ରୋମ: ଆଜି(ଗୁରୁବାର) ଜି-20 ବାଚସ୍ପତିମାନଙ୍କ ଶିଖର ବୈଠକ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଶିଖର ବୈଠକରେ ଭାଗ ନେବେ । ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ଇଟାଲୀ ରାଜଧାନୀ ରୋମରେ ଏହି ସମ୍ମିଳନୀ ହେବ । ଏଥିରେ ଭାରତର ୮ଜଣ ସଂସଦୀୟ ସଦସ୍ୟ ଅଶଂଗ୍ରହଣ କରିବେ ।
ଏହି ପ୍ରତିନିଧି ଦଳରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଲୋକସଭା ସେକ୍ରେଟାରୀ ଜେନେରାଲ୍ ଉତ୍ପଳ କୁମାର ସିଂ, ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍ ଡକ୍ଟର ପି.ପି.କେ. ରାମଚାରିଲ୍ୟୁ ଇଟାଲୀ ଗସ୍ତରେ ଯିବେ । ଏହି ଶିଖର ବୈଠକର ଶୀର୍ଷକ ପାର୍ଲାମେଣ୍ଟସ୍ ଫର୍ ପିପୁଲ, ପ୍ଲାନେଟ୍ ଆଣ୍ଡ୍ ପ୍ରସ୍ପରିଟି ରହିଛି ।
ଶିଖର ବୈଠକ ଶେଷରେ ଏକ ମିଳିତ ବିବୃତି ପ୍ରକାଶ ପାଇବ । ଲୋକସଭା ବାଚସ୍ପତି କୋଭିଡ ସଂକ୍ରମଣ ଯୋଗୁଁ ସାମାଜିକ ଓ ନିଯୁକ୍ତି ସଂକଟର ସମାଧାନ ଶୀର୍ଷକ ଏକ ଆଲୋଚନାରେ ଅଂଶ ଗ୍ରହଣ କରିବେ । ବୈଠକର ପ୍ରଥମ ଅଧିବେଶନରେ ଏହା ଉପରେ ଆଲୋଚନା ହେବ । ଶିଖର ବୈଠକରେ ଯୋଗଦେବା ସମୟରେ ଓମ ବିର୍ଲା ଅନ୍ୟ ଦେଶଗୁଡ଼ିକର ବାଚସ୍ପତିମାନଙ୍କ ସହ କଥାବାର୍ତ୍ତା ହେବାର କାର୍ଯ୍ୟସୂଚୀ ରହିଛି । ଏହା ପୂର୍ବରୁ ଷଷ୍ଠ G-20 ବାଚସ୍ପତି ଶିଖର ସମ୍ମିଳନୀ ଜାପାନ ରାଜଧାନୀ ଟୋକିଓରେ ୨୦୧୯ ନଭେମ୍ବର ୩ରୁ ୫ ଯାଏଁ ଅନୁଷ୍ଠିତ ହୋଇଥିଲା ।
@ANI