ETV Bharat / bharat

ଲିଭ୍-ଇନ୍‌ ପାର୍ଟନର ସହ ମିଶି ଫ୍ରେଞ୍ଚ ମହିଳାଙ୍କୁ ହତ୍ୟା କଲା ପୋଷ୍ୟ ଝିଅ - ମାଆକୁ ମାରିଲା ପାଳିତ କନ୍ୟା

ଲିଭ୍-ଇନ୍ ପାର୍ଟନର ସହ ମିଶି ମାଆକୁ ହତ୍ୟା କଲା ପୋଷ୍ୟ ଝିଅ । ମୃତ ମହିଳା ଜଣକ ଫ୍ରେଞ୍ଚ ନାଗରିକ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଲିଭ୍-ଇନ୍ ପାର୍ଟନର ସହ ମିଶି ଫ୍ରେଞ୍ଚ ନାଗରିକକୁ ମାରିଲା ପାଳିତ ଝିଅ
french-national-murdered-in-hyd-by-adopted-daughter-partner
author img

By

Published : Sep 12, 2021, 9:28 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ରହୁଥିବା ଜଣେ 68 ବର୍ଷୀୟ ଫ୍ରେଞ୍ଚ ନାଗରିକଙ୍କୁ ହତ୍ୟା କଲା ପୋଷ୍ୟ ଝିଅ । ଦୁଇ ଦିନ ପୂର୍ବେ ନିଖୋଜ ହୋଇଯାଇଥିବା ଫ୍ରେଞ୍ଚ ନାଗରିକ ମେରୀ ଖ୍ରୀଷ୍ଟିଆନଙ୍କୁ ହାଇଦ୍ରାବାଦର ସୀମାନ୍ତ ହିମାୟତ ସାଗର ନିକଟରେ ହତ୍ୟା କରାଯାଇଛି । ପୋଲିସ ସେଠାରୁ ତାଙ୍କ ମୃତଦେହ ଜବତ କରିଛି । ତେବେ ଅଭିଯୁକ୍ତ ପୋଷ୍ୟ ଝିଅ ତାଙ୍କ ଲିଭ-ଇନ୍ ପାର୍ଟନର ସହ ମିଶି ମେରୀଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଶନିବାର ସକାଳେ ପୋଲିସ ମୃତଦେହ ଉଦ୍ଧାର କରି ସନ୍ଧ୍ୟା ସୁଦ୍ଧା ସାଇବରବାଦ ପୋଲିସ 3 ଜଣଙ୍କୁ ଅଟକ ରଖିବା ପରେ ମାମଲାର ସତ୍ୟାସତ୍ୟ ପଦାକୁ ଆସିଛି । ଏହି ଘଟଣାରେ ମୃତକଙ୍କ ପୋଷ୍ୟ ଝିଅ ରୋମା, ତାଙ୍କ ଲିଭ୍-ଇନ୍ ପାର୍ଟନର ବିକ୍ରମ ଶ୍ରୀରାମୁଲା(25) ଏବଂ ତାଙ୍କ ବନ୍ଧୁ ରାହୁଲ ଗୋଥାମଙ୍କୁ ଗିରଫ କରାଯାଇଛି ।

ସାଇବରବାଦର ସମସାବାଦ୍ ଜୋନ୍, ଡେପୁଟି କମିଶନର ଏନ ପ୍ରକାଶ ରେଡ୍ଡି ଗଣମାଧ୍ୟମକୁ କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କ ସମ୍ପତ୍ତି ପାଇଁ ଖ୍ରୀଷ୍ଟିଆନଙ୍କୁ ହତ୍ୟା କରିଛି । ସେପ୍ଟେମ୍ବର 9 ତାରିଖ ରାତିରେ ରାଜେନ୍ଦ୍ରନଗର ପୋଲିସ ଷ୍ଟେସନରେ ଖ୍ରୀଷ୍ଟିଆନଙ୍କ ପୁତୁରା ପ୍ରଶାନ୍ତ ଅଭିଯୋଗ କରିଥିଲେ ​​ଯେ, ସକାଳୁ ତାଙ୍କ ପିଉସୀ ନିଖୋଜ ଅଛନ୍ତି । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରିବାର ସଦସ୍ୟ ରୋମାଙ୍କୁ ସନ୍ଦେହ କରୁଥିବାରୁ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ​ସେ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା ।

ତଦନ୍ତରୁ ଜଣାପଡିଛି ଯେ ବିକ୍ରମ ଏବଂ ରାହୁଲ ସେପ୍ଟେମ୍ବର 8 ରେ ଗାନ୍ଧୀପେଟ ମଣ୍ଡଳର ଦାର୍ଗା ଖଲିଜ ଖାନଙ୍କ ବାସଭବନରେ ଦଉଡିରେ କ୍ରିଷ୍ଟାଇନଙ୍କ ଗଳା ଚିପି ହତ୍ୟା କରିଥିଲେ । ପରେ ସେମାନେ ମୃତଦେହକୁ ଏକ କାରରେ ସ୍ଥାନାନ୍ତର କରି ହିମାୟତ ସାଗର ଜଳଭଣ୍ଡାର ନିକଟରେ ଥିବା ବୁଦା ଭିତରେ ପକାଇ ଦେଇଥିଲେ । ପୋଲିସ ତଦନ୍ତ କରି ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.