ETV Bharat / bharat

Manipur Violence: ମଣିପୁରରେ ଥମିବାର ନାଁ ଧରୁନି ହିଂସା, 3 ଜଣଙ୍କୁ ଗୁଳିକରି ହତ୍ୟା

author img

By

Published : Aug 5, 2023, 10:56 AM IST

ମଣିପୁରରେ ଥମୁନି ହିଂସା । ସଶସ୍ତ୍ର ବାହିନୀଙ୍କ ଗୁଳିମାଡରେ ମୈତେଇ ସମ୍ପ୍ରଦାୟର ତିନି ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Fresh Violence Erupts In Manipur
Fresh Violence Erupts In Manipur

ଇମ୍ଫାଲ: ହିଂସାର ନିଆଁରେ ଜଳୁଛି ମଣିପୁର । ଦିନକୁ ଦିନ ସ୍ଥିତ ସଙ୍ଗୀନ ହେବାରେ ଲାଗିଛି । କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷକୁ ନେଇ ମଣିପୁରରେ ସ୍ଥିତି ଅଣାୟତ୍ତ ହୋଇଛି । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ନୃଶଂସ ଘଟଣା । ବିଷ୍ଣୁପୁର ଜିଲ୍ଲାରେ ପୁଣି 3 ଜଣଙ୍କୁ ହତ୍ୟା କରାଯାଇଛି । ତିନି ମୃତକ ହେଉଛନ୍ତି ମୈତେଇ ସମ୍ପ୍ରଦାୟର ।

ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇ ଜଣ ବାପା ପୁଅ ରହିଛନ୍ତି । କିଛି ସଶସ୍ତ୍ର ବାହିନୀ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ବିଷ୍ଣୁପୁରର କ୍ୱାକଟା ନିକଟ ଉଖା ଟମ୍ପକ ଗ୍ରାମକୁ ଯାଇ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ଦୁଇ ଜଣ ବାପା ପୁଅ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ-ଥମୁନି ମଣିପୁର ହିଂସା, ଅସ୍ତ୍ରାଗାରରୁ ପ୍ରାୟ ୩୦୦ ଅସ୍ତ୍ରଶସ୍ତ୍ର ଲୁଟିନେଲେ ଦଙ୍ଗାକାରୀ

ଗତ ଗୁରୁବାର ଦିନ ହିଂସାକାରୀ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଅସ୍ତ୍ରାଗାରକୁ ଲୁଟ୍‌ କରିଥିଲେ । ବିଷ୍ଣୁପୁର ଜିଲ୍ଲା ସ୍ଥିତ କାଙ୍ଗଭାଇ ଅଞ୍ଚଳର 2 ଏମ୍ଆର୍ ଏବଂ 7 ଏମ୍‌ଆର୍ ବାଟାଲିୟନର ଅସ୍ତ୍ରାଗାରରୁ 300ରୁ ଊର୍ଦ୍ଧ୍ବ ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିଲେ ଦଙ୍ଗାକାରୀ । ପରେ ପଶ୍ଚିମ ଇମ୍ଫାଲ ଅଞ୍ଚଳରେ ଚେନ୍‌ଜାମା ଚିରାଙ୍ଗ ନାମକ ଜଣେ ପୋଲିସକର୍ମୀଙ୍କୁ ହତ୍ୟା କରିଥିଲେ ପୂର୍ବ ଓ ପଶ୍ଚିମ ଇମଫାଲା ଅଞ୍ଚଳରୁ ଆସିଥିବା ହିଂସାକାରୀ । ଏହାପରେ ଉକ୍ତ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଥିଲା । ଲୋକମାନଙ୍କୁ ସାମୁହିକ ସମାଧି ସ୍ଥଳକୁ ଯିବା ପାଇଁ ସୁରକ୍ଷାକର୍ମୀ ବାରଣ କରିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆର୍ମଫୋର୍ସ ମୁତୟନ କରାଯାଇ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ଫଳରେ 20 ଜଣରୁ ଅଧିକ ବ୍ୟକ୍ତି ଗୁରୁତର ହୋଇପଡିଥିଲେ।

ମେ' ମାସ 3 ତାରିଖରେ ମଣିପୁରରେ ସୂତ୍ରପାତ ହୋଇଥିବା ହିଂସା ଏପର୍ଯ୍ୟନ୍ତ ଥମିବାର ନାଁ ଧରୁନି । ବର୍ତ୍ତମାନ ସୁଦ୍ଧା ପ୍ରାୟ 160ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଉଛି । ସରକାରୀ ଭାବେ ମୃତ୍ୟୁ ସଂଖ୍ୟାକୁ କମ ବୋଲି ଦର୍ଶାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଗତ ମେ ମାସ 4 ତାରିଖରେ ମଣିପୁରରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଳାଇ ଚଳାଇ ନେବା ଓ ସଂଘବଦ୍ଧ ଯୌନ ନିର୍ଯାତନା ଦିଆଯାଇଥିଲା । ଯାହାର ଭିଡିଓ ଜୁଲାଇ 19 ତାରିଖରେ ଭାଇରାଲ ହେବା ପରେ ସ୍ପର୍ଶକାତର ଘଟଣାକୁ ନେଇ ସାରା ଦେଶରେ ତୀବ୍ର ବିରୋଧ କରାଯାଇଥିଲା । ହିଂସାକାଣ୍ଡ ଉପରେ ରୋକ ଲଗାଇବାକୁ ଉଭୟ ମଣିପୁର ସରକାର ଏବଂ କେନ୍ଦ୍ର ସରକାର ଶତ ଚେଷ୍ଟା କରିଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି ଆଖିଦୃଶିଆ ସଫଳତା ହାସଲ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.