ETV Bharat / bharat

ସୈତାନ ସାଜିଲା ସାଙ୍ଗ, 4 କୋଟି ବୀମା ଟଙ୍କା ପାଇଁ ବନ୍ଧୁକୁ ନିର୍ମମ ହତ୍ୟା - ବନ୍ଧୁକୁ ହତ୍ୟା କଲା ବନ୍ଧୁ

ବୀମା ଟଙ୍କା ପାଇବାକୁ ବନ୍ଧୁକୁ ହତ୍ୟା କଲା ବନ୍ଧୁ । ମହାରାଷ୍ଟ୍ରର ମୁମ୍ବାଇ ନାକା ଥାନା ଅଞ୍ଚଳରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ୫ ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

Friends kill a man for insurance money in Maharashtra accused arrested
ସୈତାନ ସାଜିଲା ସାଙ୍ଗ, ବୀମା ଟଙ୍କା ଆଶାରେ ବନ୍ଧୁକୁ ନିର୍ମମ ହତ୍ୟା
author img

By

Published : Dec 14, 2022, 9:57 PM IST

ମୁମ୍ବାଇ: ବୀମା ଟଙ୍କା ପାଇବାକୁ ବନ୍ଧୁକୁ ହତ୍ୟା କଲା ବନ୍ଧୁ । ମହାରାଷ୍ଟ୍ରର ମୁମ୍ବାଇ ନାକା ଥାନା ଅଞ୍ଚଳରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ୫ ଅଭିଯୁକ୍ତ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ରହିଛନ୍ତି । ୨୦୧୯ ମସିହା ସେପ୍ଟେମ୍ବର ୨ ତାରିଖରେ ଇନ୍ଦିରାନଗର ଜଗିଂ ଟ୍ରାକ୍‌ରେ ଅଶୋକ ରମେଶ ଭାଲେରାଓଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା । ସେହି ସମୟରେ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହି ୪୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଡ୍ରାଇଭରକୁ ଖୋଜିବାରେ ଲାଗିଥିଲା । ଏହି ସମୟରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ପ୍ରକାଶ କରିଥିଲେ ଅଶୋକଙ୍କ ଭାଇ । ଏହାକୁ ନେଇ ସେ ପୋଲିସ ନିକଟକୁ ଏକ ଚିଠି ଲେଖିଥିଲେ । ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ସେ ଦର୍ଶାଇଥିଲେ । ଅଶୋକଙ୍କ ଭାଇ ଦେଇଥିବା କେତେକ ସୂଚନା ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି ।

ଅଶୋକଙ୍କ ନାମରେ ୪ କୋଟି ଟଙ୍କାର ବୀମା ଥିବା ଜଣା ପଡ଼ିବା ପରେ ତାଙ୍କ ବନ୍ଧୁ ଜଣେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା କରି ଏହି ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ । ଏହାରି ମଧ୍ୟରେ ଅଶୋକ ୩ ବର୍ଷ ପାଇଁ ନାଶିକ ଚାଲି ଯାଇଥିଲେ । ତେବେ ୩ ବର୍ଷ ମଧ୍ୟରେ ଏହି ଯୋଜନା ସଫଳ ହୋଇନଥିଲା । ଶେଷରେ ପୁନଃ ଯୋଜନାରେ ପରିବର୍ତ୍ତନ ହୋଇଥିଲା ।

ବର୍ତ୍ତମାନ ଅଶୋକକୁ ହତ୍ୟା କରିବାକୁ ଯୋଜନା କରିଥିଲେ ତାଙ୍କ ବନ୍ଧୁ । ଏଥିରେ ଜଣେ ମହିଳା ମଧ୍ୟ ସାମିଲ ହୋଇଥିଲେ । ୨୦୧୯ ମସିହା ସେପ୍ଟେମ୍ବର ୨ ତାରିଖରେ ଅଶୋକଙ୍କୁ ଯୋଜନା ମୁତାବକ ହତ୍ୟା କରି ଏହାକୁ ଦୁର୍ଘଟଣା ରୂପ ଦେଇଥିଲେ ଅଭିଯୁକ୍ତ । ଅଶୋକଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରଚ୍ନୀ ଉକେଙ୍କ ନାମରେ ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା । ଅଭିଯୁକ୍ତ ମହିଳା ଅଶୋକଙ୍କ ପତ୍ନୀ ସାଜି ଟଙ୍କା ଉଠାଇଥିଲେ । ଏହାପରେ ସମସ୍ତ ଟଙ୍କା ଅଭିଯୁକ୍ତଙ୍କ ମଧ୍ୟରେ ବାଣ୍ଟିନେଇଥିଲେ । ତେବେ ଜଣେ ଅଭିଯୁକ୍ତଙ୍କୁ କମ ଟଙ୍କା ମିଳିବାରୁ ସେ ଅଶୋକଙ୍କ ଭାଇଙ୍କୁ ଫୋନ୍‌ କରି ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ସୂଚନା ଦେଇଥିଲେ ।

ଏହିଭଳି ଭାବରେ ଅଭିଯୁକ୍ତମାନେ ନିଜେ ନିଜକୁ ପୋଲିସ ନିକଟରେ ଧରାଇ ଦେଇଛନ୍ତି । ଏହାକୁ ନେଇ ମୁମ୍ବାଇ ନାକା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ରଜନୀ ଉକେପ୍ରଣବ ସାଲବୀ ନାମକ ମହିଳାକୁ ଗିରଫ କରାଯାଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ମଙ୍ଗେସ୍‌ ସବ୍‌କର୍‌ । ଏହାଛଡ଼ା ଅନ୍ୟ ୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.