ETV Bharat / bharat

ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ NIA ଚଢାଉ, ଆଇନଜୀବୀ ସମେତ 2 ଗିରଫ

ଗ୍ୟାଙ୍ଗଷ୍ଟାର ଆତଙ୍କବାଦ ମାମଲା ନେଇ ଜଣେ ଆଇନଜୀବୀ ସମେତ ଦୁଇଜଣଙ୍କୁ ଗିରଫ କରିଛି ଏନଆଇଏ । ଅଧିକ ପଢନ୍ତୁ

author img

By

Published : Oct 19, 2022, 9:53 AM IST

nia arrests two in gangsters terrorist case
gangsters terrorist case

ନୂଆଦିଲ୍ଲୀ: ଆତଙ୍କବାଦୀ, ସ୍ମଗଲର ଓ ଗ୍ୟାଙ୍ଗଷ୍ଟାର ଉପରେ ଆକ୍ସନ ନେଇ ଗତକାଲି (ମଙ୍ଗଳବାର) 4 ରାଜ୍ୟର 52ଟି ସ୍ଥାନରେ ଏନଆଇଏ ଚଢାଉ କରିଥିଲା । ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା ଓ ରାଜସ୍ଥାନରେ ଏନଆଇଏ ଛାପା ମାରିଥିଲା । ଏଥିରେ ଗ୍ୟାଙ୍ଗଷ୍ଟାର ଆତଙ୍କବାଦ ମାମଲା ନେଇ ଜଣେ ଆଇନଜୀବୀ ସମେତ ଦୁଇଜଣଙ୍କୁ ଗିରଫ କରିଛି ଏନଆଇଏ । ଜଣେ ଆଇନଜୀବୀ ଓ ହରିୟାଣାର ଜଣଙ୍କୁ ବାନ୍ଧିଛି ଏନଆଇଏ ।

ଗିରଫ ଆଇନଜୀବୀ ଜଣକ ହେଲେ ଅସିଫ ଖାନ । ସେ ଉତ୍ତରପୂର୍ବ ଦିଲ୍ଲୀ ଗୌତମ ବିହାର ଉସମାନପୁର ବାସିନ୍ଦା । ଅନୁସନ୍ଧାନକାରୀ ଦଳର ସର୍ଚ୍ଚ ଅପରେସନ ସମୟରେ ତାଙ୍କ ଘରୁ 4ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ତେଣୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ପଚରାଉଚରା ସମୟରେ ଏନଆଇଏ ଏହା ଜାଣିବାକୁ ପାଇଛି ଯେ ଅସିଫ ଜେଲ ଗ୍ୟାଙ୍ଗଷ୍ଟାଙ୍କ ସହ ଯୋଗାଯୋଗରେ ଥିଲେ । ଜେଲ ବାହାରେ ଓ ଭିତରେ ଥିବା ଗ୍ୟାଙ୍ଗଷ୍ଟାରଙ୍କ ସହ ମଧ୍ୟ ଅସିଫଙ୍କ ଲିଙ୍କ ଥିଲା । ଗ୍ୟାଙ୍ଗଷ୍ଟାରଙ୍କୁ ବିଭିନ୍ନ ଅପରାଧ ଘଟାଇବାରେ ସହଯୋଗ କରିବାରେ ସକ୍ରିୟ ଥିବା ଏଜେନ୍ସ ପକ୍ଷରୁ ସୂଚନା ମିଳିଛି । ଏହା ସହ ହରିୟାଣାର ବାସାଉଦି ସୋନିପଥରୁ ରାଜେଶ ଓରଫ ରାଜୁ ମୋଟାକୁ ଏନଆଇଏ ଗିରଫ କରିଛି । ରାଜୁ ମୋଟା ନାମରେ ଅନେକ ଅପରାଧିକ ମାମଲା ରହିଥିବା ସୂଚନା ଦେଇଛି ଏନଆଇଏ । ରାଜୁ ବେଆଇନ ମଦ କାରବାରରେ ଲିପ୍ତ ଅଛି । ଦୁଇ ଜଣଙ୍କୁ ଗିରଫ କରିବା ପରେ ଆତଙ୍କୀ ଲିଙ୍କର ପର୍ଦ୍ଦାଫାସ ହେବ ବୋଲି ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ...ଆକ୍ସନ ମୁଡରେ NIA, ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଚଢାଉ

ପ୍ରକାଶ ଥାଉ କି, ଗତକାଲି (ମଙ୍ଗଳବାର) ଆତଙ୍କବାଦୀ, ସ୍ମଗଲର ଓ ଗ୍ୟାଙ୍ଗଷ୍ଟାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ 5 ରାଜ୍ୟର 52 ଠିକଣା ଉପରେ ଛାପା ମାରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା ଓ ଉତ୍ତରପ୍ରଦେଶର 52ଟି ସ୍ଥାନରେ ରେଡ ମାରିଥିଲା ଏଏନଆଇ । ଏହାପୂର୍ବରୁ ସେପ୍ଟେମ୍ବର ମାସରେ, ଏନଆଇଏର ନେତୃତ୍ୱାଧୀନ ଏକାଧିକ ଏଜେନ୍ସି ୧୫ଟି ରାଜ୍ୟର ୯୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ ଏବଂ ଦେଶରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବାରେ ସମ୍ପୃକ୍ତ ଥିବା ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ୧୦୬ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲେ । କେରଳରେ ସର୍ବାଧିକ ୨୨ ଜଣ ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି । ସେପ୍ଟେମ୍ବର 12 ତାରିଖରେ ଦିଲ୍ଲୀ, ଏନସିଆର, ହରିୟାଣା ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଏନଆଇଏର ଚଢାଉ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.