ETV Bharat / bharat

ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ, ଆଜୀବନ ଜେଲ ଦଣ୍ଡାଦେଶ

author img

By

Published : Jun 5, 2023, 1:40 PM IST

Updated : Jun 5, 2023, 2:38 PM IST

1991ରେ କଂଗ୍ରେସ ନେତା ତଥା କଂଗ୍ରେସ ବିଧାୟକଙ୍କ ଭାଇକୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛି ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ । ଅଧିକ ପଢନ୍ତୁ

mukhtar ansari convicted
ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ । 32 ବର୍ଷ ତଳର ଏକ ହତ୍ୟା ମାମଲାରେ ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ ହୋଇଛି । ୟୁପି ବାରଣାସୀ କୋର୍ଟ ସଜା ଶୁଣାଇଛନ୍ତି । 1991ରେ କଂଗ୍ରେସ ବିଧାୟକଙ୍କ ଭାଇଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି ମୁଖତାର । ଅନସାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବାରଣାସୀ ଏମପି ଏମଏଲଏ କୋର୍ଟ ।

ଏହା ବି ପଢନ୍ତୁ...Odisha Train Accident: ଦୁର୍ଘଟଣାର ତିନି ମାସ ପୂର୍ବରୁ ସିଗନାଲ୍ ସିଷ୍ଟମରେ ତ୍ରୁଟି ଥିବା ଦର୍ଶାଯାଇଥିଲା

  • Uttar Pradesh | Varanasi's MP MLA court convicts jailed mafia Mukhtar Ansari in Awadhesh Rai murder case.

    On August 3, 1991, Congress leader and brother of former MLA Ajay Rai, Awadhesh Rai, was shot dead outside Ajay Rai's house in Varanasi. pic.twitter.com/yQXvkHWT1s

    — ANI (@ANI) June 5, 2023 " class="align-text-top noRightClick twitterSection" data=" ">

ଏହି ଅପରାଧରେ ମୁଖତାର ଦୋଷୀ ସାବ୍ୟସ୍ତ: 1991 ଅଗଷ୍ଟ 3 ତାରିଖରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଜୟ ରାଇଙ୍କ ଭାଇ ଅୱଧେଶ ରାଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅଜୟ ରାଇଙ୍କ ବାସଭବନ ଆଗରେ ତାଙ୍କ ଭାଇ ଅୱଧେଶଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ଘଟଣାରେ ମୁଖତରା ଅନସାରୀ ନାମ ନେଇଥିଲେ ଅଜୟ ରାଇ । ଏହା ସହିତ ଅନ୍ୟ ଦୁଇଜଣ ଭୀମ ସିଂହ ଓ ପୂର୍ବତନ ବିଧାୟକ ଅବଦୁଲ କାଲିମଙ୍କ ନାମ ମଧ୍ୟ ରହିଥିଲା । ମୁଖତାର ଅନସାରୀ ୟୁପିରେ ଗ୍ୟାଙ୍ଗଷ୍ଟାରରୁ ରାଜେନେତା ପାଲଟିଥିଲା । ଲଗାତାର 5 ଥର ମାଉ ସଦର ବିଧାନସଭା ଆସନରୁ ବିଧାୟକ ହୋଇଥିଲା ମୁଖତାର ଅନସାରୀ । 2022 ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିନଥିଲା ଅନସାରୀ । 32 ବର୍ଷ ପରେ 1991 ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଛି ଅନସାରୀ । ଆଜି ଅପରାହ୍ଣ ସୁଦ୍ଧା ଅନସାରୀର ଦଣ୍ଡାଦେଶ ଶୁଣାଇବେ କୋର୍ଟ ।

ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ ହେବା ପରେ ଅୱଧେଶ ରାଇଙ୍କ ଭାଇ ଅଜୟ ରାଇ କହିଛନ୍ତି, "ଆମର ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି । ମୁଁ ମୋ ବାପାମାଆ ଅୱଧେଶର ଝିଅ ଏବଂ ପୁରା ପରିବାର ଧୈର୍ଯ୍ୟ ରଖିଥିଲେ । ଏହି ଦିନକୁ ଅପେକ୍ଷା କରିଥିଲୁ । ଧୈର୍ଯ୍ୟ ହାରିନଥିଲୁ । ଆମ ଓକିଲଙ୍କ ପ୍ରୟାସ ପାଇଁ ଆଜି କୋର୍ଟ ମୁଖତାରକୁ ମୋ ଭାଇ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।"

ଏହା ବି ପଢନ୍ତୁ...CAG Report 2022: ସତର୍କ କରାଇଥିଲା ସିଏଜି, ସୁରକ୍ଷା ସଞ୍ଚାଳନ ଓ ଟ୍ରାକ ନବୀକରଣ ପାଇଁ ଥିଲା ପରାମର୍ଶ

ଚଳିତ ବର୍ଷ ମେ' ମାସରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିିଥିଲା ମୁଖତାର ଅନସାରୀ 2009ର ଅନ୍ୟ ଏକ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଅନେକ ମାମଲାରେ ଅଭିଯୁକ୍ତ ଅନସାରୀ ବହୁ ବର୍ଷ ହେବ ଜେଲ୍‌ରେ ରହିଛି । ଗତ 9 ମାସ ମଧ୍ୟରେ ମୁଖତାର ଅନସାରୀକୁ ଅନ୍ୟ 4ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

Last Updated : Jun 5, 2023, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.