ETV Bharat / bharat

ପିତାମାତାଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇନଥିଲା କୁଖ୍ୟାତ ଆତଙ୍କୀ ଦାଉଦ, ସମ୍ପତ୍ତି ଦେଖିଲେ ଆଖି ଖୋସି ହୋଇଯିବ

author img

By ETV Bharat Odisha Team

Published : Dec 18, 2023, 10:23 PM IST

Updated : Dec 18, 2023, 10:44 PM IST

Fugitive underworld don Dawood Ibrahim: ୧୯୯୩ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରାହିମ ଦେଶ ଛାଡ଼ି ପାକିସ୍ତାନର କରାଚିରେ ରହୁଛି । ତେବେ ତାର ପିତାମାତା ମୁମ୍ବାଇରେ ମୃତ୍ୟୁବରଣ କରିବା ପରେ ସେ ତାଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇନଥିଲା । ଅଧିକ ପଢନ୍ତୁ

Fugitive underworld don Dawood Ibrahim
Fugitive underworld don Dawood Ibrahim

ମୁମ୍ବାଇ: କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମକୁ କେହି ବିଷ ପିଆଇଦେବା ଚର୍ଚ୍ଚା ହେବା ପରେ ଏବେ ତାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଭାରତରେ ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଏହି ଆତଙ୍କବାଦୀ ଜଣକ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଦେଶ ଛାଡ଼ିବା ପରେ ରହିଆସୁଛି । ତେବେ ଏହି କୋଟିପତି ଆତଙ୍କବାଦୀ ଜଣକ ଦେଶ ଛାଡ଼ିବା ପରେ ନିଜ ପିତାମାତା ଓ ଭଉଣୀର ଅନ୍ତିମ ସଂସ୍କାର ମଧ୍ୟ ସାମିଲ ହୋଇନଥିଲା । ଏ ନେଇ ବରିଷ୍ଠ ସାମ୍ବାଦିକ ପ୍ରଭାକର ପୱାର ସୂଚନା ଦେଇଛନ୍ତି ।

ଦାଉଦର ପରିବାର:- ମୁମ୍ବାଇର ଅଧିବାସୀ ଥିଲା କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମ । ସେ ଦେଶ ଛାଡ଼ି ପଳାୟନ କରିବା ପରେ ମଧ୍ୟ ତାର ପରିବାର ମୁମ୍ବାଇରେ ରହୁଥିଲେ । ଯେତେବେଳେ ତାର ପରିବାର ବର୍ଗଙ୍କ ମୃତ୍ୟୁ ଘଟିଥିଲା, ସେତେବେଳେ ପଳାତକ ଆତଙ୍କବାଦୀ ଦାଉଦ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇନଥିଲା । ଦାଉଦର ପରିବାର ସମ୍ପର୍କରେ ଅଧିକ ସୂଚନା ଦେଇ ବରିଷ୍ଠ ସାମ୍ବାଦିକ ପ୍ରଭାକର ପୱାର କହିଛନ୍ତି ଯେ ଦାଉଦର ପିତା ମୁମ୍ବାଇ କ୍ରାଇମବ୍ରାଞ୍ଚର କନଷ୍ଟେବଳ ପଦବୀରେ ଥିଲେ । ୱର୍ଲିରେ ଥିବା ପୋଲିସ କଲୋନିରେ ଦାଉଦ ରହୁଥିଲା । ନାଗପଡାର ଅହମ୍ମଦ ସିଲିର ଉର୍ଦ୍ଦୁ ସ୍କୁଲରେ ସେ ସପ୍ତମ ପର୍ଯ୍ୟନ୍ତ ପଢିଥିଲା । ଏପରିକି ସେ ଅନ୍ୟ ଜଣେ ଛାତ୍ରଙ୍କ ସହାୟତାରେ ଦଶମ ପାସ କରିଥିଲା । ୫ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦାଉଦ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ଓ ମରାଠୀ ଭାଷା କହିପାରୁଥିଲା ।

ଦାଉଦର ଆତଙ୍କୀ କାର୍ଯ୍ୟକଳାପ:- ଦାଉଦର ପିତା ପୋଲିସ ଚାକିରିରୁ ଅବସର ନେବା ପରେ ଦାଉଦ ଓ ତାର ବଡ଼ ଭାଇ ପାକମୋଡିଆଠାରେ ରହିବା ଆରମ୍ବ କଲେ । ହଜି ମୁସାଫିର ଖାନା ନିକଟ ବିଲ୍ଡିଂରେ ଉଭୟ ରହିଥିଲେ । ଏହାପରେ ସେ ଧିରେ ଧିରେ ଉକ୍ତ ବିଲ୍ଡିଂର ଅନ୍ୟ ରୁମ ନେବା ଆରମ୍ଭ କରିଥିଲେ । ଏହିଠାରୁ ଦାଉଦ ଓ ତାର ଗ୍ୟାଙ୍ଗ ମିଶି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ବେଳେ ଅନେକ ତଥ୍ୟ ଆତଙ୍କୀ ସଂଗଠନକୁ ପଠାଉଥିଲେ ।

ଏହା ବି ପଢନ୍ତୁ- ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମ ହସ୍ପିଟାଲରେ ଭର୍ତ୍ତି !

ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ:- ୧୯୯୩ ମୁମ୍ବାଇ ଆତଙ୍କୀ ଆକ୍ରମଣ ହୋଇଥିଲା, ଯାହାର ମାଷ୍ଟର ମାଇଣ୍ଡ ଥିଲା ଦାଉଦ ଇବ୍ରାହିମ । ସେ ଏହା ପୂର୍ବରୁ ଭାରତୀୟ ଗୁଇନ୍ଦା ବିଭାଗର ରାଡାରେ ଥିଲା । ୧୯୯୩ ସିରିଏଲ ବିସ୍ଫୋରଣ ପରେ ସେ ମୁମ୍ବାଇରୁ କରାଚୀ ପଳାୟନ କରିଥିଲା । ଏହାପରେ ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଥିଲା ଯେ ସେ କରାଚିରେ ରହିଆସୁଛି । ଏପରିକି ପାକିସ୍ତାନ ସରକାର ତାକୁ ସୁରକ୍ଷା ଯୋଗାଉଥିଲେ । କରାଚିରେ ସେ ପତ୍ନୀ ମେହଜାବିନଙ୍କ ସହିତ ରହିଆସୁଛି । ହେଲେ ISI ବ୍ୟତୀତ ତାର ପ୍ରକୃତ ଠିକଣା କାହାକୁ ଜଣାନାହିଁ ।

ଦାଉଦର ବଡ଼ ଭାଇ ଶବିରର ମୃତ୍ୟୁ ପରେ ସାନ ଭାଇ ନୁରାର ମଧ୍ୟ ମୃତ୍ୟୁ ଘଟିଥିଲା । ଦାଉଦର ଭଉଣୀ ହସିନା ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ରହୁଥିଲା । ହସିନା ବେଗମର ଅନ୍ତିମ ସଂସ୍କାରେ ମଧ୍ୟ ଦାଉଦ ସାମିଲ ହୋଇନଥିଲା । ଭାରତରେ ଦାଉଦ ବିରୋଧରେ ଆତଙ୍କୀ କାର୍ଯ୍ୟକଳାପ, ବେଆଇନ ଜବରଦଖଲ, ହତ୍ୟା ଭଳି ଅନେକ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 18, 2023, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.