ETV Bharat / bharat

ଜି-୨୦ ସମ୍ମିଳନୀ: ବିଶ୍ବର କ୍ଷୁଧା ନିବାରଣ ପାଇଁ ଏକ ରାସ୍ତା - ଖାଦ୍ୟ ସଙ୍କଟ ଦୂର କରିବାରେ ଜି ୨୦ ଭୂମିକା

ବିଶ୍ବର ଅନେକ ରାଷ୍ଟ୍ର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏହି ସଙ୍କଟ ଦୂର କରିବା କ୍ଷେତ୍ରରେ ଜି-୨୦ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । କେମିତି ଜାଣିବା ପାଇଁ ପଢ଼ନ୍ତୁ ସ୍ତମ୍ଭକାର ଇନ୍ଦ୍ର ଶେଖର ସିଂହଙ୍କ ଏହି ବିଶ୍ଲେଷଣ...

ଜି-୨୦ ସମ୍ମିଳନୀ
ଜି-୨୦ ସମ୍ମିଳନୀ
author img

By ETV Bharat Odisha Team

Published : Sep 14, 2023, 9:35 PM IST

ନୂଆଦିଲ୍ଲୀ: ବ୍ରାଜିଲକୁ ଦାୟିତ୍ବ ହସ୍ତାନ୍ତର ସହିତ ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଜି-୨୦ ଶିଖର ସମ୍ମିଳନୀ ସଫଳତାର ସହ ସମାପନ ହୋଇଯାଇଛି । ସମ୍ପ୍ରତି ବିଶ୍ବର ଅନେକ ରାଷ୍ଟ୍ର ଖାଦ୍ୟସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ଜି-୨୦ ଏହାର ଦୂରୀକରଣ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବ । ଚଳିତ ବର୍ଷର ଜି-୨୦ ଅଧ୍ୟକ୍ଷ ରହିଥିବା ଭାରତ ନିଜ କୃଷକଙ୍କ ସ୍ବାର୍ଥ ସାଧନ ସହିତ କିଛି ମାତ୍ରାରେ ବିଶ୍ବ କ୍ଷୁଧା ମେଣ୍ଟାଇବାର କ୍ଷମତା ରଖିଛି । ଏହି ଲକ୍ଷ୍ୟ ହାସଲ ପାଇଁ ଉଭୟ ଜି-୨୦ ଏବଂ ବ୍ରିକ୍ସ ମାଧ୍ୟମରେ ଭାରତ ନିଜ ସ୍ଥିତିର ଲାଭ ଉଠାଇପାରିବ ମଧ୍ୟ । ହେଲେ ସଦ୍ୟ ସମାପ୍ତ ସମ୍ମିଳନୀର ନୂଆଦିଲ୍ଲୀ ଘୋଷଣାନାମାରେ କୃଷିକ୍ଷେତ୍ରକୁ ନେଇ କୌଣସି ବଡ଼ ଘୋଷଣା କରାଯାଇନି ।

g20-new-delhi
ବିଶ୍ବର କ୍ଷୁଧା ନିବାରଣ ପାଇଁ ଏକ ରାସ୍ତା

ଚଳିତ ବର୍ଷ ଆରମ୍ଭରେ କୃଷିମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ପୁନଃ ଅମଳକ୍ଷମ କୃଷି(Regenerative agriculture) ଉପରେ ଜୋର ଦେଇଥିଲେ । ତେଣୁକରି ସାରା ବିଶ୍ବରେ ଏହି କୃଷି ପ୍ରଣାଳୀର ପ୍ରୋତ୍ସାହନ ପାଇଁ ବୈଶ୍ବିକ ସହମତି ମିଳିପାରିବ ବୋଲି ଆଶା ରହିଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ସେପରି କିଛି ଘଟିଲା ନାହିଁ । ଏହା ବଦଳରେ 'ବୈଶ୍ବିକ ଜୈବ ଇନ୍ଧନ ମେଣ୍ଟ' ଗଠନ କରାଗଲା, ଯାହାର ନେତୃତ୍ବ ମୁଖ୍ୟ ରୂପେ ଆମେରିକା, ବ୍ରାଜିଲ୍‌ ଏବଂ ଭାରତ ନେଲା । ଏହି ମେଣ୍ଟର ଲକ୍ଷ୍ୟ ଇଥାନଲ ଓ ଅନ୍ୟାନ୍ୟ ଜୈବ ଇନ୍ଧନର ଉତ୍ପାଦନ, ବାଣିଜ୍ୟ ଏବଂ ବ୍ୟବହାରକୁ ପ୍ରୋତ୍ସାହନ କରିବା । ଉଭୟ ଭାରତ ଓ ଆମେରିକା ଘରୋଇ ଇନ୍ଧନ ଉତ୍ପାଦନ ବୃଦ୍ଧି ସହିତ ଏହାର ରପ୍ତାନୀ ହ୍ରାସ କରିବାକୁ ପେଟ୍ରୋଲ ଓ ଡିଜେଲ ସହ ଇଥାନଲର ମିଶ୍ରଣ ପାଇଁ ଅନୁମତି ଦେଇଛନ୍ତି । ତେବେ ଭାରତ ଚିନି ଉତ୍ପାଦନରେ ବଳକା ଦେଶ ହୋଇଥିବା ବେଳେ ଅତିରିକ୍ତ ଚିନି ଉତ୍ପାଦନ ବର୍ତ୍ତମାନ ଇଥାନଲ ଓ ଜୈବ ଇନ୍ଧନ ପ୍ରସ୍ତୁତିରେ ଉପଯୋଗ ହୋଇପାରିବ ।

g20-new-delhi
ବିଶ୍ବର କ୍ଷୁଧା ନିବାରଣ ପାଇଁ ଏକ ରାସ୍ତା

ସମ୍ପ୍ରତି ବିଶ୍ବରେ ଖାଦ୍ୟଶସ୍ୟ ଉପଲବ୍ଧତା ଉପରେ ୟୁକ୍ରେନ୍‌-ଋଷିଆ ଯୁଦ୍ଧର ପ୍ରଭାବ, ରସାୟନିକ ସାର ଯୋଗାଣ, କୃଷ୍ଣ ସାଗର ଚୁକ୍ତି ପ୍ରଭୃତି କୃଷି ଓ ଖାଦ୍ୟଶସ୍ୟ ସଂରକ୍ଷଣକୁ ପ୍ରାଥମିକତା ଦେବାକୁ ବାଧ୍ୟ କରିଛି । ଯୁଦ୍ଧ ଯୋଗୁଁ ବୈଶ୍ବିକ ସ୍ତରରେ ଖାଦ୍ୟଶସ୍ୟ ଯୋଗାଣ ପ୍ରଭାବିତ ହୋଇଛି । ତେବେ ବିଶ୍ବରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଓ କୃଷି ସହଭାଗିତା ବୃଦ୍ଧି ପାଇଁ ଜି-୨୦ର ଏକ କାର୍ଯ୍ୟକାରିଣୀ ଗୋଷ୍ଠୀ ରହିଛି । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୈବିକ ଚାଷ ସମର୍ଥନରେ କହିଲେ, ସେତେବେଳେ ଏହା ରସାୟନିକ କୀଟନାଶକ ଉପରେ ନିର୍ଭରଶୀଳତା ହ୍ରାସ ଏବଂ କୃଷି ଦ୍ବାରା ଜାତ ଗ୍ରୀନହାଉସ ଗ୍ୟାସ ନିର୍ଗମନ ରୋକିବା ଦିଗରେ ଏକ ସୁଯୋଗ ଭଳି ମନେ ହୋଇଥିଲା । ହେଲେ ଜି-୨୦ରେ ଏହି ସୁଯୋଗ ହାତଛଡା ହୋଇଗଲା । ତେଣୁ ବିଶ୍ବରୁ ଖାଦ୍ୟ ସଙ୍କଟ ଦୂର କରିବାକୁ ହେଲେ ପୁନଃ ଅମଳକ୍ଷମ କୃଷି ପ୍ରଣାଳୀକୁ ଅନ୍ତର୍ଜାତୀୟ ଏଜେଣ୍ଡା ଭାବେ ଗ୍ରହଣ କରିବାକୁ ହେବ ଏବଂ ବ୍ରାଜିଲ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଆସନ୍ତା ଜି-୨୦ ସମ୍ମିଳନୀରେ ଏହାକୁ ପ୍ରାଥମିକତା ଦେବାକୁ ପଡିବ ।

g20-new-delhi
କୃଷକଙ୍କ ସ୍ବାର୍ଥ ସାଧନ

ଯଦି ଜି-୨୦ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ କଥା କହିବା, ଦିଲ୍ଲୀ ଘୋଷଣାପତ୍ରରେ ଜଳବାୟୁ ପରିବର୍ତ୍ତନକୁ ଏକ ବୈଶ୍ବିକ ସଙ୍କଟ ଭାବେ ଗ୍ରହଣ କରାଯାଇଛି । ହେଲେ କୃଷି ସମସ୍ୟା ଦୂରୀକରଣ ପାଇଁ ଏଥିରେ ବିଶେଷ ଗୁରୁତ୍ବ ଦିଆଯାଇନାହିଁ । ଭାରତ ସହିତ ଆଫ୍ରିକୀୟ ସଂଘ ଏବେ ଜି-୨୦ର ଅଂଶ ହୋଇଛି, ଯାହାକି ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟା, ମରୁଡି, ପ୍ରତିକୂଳ ପାଗ ଭଳି କୃଷକଙ୍କ ଜୀବନ ଜୀବିକାକୁ ସିଧାସଳଖ ପ୍ରଭାବିତ କରୁଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି । ତେଣୁ ବିଶ୍ବର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ମଜଭୁତ କରିବା ପାଇଁ ଜୈବ ଇନ୍ଧନ ମେଣ୍ଟ ଭଳି ଏକ କୃଷି ଏବଂ ଜଳବାୟୁ ମେଣ୍ଟର ଆବଶ୍ୟକତା ରହିଛି ।

ଦାରିଦ୍ର୍ୟ, ଖାଦ୍ୟାଭାବ, ଦରଦାମ ବୃଦ୍ଧିକୁ ନେଇ ଜି-୨୦ର ସମସ୍ତ ରାଷ୍ଟ୍ର ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସମ୍ପ୍ରତି ଭାରତ ସହିତ ଜି-୨୦ର ଅଧିକାଂଶ ବିକାଶଶୀଳ ରାଷ୍ଟ୍ର ମଧ୍ୟ କୁପୋଷଣ ଭଳି ବଡ଼ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି । ତେଣୁ ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ କୃଷିର ବିକାଶ ପାଇଁ ଚେଷ୍ଟିତ ଗୋଷ୍ଠୀକୁ ଏକାଠି କରି ଗୋଟିଏ ଉପଗୋଷ୍ଠୀ ସୃଷ୍ଟି କରିବାର ଆବଶ୍ୟକତା ରହିଛି ।

ଏଥିସହ ଜି-୨୦କୁ ଏକ ଅନ୍ତର୍ଜାତୀୟ ଖାଦ୍ୟଶସ୍ୟ ଭଣ୍ଡାର ସ୍ଥାପନ କରିବାକୁ ହେବ, ଯାହା ଉଭୟ ଶସ୍ୟ ବିନିମୟ ଓ ଶସ୍ୟ ବ୍ୟାଙ୍କ ଭାବେ କାର୍ଯ୍ୟ କରିବ । ଏଥିରେ ପ୍ରତ୍ୟେକ ଦେଶକୁ ନିଜ ଖାଦ୍ୟଶସ୍ୟର ଏକ କୋଟା ଦାନ କରିପାରିବେ, ଯାହାକି କୁପୋଷଣ ଏବଂ ମରୁଡି ସହ ଯୁଝୁଥିବା ଦେଶକୁ ଆବଶ୍ୟକସ୍ଥଳେ ଉଧାର ଦିଆଯାଇପାରିବ । ଆମେରିକା, କାନାଡା ଏବଂ ଭାରତ ଭଳି ଦେଶ ବଳକା ଖାଦ୍ୟଶସ୍ୟକୁ ବିଶ୍ବ କ୍ଷୁଧାରୁ ଲାଭ କମାଉଥିବା ଖାଦ୍ୟଶସ୍ୟ ବ୍ୟାପାର ନିଗମ ହାତରେ ଟେକିଦେବା ବଦଳରେ ଆବଶ୍ୟକତା ଥିବା ଲୋକଙ୍କ କ୍ଷୁଧା ନିବାରଣ ପାଇଁ ସହଯୋଗ କରିପାରିବେ ।

ଆମେରିକା, କାନାଡା, ଅଷ୍ଟ୍ରେଲିଆ ଭଳି ବିକଶିତ ଦେଶର ଯୋଗଦାନ ସହିତ ଜି-୨୦ ଶସ୍ୟ ଭଣ୍ଡାରର ଆରମ୍ଭ ହୋଇପାରିବ । ଋଷିଆ ମଧ୍ୟ ନିଜର ଗହମ ଷ୍ଟକ ସହିତ ଶସ୍ୟ ଭଣ୍ଡାରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଭାରତ, ଚୀନ, ଆଫ୍ରିକୀୟ ୟୁନିଅନ ମଧ୍ୟ ନିଜର ବୃହତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଶସ୍ୟ ସଂରକ୍ଷଣ ଓ ଆବଣ୍ଟନର ଦାୟିତ୍ବ ନେଇପାରିବେ । ଉକ୍ତ ଶସ୍ୟ ଭଣ୍ଡାର ସଦସ୍ୟ ରାଷ୍ଟ୍ରରେ ଉତ୍କଟ ଖାଦ୍ୟ ମୁଦ୍ରାସ୍ଫୀତି ସମସ୍ୟା ହ୍ରାସ କରିବା ଦିଗରେ ମଧ୍ୟ ସହାୟକ ହେବ । ଏହି ଶସ୍ୟ ଭଣ୍ଡାରର ନିର୍ମାଣ କରି ଜି-୨୦ ବିଶ୍ବରୁ କ୍ଷୁଧା ମେଣ୍ଟାଇବା ସହ ଖାଦ୍ୟ ସଙ୍କଟ ଦୂର କରିବାର ଲକ୍ଷ୍ୟ ସାଧନ କରିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.