ନୂଆଦିଲ୍ଲୀ: କୋରୋନା ଭ୍ୟାକ୍ସିନକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଦେଶରେ ଏପ୍ରିଲ ପହିଲାରୁ ଟୀକାକରଣର ସ୍ତର ବୃଦ୍ଧି କରାଯାଉଛି । ଏବେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନେଇପାରିବେ କୋରୋନା ଟିକା ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଏହାପୂର୍ବରୁ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଓ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ(ଗମ୍ଭୀର ରୋଗରେ ପୀଡିତ)ଙ୍କୁ ଟିକା ଦିଆଯାଉଥିଲା । ହେଲେ ଏବେ 45 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ କୋରୋନା ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଜାଭଡେକର ।
ବର୍ତ୍ତମାନ ସୁଦ୍ଧା ଦେଶରେ ସ୍ବାସ୍ଥ୍ୟକର୍ମୀ, 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ, 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ(ଗମ୍ଭୀର ରୋଗରେ ପୀଡିତ)ଙ୍କୁ ଟିକା ଦିଆଯାଇସାରିଛି । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା 4.85 କୋଟି ଲୋକଙ୍କୁ ଟିକା ଦିଆଯାଇ ସାରିଛି । ସେହିପରି 80 ଲକ୍ଷ ଲୋକଙ୍କୁ କୋରୋନାର ଦ୍ବିତୀୟ ଡୋଜ ଦିଆଯାଇସାରିଛି ।