ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନା ତାର 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି (Indian Air Force Day 2022)। ଏହି ଅବସରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଟ୍ବିଟ କରି ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶୁଭେଚ୍ଛା ବାର୍ତ୍ତା ସହିତ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଏକ ଫଟୋ ସେୟାର କରିଛନ୍ତି । ଉକ୍ତ ଫଟୋ ପାକିସ୍ତାନ ଯୁଦ୍ଧ ବିମାନର ବୋଲି ଜଣାପଡିବା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ସାମନା କରିବାକୁ ପଡ଼ିଛି ।

ଏହି ଶୁଭେଚ୍ଛା ବାର୍ତ୍ତା ସହିତ ସେ ଯେଉଁ ଫଟୋ ସେୟାର କରିଛନ୍ତି ଉକ୍ତ ଫଟୋ F-16 ଯୁଦ୍ଧ ବିମାନ (Shekhawat used photo of Pakistani aircraft F16)ର ବୋଲି ଜଣାପଡ଼ିଛି । ଆମେରିକା ଏହି ଯୁଦ୍ଧ ବିମାନକୁ ପାକିସ୍ତାନକୁ ପ୍ରଦାନ କରିଥିଲା । ଶେଖାୱତଙ୍କ ଏହି ପୋଷ୍ଟରେ ଅନେକ ୟୁଜର୍ସ କମେଣ୍ଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଥିରେ ଅନେକ ପାକିସ୍ତାନୀ ମଧ୍ୟ ସାମିଲ ରହିଛନ୍ତି ।

ଏହା ବି ପଢନ୍ତୁ- 90th IAF Day: 90ତମ ପ୍ରତିଷ୍ଠା ଦିବସ ପାଳୁଛି ବାୟୁସେନା, ଚଣ୍ଡିଗଡରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଜଣେ ପାକିସ୍ତାନୀ ସୋସିଆଲ ମିଡ଼ିଆ ୟୁଜର୍ସ ଲେଖିଛନ୍ତି, " ଏହି ଯୁଦ୍ଧ ବିମାନ ଆପଣଙ୍କ ମିଳିବା ପରେ ଏହି ଫଟୋ ସେୟାର କରନ୍ତୁ ।" ଏହାପରେ କିଛି ଭାରତୀୟ ୟୁଜର୍ସ କହିଛନ୍ତି, " ଆମେ କେତେବେଳେ F-16 ବିମାନକୁ ନିଜ କାମରେ ବ୍ୟବହାର କରିଛୁ ?" ଏପରିକି ଜଣେ ପାକିସ୍ତାନୀ ସୋସିଆଲ ମିଡ଼ିଆ ୟୁଜର୍ସ ଫେକ୍ ଇଣ୍ଡିଆନ ଏୟାରଫୋର୍ସ ଡେ'ର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । କିଛି ଭାରତୀୟ ୟୁଜର୍ସ ଶୀଘ୍ର ଏହି ପୋଷ୍ଟକୁ ହଟାଇବା ଲାଗି କମେଣ୍ଟ ସେକ୍ସନରେ ଦାବି କରିଛନ୍ତି ।

ତେବେ ସୂଚନା ଥାଉ କି କେନ୍ଦ୍ରମନ୍ତ୍ରୀ ଶେଖାୱତଙ୍କୁ ଟ୍ରୋଲ କରାଯିବା ପରେ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରୁ ଉକ୍ତ ଫଟୋକୁ ହଟାଇ ଦିଆଯାଇଛି । କିନ୍ତୁ ପୋଷ୍ଟ ହଟାଇବା ଯାଏଁ ବିଜେପିର ଏହି ମନ୍ତ୍ରୀଙ୍କୁ ଦେଶବାସୀ ଓ ପାକିସ୍ତାନୀ ଟ୍ରୋଲ କରିଛନ୍ତି । ଦୁର୍ଭାଗ୍ୟର କଥା ହେଉଛି ମନ୍ତ୍ରୀ ଏହି ଫଟୋ ସେୟାର କରିବା ପରେ କିଛି ଦେଶବାସୀ ଏହି ଫଟୋକୁ ବ୍ୟବହାର କରି ବାୟୁସେନାକୁ ୯୦ତମ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଚଣ୍ଡିଗଡ ସ୍ଥିତ ଏୟାର ଫୋର୍ସ ବେସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି (Air Force Day celebrations begin in Chandigarh)। ଚଳିତ ଥର ପ୍ରଥମ ଥର ପାଇଁ ଏହି ବାର୍ଷିକ ପରେଡ ଓ ଫ୍ଲାଏ ପାଷ୍ଟ ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଅନ୍ୟତ୍ର ହେଉଛି । ଆଜିର କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି.ଆର ଚୌଧୁରୀଙ୍କ ସମେତ ବହୁ ବରିଷ୍ଠ ବାୟୁସେନାଧିକାରୀ ଉପସ୍ଥିତ ରହିଥିଲେ ।