ETV Bharat / bharat

Manipur Violence: ସ୍ବାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜାଳିଦେଲେ, ମେ’ 28 ରେ ଘଟିଛି ଜଘନ୍ୟକାଣ୍ଡ

author img

By

Published : Jul 23, 2023, 8:14 PM IST

ସାମ୍ନାକୁ ଆସିବାରେ ଲାଗିଛି ହିଂସା ପ୍ରଭାବିତ ମଣିପୁରରୁ ଗୋଟିଏ ପରେ ଗୋଟିଏ ବର୍ବରକାଣ୍ଡ । ମେ’ 28 ତାରିଖରେ ଜଣେ ଦିବଙ୍ଗତ ସ୍ବାଧୀନତା ସଂଗ୍ରାମୀଙ୍କ ବୃଦ୍ଧା ପତ୍ନୀଙ୍କୁ ଘରେ ବନ୍ଦ କରି ଜାଳି ଦେଇଥିଲେ ଦଙ୍ଗାକାରୀ । ଅଧିକ

Manipur: ସ୍ବାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜାଳିଦେଲେ !

ଇମ୍ଫାଲ: ହିଂସା ପ୍ରଭାବିତ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଘଟଣା ଏବେ କ୍ରମାଗତ ଲୋକଲୋଚନକୁ ଆସିବାରେ ଲାଗିଛି । ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଯୌନ ନିର୍ଯାତନା ଦିଆଯିବା ଘଟଣାକୁ ନେଇ ସମଗ୍ର ଦେଶରେ ଉଦବେଗ ଥମିନଥିବା ବେଳେ ଏବେ ଆଉ ଏକ ବର୍ବରକାଣ୍ଡ ସାମ୍ନାକୁ ଆସିଛି । ଜଣେ 80 ବର୍ଷୀୟ ଦିବଙ୍ଗତ ସ୍ବାଧୀନତା ସଂଗ୍ରାମୀଙ୍କ ବୃଦ୍ଧା ପତ୍ନୀଙ୍କୁ ଘରେ ବନ୍ଦ କରି ଜୀବନ୍ତ ଜାଳି ହତ୍ୟା କରାଯାଇଛି । ଘଟଣାଟି ମେ’ 28 ତାରିଖରେ ଘଟିଥିବା ବେଳେ ଏବେ ଏହା ଲୋକଲୋଚନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ମେ’ ମାସ 28 ତାରିଖରେ କାକଚିଙ୍ଗ ଜିଲ୍ଲାର ସେରୋଓ ଅଞ୍ଚଳରେ ଘଟିଛି । 80 ବର୍ଷୀୟ ଦିବଙ୍ଗତ ସ୍ବାଧୀନତା ସଂଗ୍ରାମୀ ଏସ୍‌.ଚୁରାଚାନ୍ଦ ସିଂଙ୍କ ଘରେ ଏକ ସଶସ୍ତ୍ର ଦଙ୍ଗାକାରୀ ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ । ଘରେ ଥିବା ଚୁରାଚାନ୍ଦ ସିଂଙ୍କ 80 ବର୍ଷୀୟା ବୃଦ୍ଧା ପତ୍ନୀ ଇବେତୋମ୍ବି (Ibetombi)ଙ୍କୁ ଏକ କୋଠରୀରେ ବନ୍ଦ କରି ଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ବୃଦ୍ଧାଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ହେଲେ ଅଳ୍ପକେ ତାଙ୍କ ନାତି ଦଙ୍ଗାକାରୀଙ୍କ ଆକ୍ରମଣରୁ ପ୍ରାଣ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଏନେଇ ସ୍ଥାନୀୟ ସେରୋଓ ଥାନାରେ ଏକ ମାମଲା ମଧ୍ୟ ଦାଏର ହୋଇଥିଲା । ହେଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କୌଣସି ସୂଚନା ମିଳିନଥିଲା ।

ସ୍ବାଧୀନତା ସଂଗ୍ରାମୀ ଚୁରାଚାନ୍ଦ ସିଂଙ୍କର ନିକଟରେ 80 ବର୍ଷ ବୟସରେ ପରଲୋକ ହୋଇଯାଇଥିଲା । ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମଙ୍କ ଦ୍ବାରା ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲ । ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ବୃଦ୍ଧା ପତ୍ନୀ ଇବେତୋମ୍ବି ନାତିଙ୍କ ସହ ସୋରୋରୁ ସ୍ଥିତ ନିଜ ଘରେ ରହୁଥିଲେ । ମଣିପରୁରେ ଜାରି ରହିଥିବା ସାମ୍ପ୍ରଦାୟିକ ହିଂସାରେ ଏହି ବୃଦ୍ଧାଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-Manipur case: 5ମ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ 4 ଅଭିଯୁକ୍ତ ଏବେ 11 ଦିନିଆ ରିମାଣ୍ଡରେ

ମେ’ 3 ତାରିଖରୁ ମଣିପୁରରେ ସୂତ୍ରପାତ ହୋଇଥିବା ହିଂସାରେ ଏବେ ପର୍ଯ୍ୟନ୍ତ ପ୍ରାୟ 160 ଲୋକଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଉଥିବା ବେଳେ ସରକାରୀ ଭାବେ ମୃତ୍ୟୁସଂଖ୍ୟା କମ ବୋଲି ଦର୍ଶାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାର ସ୍ଥିତିରେ ସୁଧାର ଆସୁଥିବା କହୁଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ବୀଭତ୍ସ ଘଟଣା ଲୋକଲୋଚନକୁ ଆସିବା ପରେ ମଣିପରୁରେ ସ୍ଥିତି ଅତି ସାଙ୍ଘାତିକ ବୋଲି ବିରୋଧୀମାନେ ଅଭିଯୋଗ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.