଢୁଥିବା ସୂଚନା ମିଳିଛି ।

ରାଜସ୍ଥାନରେ ମହିଳା ଗୋଷ୍ଠୀଙ୍କ ରସୁଣ କ୍ୟାପସୁଲ, ଅନଲାଇନରେ ବଢୁଛି ଚାହିଦା

ଆଣ୍ଟି-ଅକ୍ସିଡାଣ୍ଟ ଓ କର୍କଟ ବିରୋଧରେ ଲଢୁଥିବା ପ୍ରାକୃତିକ ଉତ୍ପାଦ ରସୁଣରୁ 500ରୁ 1000ଗ୍ରାମ ଓଜନର କ୍ୟାପସୁଲ ପ୍ରସ୍ତୁତ କରୁଛନ୍ତି । ଏହି କ୍ୟାପସୁଲରୁ ରସୁଣର ଗନ୍ଧକୁ ଦୂର କରିବା ପାଇଁ ଏଥିରେ ପଶୁ ଶରୀରରୁ ପ୍ରସ୍ତୁତ ଏକ ଜେଲି ସଦୃଶ ପଦାର୍ଥ ଓ ରାଇସ ବ୍ରାନ(କୁଣ୍ଡା)କୁ ଭର୍ତ୍ତି କରାଯାଉଛି । ତେବେ ଏହି କ୍ୟାପସୁଲର ମୂଲ୍ୟ 1ଟଙ୍କାରୁ 3 ଟଙ୍କା ମଧ୍ୟରେ ରହୁଛି । ଜିଲାଟିନ କ୍ୟାପସୁଲ ଅପେକ୍ଷା ରାଇସ ବ୍ରାନର କ୍ୟାପସୁଲର ଚାହିଦା ଅଧିକ ରହୁଛି ।

ଏହି କ୍ୟାପସୁଲ ବ୍ୟାକ୍ଟେରିଆ ଜନିତ ରୋଗରୁ ଦୂରରେ ରଖିବା ସହିତ ମଣିଷର ଚର୍ମ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ବୋଲି କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ଡକ୍ଟର ମମତା ତିୱାରି କହିଛନ୍ତି । ତେବେ ଏହାସହିତ ହୃତପିଣ୍ଡକୁ ସୁସ୍ଥ ରଖିବା, ରକ୍ତରେ ଚର୍ବିର ପରିମାଣକୁ କମାଇବା, ରକ୍ତକୁ ବହଳିଆ ରଖିବା, ଆଣ୍ଠୁରୋଗ, ସ୍ନାୟୁରୋଗ ଓ କର୍କଟ ରୋଗରୁ ଦୂରେଇ ରଖିଥାଏ ବୋଲି ସେ କହିଛନ୍ତି ।

ଏହି କ୍ୟାପସୁଲକୁ ପ୍ରସ୍ତୁତ କରିବା ପାଇଁ 10ଦିନ ସମୟ ଲାଗିଥାଏ । ରସୁଣକୁ ଏକ ମେସିନ ଦ୍ବାରା ଅଲଗା କରାଯାଇ ତାହାକୁ ଶୁଖାଯାଇଥାଏ । ଏହାପରେ ତାର ଚୋପାକୁ ମହିଳାମାନେ ହାତରେ ଛଡାଇ ଏହାର ପାଉଡ଼ର ତିଆରି କରାଯାଏ । 1 କେ.ଜି ରସୁଣରୁ 100 ଗ୍ରାମର ପାଉଡ଼ର ବାହାରିଥାଏ । ଏହି କେନ୍ଦ୍ରରେ ମହିଳା କର୍ମଚାରୀମାନେ କୋଭିଡ ନିୟମକୁ ମାନି କ୍ୟାପସୁଲକୁ ପ୍ରସ୍ତୁତ କରୁଛନ୍ତି ।

ବର୍ତ୍ତମାନ ନୂଆ ରସୁଣ ଉତ୍ପାଦନ ହେଉଥିବାରୁ ଏହାର ଦାମ କମ ରହିଛି । ଏହି ସମୟରେ ରସୁଣଗୁଡିକୁ ମହିଳା କର୍ମଚାରୀମାନେ କିଣି କ୍ୟାପସୁଲ ପ୍ରସ୍ତୁତ କରୁଛନ୍ତି । ଏଥିରୁ 500 ଓ 1000 ମିଲିଗ୍ରାମର କ୍ୟାପସୁଲକୁ ପ୍ରସ୍ତୁତ କରାଯାଉଛି । ଏହାକୁ ପ୍ୟାକେଟରେ ଭର୍ତ୍ତି କରାଯିବା ପରେ ବ୍ୟବସାୟୀମାନେ କିଣି ଅନଲାଇନରେ ବିକ୍ରି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.