ETV Bharat / bharat

ପୋଲିସ ପଞ୍ଝାରେ 7 ଲୁଟେରା, ବେଲରେ ଆସି କରୁଥିଲେ ଲୁଟ - ସାତଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ

ପଞ୍ଜାବର ଲୁଧିଆନା ଅଞ୍ଚଳରେ ଲୁଟପାଟ କରି ଲୋକଙ୍କ ନିଦ ଉଡାଇଥିବା ସାତଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

Gang of robbers busted in Ludhiana, 7 held
ପୋଲିସ ପଞ୍ଝାରେ ସାତ ଲୁଟେରା,ବେଲରେ ଆସି କରୁଥିଲେ ଲୁଟ
author img

By

Published : Nov 12, 2020, 9:12 AM IST

ଚଣ୍ଡିଗଡ: ପଞ୍ଜାବର ଲୁଧିଆନା ଅଞ୍ଚଳରେ ବଢୁଥିଲା ଲୁଟପାଟ । ଲୋକଙ୍କ ନିଦ ଉଡାଉଥିଲେ ଲୁଟେରା । ପୋଲିସ ଏକ ଲୁଟେରା ଗ୍ୟାଙ୍ଗ ଉପରେ ଚଢାଉ କରି 7ଜଣ ଲୁଟେରାଙ୍କୁ କାବୁ କରିଛି ।

ଗିରଫ ଲୁଟେରା ସହରରେ ଅନେକ ଲୁଟପାଟରେ ସଂପୃକ୍ତ ଥିବା କହିଛି ପଞ୍ଜାବ ପୋଲିସ । ଲୋକଙ୍କୁ ବନ୍ଧୁକ ମୁନରେ ଭୟ ଦେଖାଇ ଲୁଟ କରୁଥିଲେ । ଗିରଫ ଲୁଟେରା ସହରରେ 45ଟି ଜାଗାରେ ଲୁଟ କରିଥିବା ନେଇ ସ୍ବୀକାର କରିଛନ୍ତି । ବିଭିନ୍ନ ଜାଗାରେ ଲୁଟ କରି ଲୋକଙ୍କ ନିଦ ଉଡାଇଥିଲେ ଲୁଟେରା ।

ସେମାନଙ୍କୁ କାବୁ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା । ବୁଧବାର ପୋଲିସ ଏକ ଲୁଟେରା ଗ୍ୟାଙ୍ଗ ଉପରେ ଚଢାଉ କରିଥିଲା । ଚଢାଉରେ ସାତଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ପରେ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଚାରିଟି ଧାରୁଆ ମାରଣାସ୍ତ୍ର,ଛଅଟି ବାଇକ ଓ ସାତଟି ମୋବାଇଲ ଫୋନ ଜବତ ହୋଇଥିବା କହିଛନ୍ତି ଲୁଧିଆନା ପୋଲିସ କମିଶନର ରାକେଶ ଅଗ୍ରୱାଲ ।

ସେ ଆହୁରି କହିଛନ୍ତି,ସେମାନେ ଆଗରୁ ଲୁଟ ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲେ । ବେଲରେ ଆସି ପୁଣି ସହରରେ ଲୁଟପାଟ କରୁଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.