ETV Bharat / bharat

ଚୀନ ସହ ସଂଘର୍ଷରେ ଶହୀଦ ଯବାନଙ୍କୁ 'ଯୁଦ୍ଧସମୟ ଚକ୍ର' ସମ୍ମାନ ସୁପାରିଶ

author img

By

Published : Jan 11, 2021, 10:06 PM IST

ଗାଲୱାନ୍ ଉପତ୍ୟକା ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କୁ ମିଳିବ 'ଯୁଦ୍ଧସମୟ ଚକ୍ର' ପୁରସ୍କାର । ପଢନ୍ତୁ ଅଧିକ....

ଚୀନ ସହ ସଂଘର୍ଷରେ ଶହୀଦ ହୋଇଥିବା ଯବାନଙ୍କୁ ଯୁଦ୍ଧକାଳୀନ ଚକ୍ର ପୁରସ୍କାର ସୁପାରିଶ

ନୂଆଦିଲ୍ଲୀ: ଗାଲୱାନ୍ ଉପତ୍ୟକା ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ଶହୀଦ ହୋଇଥିବା ଭାରତୀୟ ଯବାନମାନଙ୍କୁ ମିଳିବ 'ଯୁଦ୍ଧସମୟ ଚକ୍ର' ସମ୍ମାନ। ଚଳିତ ଗଣତନ୍ତ୍ର ଦିବସରେ ଏହି ସମ୍ମାନ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି । ଚୀନ ସୈନ୍ୟଙ୍କ ସହ ସଂଘର୍ଷରେ ପ୍ରାଣ ହରାଇଥିବା ସମସ୍ତ ଯବାନଙ୍କୁ ଏହି ପୁରସ୍କାର ମରଣୋତ୍ତର ଭାବେ ପ୍ରଦାନ କରାଯିବା ପାଇଁ ସୁପାରିଶ କରାଯାଇଛି । ସୁପାରିଶ ତାଲିକାରେ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁ ଓ ଅନ୍ୟ ଶହୀଦ ଯବାନମାନେ ମଧ୍ୟ ରହିଛନ୍ତି । ଏହି 'ଯୁଦ୍ଧସମୟ ଚକ୍ର' ସିରିଜ ପୁରସ୍କାରରେ ସର୍ବୋଚ୍ଚ ପରମବୀର ଚକ୍ର, ମହାବୀର ଚକ୍ର ଏବଂ ବୀରଚକ୍ର ଅନ୍ତର୍ଭୁକ୍ତ ରହିଛି ।

ଗତବର୍ଷ ଜୁନ୍ 15ରେ ଗାଲୱାନ୍ ଉପତ୍ୟକାରେ ସଂଘର୍ଷ ଘଟିଥିଲା , ଯେତେବେଳେ କର୍ଣ୍ଣେଲ ବାବୁଙ୍କ ନେତୃତ୍ୱରେ ଭାରତୀୟ ସୈନ୍ୟମାନେ ପାଟ୍ରୋଲିଂ ପଏଣ୍ଟ 14 ଅଞ୍ଚଳରେ ଚୀନ୍ ସୈନ୍ୟମାନଙ୍କୁ କଡା ଜବାବ ଦେଇଥିଲେ । ଏହି ସଂଘର୍ଷରେ 20 ଭାରତୀୟ ସୈନ୍ୟ ଶହୀଦ ହୋଇଥିବାବେଳେ ଚୀନ ସେନାର ମୃତାହତଙ୍କ ସଂଖ୍ୟା ବାବଦରେ କିଛି ତଥ୍ୟ ଲୁଚାଇଥିଲା ଚୀନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.