ETV Bharat / bharat

G20 Summit: ବାଇଡେନଙ୍କୁ ସ୍ବାଗତ କରିବେ କେନ୍ଦ୍ରମନ୍ତ୍ରୀ ବି.କେ ସିଂ, ଜାଣନ୍ତୁ କେଉଁ ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ ଦାୟିତ୍ବରେ କେଉଁ ମନ୍ତ୍ରୀ

author img

By ETV Bharat Odisha Team

Published : Sep 7, 2023, 6:43 PM IST

କାଲିଠାରୁ ଦିଲ୍ଲୀ ଆସୁଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ । ସ୍ବାଗତ ଦାୟିତ୍ବରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟିତ୍ବ । ଜାଣନ୍ତୁ କେତେବେଳେ ପହଞ୍ଚିବେ କେଉଁ ରାଷ୍ଟ୍ରମୁଖ୍ୟ, କି’ଏ କରିବେ ସ୍ବାଗତ । ଅଧିକ ପଢନ୍ତୁ

ବାଇଡେନଙ୍କୁ ସ୍ବାଗତ କରିବେ କେନ୍ଦ୍ରମନ୍ତ୍ରୀ ବି.କେ ସିଂ, ଜାଣନ୍ତୁ କାହାକୁ ସ୍ବାଗତ ଦାୟିତ୍ବରେ କେଉଁ ମନ୍ତ୍ରୀ

ନୂଆଦିଲ୍ଲୀ: ଜି20 ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମକୁ ମଝିରେ ଗୋଟିଏ ଦିନ । ଏଥିପାଇଁ ରାଜଧାନୀ ଦିଲ୍ଲୀ ଚଳଚଞ୍ଚଳ । କାର୍ଯ୍ୟକ୍ରମ ପ୍ରସ୍ତୁତି ସହ ସହରରେ ସୁରକ୍ଷା ଓ ଟ୍ରାଫିକ ସମେତ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଂଶଗ୍ରହଣ କରିବାକୁ ଆସୁଥିବା ରାଷ୍ଟ୍ରମୁଖ୍ୟଙ୍କ ସ୍ବାଗତ ପାଇଁ ବିଭିନ୍ନ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ମନ୍ତ୍ରୀମାନେ ବିମାନ ବନ୍ଦରରେ ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ କରିବେ ।

ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନଙ୍କ ଗସ୍ତ । ଆସନ୍ତାକାଲି(8 ତାରିଖ) ବାଇଡେନ ଦିଲ୍ଲୀରେ ପହଞ୍ଚିବେ । ତାଙ୍କୁ ସଂଧ୍ୟା ପ୍ରାୟ 6.55ରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି.କେ ସିଂ ସ୍ବାଗତ କରିବେ । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ବିମାନ ଅପରାହ୍ନ 1.40 ମିନିଟରେ ଅବତରଣ କରିବ । ସୁନକଙ୍କୁ ସ୍ବାଗତ କରିବା ପାଇଁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କୁ ଦାୟିତ୍ବ ଦିଆଯାଇଛି ।

ଏହା ବ୍ୟତୀତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ଆସନ୍ତାକାଲି ଅପରାହ୍ନ 12:30ରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜରଦୋଶ ସ୍ୱାଗତ କରୁଥିବା ବେଳେ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ଚୌବେ ମଧ୍ୟ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଅପରାହ୍ନ 2.15ରେ ସ୍ୱାଗତ କରିବେ । ସରକାରୀ ସୂତ୍ର ଆହୁରି ମଧ୍ୟ କହିଛି ଯେ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ସକାଳ 6ଟା 20ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶୋଭା କରନ୍ଦଲାଜେ ସ୍ୱାଗତ କରିବେ । ଚୀନ୍‌ର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ପ୍ରତିନିଧି ଭାବେ ଭାରତ ଆସୁଥିବା ଚୀନ ଷ୍ଟେଟ୍‌ କାଉନ୍ସିଲ୍‌ ପ୍ରିମିୟର ଲି.କିଆଂଙ୍କୁ ସନ୍ଧ୍ୟା 7.45ରେ ଜେନେରାଲ (ଅବସରପ୍ରାପ୍ତ) ବି.କେ ସିଂ ସ୍ବାଗତ କରିବେ । ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍ ଜାଏଦ-ଅଲ-ନାହାନଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାତି ପ୍ରାୟ 8ଟାରେ ସ୍ବାଗତ କରିବେ । ସେହିପରି ଅଷ୍ଟ୍ରେଲଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ବିମାନ ଆସନ୍ତାକାଲି ସନ୍ଧ୍ୟା 6.15ରେ ଅବତରଣ କରିବା ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ତାଙ୍କୁ ସ୍ବାଗତ କରିବେ ।

ଅନ୍ୟତମ ଦୁଇ ପ୍ରମୁଖ ୟୁରୋପୀୟ ରାଷ୍ଟ୍ର ଜର୍ମାନୀ ଏବଂ ଫ୍ରାନ୍ସର ରାଷ୍ଟ୍ରମୁଖ୍ୟ ସେପ୍ଟେମ୍ବର 9 ତାରିଖର ପୂର୍ବାହ୍ନରେ ଦିଲ୍ଲୀରେ ପହଞ୍ଚିବେ । ଜର୍ମାନ ଚାନ୍ସେଲର ଓଲଫ ସ୍କୋଲଜ୍‌ ସକାଳ 8ଟାରେ ପହଞ୍ଚିବେ ଏବଂ ତାଙ୍କୁ କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ଭାନୁ ପ୍ରତାପ ସିଂ ବର୍ମା ବିମାନ ବନ୍ଦରରେ ସ୍ବାଗତ କରିବେ । ଅନ୍ୟପଟେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମଧ୍ୟାହ୍ନ ପ୍ରାୟ ସାଢେ 12ରେ ପହଞ୍ଚିବେ ଏବଂ ତାଙ୍କୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିମାନ ବନ୍ଦରରେ ସ୍ବାଗତ କରିବେ ।

ଏହା ମଧ୍ୟ ପଢନ୍ତୁ:-G20 Summit: ଆଜି ନୁହେଁ କାଲି ଭାରତ ଆସିବେ ବାଇଡେନ, ସୁରକ୍ଷା ବ୍ୟବସ୍ଥା କଡାକଡି

ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ହେଉଥିବା ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକ ମଧ୍ୟରେ ନାଇଜେରିଆ, ଆର୍ଜେଣ୍ଟିନା, ଇଟାଲୀ, ଆଫ୍ରିକାନ ୟୁନିୟନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ସାଉଦି ଆରବ, ରିପବ୍ଲିକ୍ କୋରିଆ, ଇଜିପ୍ଟ, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଚୀନ୍, ସଂଯୁକ୍ତ ଆରବ ଏମିରେଟ୍ସ, ବ୍ରାଜିଲ, ଇଣ୍ଡୋନେସିଆ, ତୁର୍କୀ, ସ୍ପେନ୍, ଜର୍ମାନୀ, ଫ୍ରାନ୍ସ, ମରିସସ୍, ୟୁରୋପୀୟ ୟୁନିଅନ୍ ଏବଂ ସିଙ୍ଗାପୁର ପ୍ରମୁଖ ରହିଛନ୍ତି । ଆସନ୍ତାକାଲି ଏକାଧିକ ରାଷ୍ଟ୍ରମୁଖ୍ୟ ଦିଲ୍ଲୀରେ ପହଞ୍ଚିବାକୁ ଥିବା ବେଳେ ଅନ୍ୟ କିଛି ରାଷ୍ଟ୍ରମୁଖ୍ୟ ସମ୍ମିଳନୀର ଆରମ୍ଭ ଦିନ 9 ତାରିଖରେ ଦିଲ୍ଲୀରେ ପହଞ୍ଚିବେ । ଏହି ଶିଖର ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ ସମସ୍ତ ସ୍କୁଲ୍‌ କଲେଜ, ଅଫିସ 8 ତାରିଖରୁ 10 ତାରିଖ ମଧ୍ୟରେ ବନ୍ଦ ରଖାଯିବ । କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.