ETV Bharat / bharat

ରାଜସ୍ଥାନରେ ପୁଣି ଲଜ୍ଜା, ୧୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ

author img

By

Published : Dec 25, 2022, 1:49 PM IST

ଦେଶରେ ଥମୁନି ଲଜ୍ଜା । ୧୫ ବର୍ଷୀୟ ନାବାଳିକା ଘରକୁ ଫେରୁଥିବା ବେଳେ ୫ଜଣ ଦୁର୍ବୃତ୍ତ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି(Gang Rape With Minor Girl in Ratangarh) । ଅଧିକ ପଢନ୍ତୁ

gang rape in ratangarh
gang rape in ratangarh

ଜୟପୁର: ରାଜସ୍ଥାନରେ ପୁଣି ଲଜ୍ଜା । ସ୍କୁଲରୁ ଘରକୁ ଫେରୁଥିବା ବେଳେ ନାବିଳିକାକୁ ଗଣ ଦୁଷ୍କର୍ମ କରିଲେ ଦୁର୍ବୃତ୍ତ (Gang Rape With Minor Girl in Ratangarh) । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ରତ୍ନାଗଡରୁ । ଏନେଇ ପୀଡିତଙ୍କ ପରିବାର ଲୋକଙ୍କ ତରଫରୁ ଥାନାରେ ଅଭିଯୋଗ କରାଯାଇଛି ।

ଅଭିଯୋଗ ଅନୁସାରେ, ନାବାଳିକା ଜଣକ ସ୍କୁଲରୁ ଫେରୁଥିବା ବେଳେ ରାସ୍ତାରେ ପାଞ୍ଚଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ତାଙ୍କ ବାପାଙ୍କର ଦୁର୍ଘଟଣା ହୋଇଛି କହି ଜବରଦସ୍ତି କାରରେ ବସାଇଥିଲେ । ଏହାପରେ ଏକ ନିଛାଟିଆ ଯାଗାକୁ ନେଇ ନାବାଳିକା ସହ ଗଣଦୁଷ୍କର୍ମ କରିଥିଲେ । ତେବେ ନାବାଳିକାକୁ ଅପହରଣ କରିବା ସମୟରେ ତାଙ୍କ ଭାଇ ଦେଖିଥିଲେ । ଘରେ ପହଞ୍ଚି ପରିବାର ଲୋକଙ୍କୁ ଜଣାଇବା ପରେ ୧୫ ବର୍ଷୀୟ ଝିଅକୁ ଖୋଜୋଖୋଜି କରିଥିଲେ । ଏହି ସମୟରେ ପାଦିହାରା ଏୟାରଷ୍ଟ୍ରିପ ନିକଟରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ ପରିବାର । ଏହାପରେ ନାବାଳିକାକୁ ଉଦ୍ଧାର କରାଯାଇ ପ୍ରଥମେ ପାଦିହାରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ପୀଡିତାଙ୍କ ପରିବାର ଲୋକେ ଉକ୍ତ ଗ୍ରାମର ପାଞ୍ଚଜଣଙ୍କ ଉପରେ ସନ୍ଦେହ କରିଥିବା ବେଳେ ଥାନାରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଚର୍ଚ୍ଚାରେ ଅର୍ଚ୍ଚନାଙ୍କ ଡାଏରୀ, ୯ ବର୍ଷ ତଳେ ହଇଚଇ ସୃଷ୍ଟି କରିଥିଲା ଶୁଭଙ୍କରଙ୍କ ଡାଏରୀ

ଏନେଇ ସିଆଇ ସୁଭାଷ ବିଜାରାନିଆ କହିଛନ୍ତି, "ନାବାଳିକା ଜଣକ ୯ମ ଶ୍ରେଣୀରେ ପାଠ ପଢୁଥିଲେ । ଖାଇବା ଛୁଟିରେ ସେ ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଛି । ଏହି ଘଟଣାକୁ ନେଇ ପୀଡିତାଙ୍କ ପରିବାରଲୋକେ ଥାନାରେ ମାମଲା ଦାୟର କରିଛନ୍ତି । ପ୍ରଥମେ ନାବାଳିକାର ଡାକ୍ତରୀମାଇନା କରିବା ପରେ ତଦନ୍ତ ଆରମ୍ଭ କରାଯିବ ।"

ତେବେ ଏହି ଘଟଣାରେ ୫ଜଣଙ୍କ ମଧ୍ୟରୁ ୪ଜଣକୁ ନାବାଳିକାର ପରିବାରଲୋକେ କବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ନାବାଳିକାକୁ ଦୁଷ୍କର୍ମ କରିବା ସହ ଅଶ୍ଲୀଳ ଭିଡିଓ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.