ETV Bharat / bharat

G20 meet in JK: ଐତିହାସିକ ପୋଲୋ-ଭ୍ୟିୁ ମାର୍କେଟ ବୁଲିଲେ, ପାରମ୍ପରିକ ସାମଗ୍ରୀ କିଣିଲେ ଅନ୍ତର୍ଜାତୀୟ ପ୍ରତିନିଧି

author img

By

Published : May 24, 2023, 9:59 PM IST

ଶ୍ରୀନଗରର ଐତିହାସିକ ପୋଲୋ-ଭ୍ୟିୁ ମାର୍କେଟ ପରିଦର୍ଶନ କଲେ ଅନ୍ତର୍ଜାତୀୟ ପ୍ରତିନିଧି । ପାରମ୍ପରିକ ସାମଗ୍ରୀ କିଣିଲେ, କହିଲେ ସୁନ୍ଦର ଅନୁଭବ । ଅଧିକ ପଢ଼ନ୍ତୁ

G20 meet in JK: ଐତିହାସିକ ପୋଲୋ-ଭ୍ୟିୁ ମାର୍କେଟ ପରିଦର୍ଶନ କଲେ ଅନ୍ତର୍ଜାତୀୟ ପ୍ରତିନିଧି

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଜାରି ରହିଛି ଜି20 ସମ୍ମିଳନୀର 3 ଦିନିଆ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ କନଫରେନ୍ସ । ଆଜି କନଫରେନ୍ସର ତୃତୀୟ ତଥା ଅନ୍ତିମ ଦିବସରେ ଏଥିରେ ଅଂଶଗ୍ରହଣ କରିଥିବା ବିଦେଶୀ ତଥା ଅନ୍ତର୍ଜାତୀୟ ପ୍ରତିନିଧି ଶ୍ରୀନଗର ଐତିହାସିକ ପୋଲୋ-ଭ୍ୟିୁ ମାର୍କେଟ ପରିଦର୍ଶନ କରିଛନ୍ତି । ମାର୍କେଟ ପରିଦର୍ଶନ କରିବା ସହ ଏହା ଏକ ଭିନ୍ନ ଅନୁଭବ ବୋଲି ସେମାନେ କହିଛନ୍ତି । ଏହି ପରିଦର୍ଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ପାରମ୍ପରିକ ସାମଗ୍ରୀ କିଣିଲେ ଅନ୍ତର୍ଜାତୀୟ ପ୍ରତିନିଧି

ଏହି ମାର୍କେଟର ବିଭିନ୍ନ ଗଳି ଓ ଦୋକାନକୁ ଜି20 ପ୍ରତିନିଧିମାନେ ପରିଦର୍ଶନ କରିଥିଲେ । ଉପଲବ୍ଧ ଥିବା ପାରମ୍ପରିକ ସାମଗ୍ରୀ ସମ୍ପର୍କରେ ସେମାନେ ତଥ୍ୟ ହାସଲ କରିବା ସହ ସ୍ଥାନୀୟ ବ୍ୟବସାୟୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଆଜି ସାମାନ୍ୟ ବର୍ଷା ହେଉଥିବାରୁ ସେମାନେ ହାତରେ ବିଭିନ୍ନ ରଙ୍ଗର ଛତା ମଧ୍ୟ ଧରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ଗସ୍ତ ପାଇଁ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଅତିଥିମାନେ କିଛି ପାରମ୍ପରିକ ସାମଗ୍ରୀ କ୍ରୟ କରି ନେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ସୋମବାରଠାରୁ ଶ୍ରୀନଗରରେ ଆରମ୍ଭ ହୋଇଛି ଜି20 ସମ୍ମିଳନୀର 3 ଦିନିଆ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ କନଫରେନ୍ସ । ଏଥିରେ ବିଭିନ୍ନ ଦେଶ ଓ ଅନ୍ତର୍ଜାତୀୟ ସଂସ୍ଥାର ପ୍ରାୟ 180 ବିଦେଶୀ ଅତିଥି ତଥା ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପର୍ଯ୍ୟଟନ କ୍ଷେତ୍ରରେ ଶତ ପ୍ରତିଶତ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ (FDI) ପାଇଁ ପ୍ରୟାସ କରାଯାଉଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି । କାଶ୍ମୀର ନିଜର ଫିଲ୍ମ ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିପାରିଛି । ଏହି ଅନ୍ତର୍ଜାତୀୟ ସମ୍ମିଳନୀ କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସାରା ବିଶ୍ବରେ ପରିଚିତ କରାଇବାର ଅବସର ସୃଷ୍ଚି କରିଛି ବୋଲି କେନ୍ଦ୍ର ସରକାର କହି ସାରିଛନ୍ତି ।

ଜମ୍ମୁ ଓ କାଶ୍ମୀରରେ ଆୟୋଜିତ ଜି-20 ସମ୍ମିଳନୀର ପର୍ଯ୍ୟଟନ କନଫରେନ୍ସରେ ବିଭିନ୍ନ ଦେଶର ପ୍ରତିନିଧିଙ୍କ ସମେତ ମୋଟ 180 ଅତିଥି ତଥା ପ୍ରତିନିଧି ଯୋଗଦାନ କରିଛନ୍ତି । ସୋମବାର ସନ୍ଧ୍ୟାରେ ଅତିଥିମାନେ ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦରେ ନୌକାବିହାର ମଧ୍ୟ କରିଥିଲେ । ଆଜି ସେମାନେ ପୋଲ-ଭ୍ୟିିୁ ମର୍କେଟ ପରିଦର୍ଶନ କରିଛନ୍ତି । ଭାରତ ଚଳିତ ବର୍ଷ ଜି-20 ସମ୍ମିଳନୀ ଆୟୋଜନ କରୁଛି । ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଅନ୍ତର୍ଗତ ଏକାଧିକ କାର୍ଯ୍ୟକ୍ରମ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.