ETV Bharat / bharat

Gangwar in Tihar Jail: ଗ୍ୟାଙ୍ଗଷ୍ଟାର ପ୍ରିନ୍ସ ତେୱାତିଆକୁ ଛୁରୀ ଭୁସି ହତ୍ୟା - ପ୍ରିନ୍ସ ତେଓ୍ବାତିଆକୁ ଛୁରୀ ଭୁସି ହତ୍ୟା

ତିହାର ଜେଲ ନମ୍ବର ୩ରେ ଶୁକ୍ରବାର ଗ୍ୟାଙ୍ଗଓ୍ବାର ହୋଇଥିଲା । ଏଥରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ ପ୍ରିନ୍ସ ତେଓ୍ବାତିଆକୁ ଛୁରୀ ଭୁସି ହତ୍ୟା କରାଯାଇଛି । ଅଧିକ ପଢନ୍ତୁ

Gangwar in Tihar Jail
Gangwar in Tihar Jail
author img

By

Published : Apr 15, 2023, 9:09 AM IST

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ଗ୍ୟାଙ୍ଗଓ୍ବାର । ଶୁକ୍ରବାର ଏହି ଗ୍ୟାଙ୍ଗଓ୍ବାର ହୋଇଥିବା ବେଳେ ଏଥିରେ ଗ୍ୟାଙ୍ଗଷ୍ଟାର ପ୍ରିନ୍ସ ତେଓ୍ବାତିଆକୁ ଛୁରୀ ଭୁସି ହତ୍ୟା କରାଯାଇଛି । ପ୍ରିନ୍ସ ତେଓ୍ବାତିଆ ଟପ ମୋଷ୍ଟ ଓ୍ବାଣ୍ଟେଡ ଲରେନ୍ସ ବିଷ୍ଣୋଇ ଏବଂ ଦିଲ୍ଲୀର ଦାଉଦ କୁହାଯାଉଥିବା ଟପ ଗ୍ୟାଙ୍ଗଷ୍ଟାର ହମିଶ ବାବାଙ୍କ ସାଥି ଥିଲା ।

ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ସନ୍ଧ୍ୟା ୫ଟା ସମୟରେ ତିହାର ଜେଲର ୩ ନମ୍ବର ପ୍ରକୋଷ୍ଠର କିଛି ଅପରାଧି ଅବଦୁର ରେହମାନ ନାମକ ଏକ କଏଦୀ ଉପରେ ଆକ୍ରମଣ କରିଥିଲେ । ପରେ ରେହମାନ ଏବଂ ତେଓ୍ବାତିଆଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ପରବର୍ତ୍ତୀ ସମୟରେ ବଚସା ଉଗ୍ରରୂପ ନେଇଥିବା ବେଳେ ତାକୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । ପ୍ରିନ୍ସ ତେଓ୍ବାତିଆକୁ ୭ ଥର ଛୁରୀ ଭୁଶିଥିଲେ ଅପରାଧି ।

ଖବରଅନୁସାରେ, ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ମୋଟ ୬ଜଣ କଏଦୀ ଆହତ ହୋଇଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତରମାନେ ପ୍ରିନ୍ସ ତେଓ୍ବାତିଆକୁ ମୃତ ଘୋଷଣା କରିଥିଲେ । ଦିନଦୟାଲ ହସ୍ପିଟାଲରେ ଅନ୍ୟ ସମସ୍ତ କଏଦୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ତିହାର ଜେଲରେ ୨୦ରୁ ଅଧିକ ଗ୍ୟାଙ୍ଗଷ୍ଟାର ରହିଛନ୍ତି । ଏଥିମଧ୍ୟରୁ ଗତକାଲି(ଶୁକ୍ରବାର) ୬ଜଣଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ତେବେ ହରି ନଗର ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପ୍ରିନ୍ସ ନାଁରେ ରହିଥିଲା ୧୫ଟି ମାମଲା: ମକୋକାର ତିହାର ଜେଲରେ ବନ୍ଦୀ ଥିବା ରୋହିତ ଚୌଧୁରୀ ଗ୍ୟାଙ୍ଗ ସହ ପ୍ରିନ୍ସର ପୁରୁଣା ଶତ୍ରୁତା ରହିଥିଲା । ସେ ଉତ୍ତର ଭାରତର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ହାସିମ ବାବାଙ୍କ ସହ ହାତ ମିଳାଇଥିଲା । ପ୍ରିନ୍ସ ବିରୋଧରେ ବିଭିନ୍ନ ଥାନାରେ ୧୫ଟି ମାମଲା ରୁଜୁ ହୋଇଥିଲା । ହତ୍ୟା, ଲୁଟ ଭଳି ଅନେକ ମାମଲାରେ ସଂଶ୍ଲିଷ୍ଟ ଥିଲା ପ୍ରିନ୍ସ ।

ପୂର୍ବରୁ ୯ ମାର୍ଚ୍ଚରେ ଚଢାଉ କରାଯାଇଥିଲା: ସୂଚନା ଅନୁସାରେ ତିହାର ଜେଲର ୩ ନମ୍ବରରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଚାଲିଥିବା ନେଇ ସୁରାକ ମିଳିଥିଲା । ଏହାପରେ ମାର୍ଚ୍ଚ ୯ ତାରିଖରେ ଜେଲରେ ଚଢାଉ କରାଯାଇଥିଲା । ଏଥିରେ ଗୋଟିଏ ପ୍ୟାକେଟରୁ 23 ଟି ସର୍ଜିକାଲ୍ ବ୍ଲେଡ୍, ଡ୍ରଗ୍ସ ଏବଂ ମୋବାଇଲ୍ ଫୋନ ଜବତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.