ETV Bharat / bharat

ବେଆଇନ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ପଠାଇଲେ ମିଳିବ ପୁରସ୍କାର: ନିତିନ ଗଡ଼କରୀ

author img

By

Published : Jun 17, 2022, 10:06 AM IST

ବେଆଇନ ଭାବେ ପାର୍କିଂ ହୋଇଥିବା କାର୍‌ର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର । ଏନେଇ ଗୁରବାର ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ । ଅଧିକ ପଢନ୍ତୁ

ବେଆଇନ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର: ନିତିନ ଗଡ଼କରୀ

ନୂଆଦିଲ୍ଲୀ: ବେଆଇନ ଭାବେ ପାର୍କିଂ ହୋଇଥିବା କାର୍‌ର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର । ଏନେଇ ଗୁରବାର ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ । ଦେଶରେ ଦିନ ଦିନ ବୃଦ୍ଧି ପାଉଛି ଯାନବାହାନ ସଂଖ୍ୟା । ଏହାସହ ପାର୍କିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ରାସ୍ତା କଡରେ ପାର୍କି କରିବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏନେଇ ଖୁବ ଶୀଘ୍ର ନୂଆ ଆଇନ ଅଣାଯିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଛନ୍ତି ।

ଏହି ଆଇନରେ ବେଆଇନ ପାର୍କିଂ ହୋଇଥିବା ଗାଡିର ଫଟୋ ଉଠାଉଥିବା ଲୋକଙ୍କୁ ୫୦୦ ଟଙ୍କା ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିବ । ଯଦି ବାହନ ମାଲିକଙ୍କୁ ୧ ହଜାର ଟଙ୍କା ଜୋରିମନା ହୁଏ ତେବେ ଫଟୋ ପଠାଇଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ପୁରସ୍କାର ମିଳିବ । ଏହି ବ୍ୟବସ୍ଥା ଦ୍ବାରା ଦେଶର୍ ବେଆଇନ ପାର୍କିଂ ସମସ୍ୟାର ସମାଧାନ ହୋଇପାରିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗତକାଲି(ଗୁରବାର) ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ନିତିନ ଗଡକରୀ କହିଛନ୍ତି ଯେ, "ବେଆଇନ ପାର୍କିଂ ଯୋଗୁଁ ରାସ୍ତା ଜାମ ହେଉଛି । ଏହାକୁ ରୋକିବା ପାଇଁ ଆଇନ ଆଣିବାକୁ ବିଚାର କରାଯାଉଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ନାଗପୁରରେ ଥିବା ତାଙ୍କ ରୋଷେୟା ୨ଟି ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ରଖିଛି । ଆଜିକାଲି ଗୋଟିଏ ପରିବାରରେ ୪ ଜଣ ସଦସ୍ୟଥିଲେ ମଧ୍ୟ ସେମାନେ ୬ଟି ଗାଡ଼ି କିଣୁଛନ୍ତି । ଦିଲ୍ଲୀରେ ଲୋକମାନେ ନିଜ ଘରେ ପାର୍କିଂ ସ୍ଥାନ ରଖୁ ନାହାନ୍ତି, ନିଜର ଗାଡ଼ିକୁ ସର୍ବସାଧାରଣ ରାସ୍ତାଉପରେ ପାର୍କ କରୁଛନ୍ତି । ଏଣୁ ଏପରି ନିୟମ ପ୍ରଣୟନ କରିବା ଜରୁରୀ ହୋଇପଡିଛି ।"

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.