ETV Bharat / bharat

ପଞ୍ଜାବ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆକ୍ରମଣ: Babbar Khalsa ଓ ISIର ଲିଙ୍କ ରହିଛି କହିଲେ ପଞ୍ଜାବ ଡିଜିପି

author img

By

Published : May 13, 2022, 9:25 PM IST

ପଞ୍ଜାବ ପୋଲିସ ଗୁଇନ୍ଦା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଆକ୍ରମଣ ଉପରେ ସଂଘାତିକ ବୟାନ ରଖିଲେ ପଞ୍ଜାବ ପୋଲିସ ଡିଜି ଭି.କେ ଭୱରା । ମୋହାଲିରେ ଥିବା ପଞ୍ଜାବ ପୋଲିସ ଗୁଇନ୍ଦା ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଆକ୍ରମଣରେ ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ବାବ୍ବର ଖଲାସା ଏବଂ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ସମ୍ପୃକ୍ତି ରହିଛି ବୋଲି ଡିଜିପି ଭୱରା କହିଛନ୍ତି । ଅଧିକ ପଢନ୍ତୁ

ପଞ୍ଜାବ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆକ୍ରମଣ
ପଞ୍ଜାବ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆକ୍ରମଣ

ଚଣ୍ଡୀଗଡ: ପଞ୍ଜାବ ପୋଲିସ ଗୁଇନ୍ଦା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଆକ୍ରମଣ ଉପରେ ସଂଘାତିକ ବୟାନ ରଖିଲେ ପଞ୍ଜାବ ପୋଲିସ ଡିଜି ଭି.କେ ଭୱରା । ମୋହାଲି ସ୍ଥିତ ପଞ୍ଜାବ ପୋଲିସ ଗୁଇନ୍ଦା ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଆକ୍ରମଣରେ ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ବାବ୍ବର ଖଲାସା ଏବଂ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ସମ୍ପୃକ୍ତି ରହିଛି ବୋଲି ଡିଜିପି ଭୱରା କହିଛନ୍ତି । ସୂଚନା ଅନୁସାରେ, ଗତ ସୋମାବାର(୮ ତାରିଖ) ରାତି ପ୍ରାୟ ୦୭.୪୫ରେ ପଞ୍ଜାବ ପୋଲିସ ଗୁଇନ୍ଦା ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଉପରକୁ ରକେଟ ଲଞ୍ଚର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା ।

ସେହିପରି ପୋଲିସ ଡିଜି ଭି.କେ ଭୱରା ଆହୁରି ମଧ୍ୟ କହିଛନ୍ତି, ଆକ୍ରମଣ ପ୍ରଚ୍ଛଦପଟରେ ଗ୍ୟାଙ୍ଗଷ୍ଟର ଲଖବିର ସିଂ ଓରଫ୍‌ ଲଣ୍ଡା ହାତ ଥିବାବେଳେ ସେ ୨୦୧୭ରୁ କାନାଡା ପଳାୟନ କରିଛି । ଲଣ୍ଡା ପାକିସ୍ତାନରେ ରହୁଥିବା ତା'ର ସହଯୋଗୀ ହରିନ୍ଦର ସିଂ ରିଣ୍ଡା ଆଇଏସଆଇ ସହଯୋଗରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାହଯ୍ଯ କରିବା ସହ ଏହି ଆକ୍ରମଣରେ ମଧ୍ୟ ତାହାର ଭୂମିକା ରହିଛି ବୋଲି ପୋଲିସ ଡିଜି ଭୱରା କହିଛନ୍ତି । ତେବେ ଆଇଏସଆଇ ଏହି ଆକ୍ରମଣ ପଛରେ ପ୍ରତ୍ୟକ୍ଷ ରହିଥିବା ସେ କହିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ୫ଜଣ ଗିରଫ ହୋଇଥିବାବେଳେ ଆଉ ଜଣେ ଅଭିଯୁକ୍ତକୁ ପୋଲିସ ହେପାଜତରେ ରଖାଯାଇଛି । ଏଥିସହ ସମ୍ପୃକ୍ତ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯିବା ବୋଲି ପଞ୍ଜାବ ଡିଜିପି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.