ETV Bharat / bharat

ଦେଶର 6000 ରେଳ ଷ୍ଟେସନରେ ମାଗଣା Wi-Fi ସେବା - ଭାରତୀୟ ରେଳମନ୍ତ୍ରଣାଳୟ

ଭାରତୀୟ ରେଳବାଇ ଦେଶର 6 ହଜାର ରେଳ ଷ୍ଟେସନରେ ମାଗଣା ୱାଇ-ଫାଇ ସୁବିଧା ସ୍ଥାପନ କରିଛି ରିବାର ଭାରତୀୟ ରେଳ ମନ୍ତ୍ରଣାଳୟ କହିଛି। ଅଧିକ ପଢନ୍ତୁ...

Free Wi-fi
ଦେଶର 6000 ରେଳଷ୍ଟେସନରେ ମାଗଣା Wi-Fi ସେବା
author img

By

Published : May 16, 2021, 8:15 PM IST

ନୂଆଦିଲ୍ଲୀ: ଝାଡଖଣ୍ଡର ହଜାରିବାଗ ସହରରେ 6000 ତମ ରେଳଷ୍ଟେସନ ଭାବେ ମାଗଣା ୱାଇ-ଫାଇ ସେବା କାର୍ଯ୍ୟକାରୀ ହେଲା । ଏ ନେଇ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 6000 ରେଳ ଷ୍ଟେସନରେ ମାଗଣା ୱାଇ ଫାଇ ସୁବିଧା ଯୋଗାଇ ଦିଆଯାଇଛି ।

ଭାରତରେ ଇଣ୍ଟରନେଟ ସେବା ତଥା ବିଶ୍ବର ଅତ୍ୟାଧୁନିକ ଯୋଗାଯୋଗ ପ୍ରକ୍ରିୟାକୁ ଲୋକଙ୍କ ନିକଟକୁ ପହଞ୍ଚାଇବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିଲା । ଭାରତରେ ପ୍ରଥମେ 2016 ରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ମୁମ୍ବାଇ ରେଳଷ୍ଟେସନରେ ମାଗଣା ୱାଇ-ଫାଇ ସୁବିଧା ଶୁଭାରମ୍ଭ ହୋଇଥିଲା । ଏହାପରେ ସାରା ଦେଶର ବିଭିନ୍ନ ରେଳଷ୍ଚେସନରେ ଆରମ୍ଭ ହୋଇଥିଲା ମାଗଣା ୱାଇଫାଇ ସେବା । ସେହିପର ପଶ୍ଚିମବଙ୍ଗର ମେଦିନାପୁର ରେଳଷ୍ଟେସନରେ 5000 ତମ ଷ୍ଟେସନ ଭାବରେ ୱାଇଫାଇ କାର୍ଯ୍ୟକାରୀ ହୋଇଥିଲା । ମେ 15 ରେ ଓଡିଶାର ଅନୁଗୋଳ ଜିଲ୍ଲାର ଜରୋପଡା ଷ୍ଟେସନକୁ ୱାଇ-ଫାଇ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ବୋଲି ରେଳ ମନ୍ତ୍ରଣାଳୟ କହିଛି ।

ରେଳ ଷ୍ଟେସନରେ ୱାଇ-ଫାଇ ସୁବିଧା ଭାରତ ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପୂରଣ କରେ। ଏହା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ନାଗରିକଙ୍କ ମଧ୍ୟରେ ଡିଜିଟାଲ ବିଭେଦକୁ ଦୂର କରିବ ଯାହା ଦ୍ବାରା ଗ୍ରାମାଞ୍ଚଳରେ ଡିଜିଟାଲ ଶିକ୍ଷା ବୃଦ୍ଧି ପାଇବ ଏବଂ ବ୍ୟବହାରକାରୀଙ୍କ ଅଭିଜ୍ଞତା ମଧ୍ୟ ବୃଦ୍ଧି ପାଇବ ବୋଲି ରେଳବାଇ କହିଛି। ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ଭାରତୀୟ ରେଳବାଇ ଦ୍ବାରା ସାରା ଦେଶରେ 6,000 ଷ୍ଟେସନରେ ୱାଇ-ଫାଇ ସୁବିଧା ଯୋଗାଇ ଦିଆଯାଉଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.