ETV Bharat / bharat

ମାଗଣା Wi-Fi ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ - ସାଇବର ଅପରାଧ

ମାଗଣା ୱାଇ-ଫାଇ ବ୍ୟବହାର କରୁଥିଲେ ସାବଧାନ । ସାଇବର ଅପରାଧୀଙ୍କ ଠକେଇର ଶିକାର ହୋଇପାରନ୍ତି ଆପଣ । ଅଧିକ ପଢନ୍ତୁ

ମାଗଣା Wi-Fi ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

author img

By

Published : Jun 19, 2022, 12:39 PM IST

Updated : Jun 19, 2022, 1:36 PM IST

ନୂଆଦିଲ୍ଲୀ: ମାଗଣା ୱାଇ-ଫାଇ(free Wi-Fi) ବ୍ୟବହାର କରୁଛନ୍ତି କି ? ତାହାହେଲେ ହୋଇଯାଆନ୍ତୁ ସାବଧାନ । ଆପଣଙ୍କୁ ଏହି ମୁକ୍ତ ଡାଟା ଅତ୍ୟନ୍ତ ମହଙ୍ଗା ପଡିଆରେ । ମାଗଣା ୱାଇ-ଫାଇ ବ୍ୟବହାର କରିବା ବିପଦକୁ ନିମନ୍ତ୍ରଣ କରିବା ସଦୃଶ । କାରଣ ଏହାଦ୍ବାରା ସାଇବର ଅପରାଧୀମାନେ ଆପଣଙ୍କ ୱାଇ-ଫାଇ ନେଟୱାର୍କ ହ୍ୟାକ କରି ଟଙ୍କା ଲୁଟି ନେଇପାରନ୍ତି । ଏଥିସହ ଯେଉଁମାନେ ଆପଣଙ୍କ ନେଟୱାର୍କରେ ଲଗ୍ ଇନ୍ କରି ହସ୍ପପଟ୍‌ର ଉପଯୋଗ କରୁଛନ୍ତି, ସେମାନେ ଡାଟା ଚୋରି କରିପାରନ୍ତି । ଏପରିକି ଡେବିଟ୍ ଏବଂ କ୍ରେଡିଟ କାର୍ଡ ବିବରଣୀ ସହ ଆପଣଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇପାରେ । ତେଣୁ ଏ ଦିଗରେ ସର୍ବଦା ସାବଧାନତା ପରଖିବା ଜରୁରୀ ।

ମାଗଣା Wi-Fi ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ମାଗଣା Wi-Fi ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଦିନକୁ ଦିନ ସମାଜରେ ସାଇବର ଅପରାଧି ଅଧିକ ସକ୍ରିୟ ହେଉଛନ୍ତି । ବିଶେଷକରି ହାଇଦ୍ରାବାଦ, ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ ଭଳି ବଡ ବଡ ସହରରେ କିଛି ମାସ ହେଲା ସାଇବର ଅପରାଧିକ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଦେଶବ୍ୟାପୀ ୬,୧୦୦ ରେଳ ଷ୍ଟେସନରେ ମୁକ୍ତ ୱାଇ-ଫାଇ ସୁବିଧା ପ୍ରାବଧାନ ଯୋଗୁଁ ସାଇବର ଆକ୍ରମଣ ବଢୁଛି । ପୋଲିସର କହିବା କଥା, ଟେକ୍ନୋଲୋଜି ସମ୍ପର୍କରେ ଅଧିକ ଧାରଣା ରଖୁଥିବା ବ୍ୟକ୍ତିବିଶେଷ ହିଁ ଏହି ଅପରାଧ ଘଟାଉଛନ୍ତି ।

ଅପରାଧୀମାନେ ୟୁଜର୍ରଙ୍କ ସମ୍ବେଦନଶୀଳ ବ୍ୟକ୍ତିଗତ ଡାଟା ଚୋରି କରି ତାଙ୍କୁ ଧମକ ଦେଉଛନ୍ତି ଏବଂ ସେମାନଙ୍କ ଠାରୁ ଟଙ୍କା ଲୁଟୁଛନ୍ତି । ସାଇବର ଅପରାଧୀ ରେଗୁଲାର ୟୁଜରମାନଙ୍କ ଭଳି ମାଗଣା ୱାଇ-ଫାଇ ନେଟୱାର୍କର ଉପଯୋଗ କରନ୍ତି ଏବଂ ୱାଇ-ଫାଇ ଫାସିଲେଟେଟରକୁ ହ୍ୟାକ୍ କରିନିଅନ୍ତି । ଏହାକୁ ସାଇବର ଏକ୍ସପର୍ଟ ମ୍ୟାନ-ଇନ୍-ଦି- ମିଡିଲ ଆଟାକ ବୋଲି କହିଥାନ୍ତି । ମୁଖ୍ୟତଃ ଦିଲ୍ଲୀ ଏବଂ ମୁମ୍ବାଇରେ ରହୁଥିବା ହ୍ୟାକରମାନେ ଏହିସବୁ ଅପରାଧରେ ଅଧିକ ଜଡିତ ଥିବା ପୋଲିସ ସନ୍ଦେହ କରୁଛି ।

ହ୍ୟାକରକୁ ଥରେମାତ୍ର ୱାଇ-ଫାଇ କନେକ୍ଟଭିଟି ମିଳିଲେ, ସେମାନେ ଫୋନ ଏବଂ ଲ୍ୟାପଟପ ମାଧ୍ୟମରେ ନେଟୱାର୍କରେ ଭାଇରସ ଏବଂ ମାଲୱେୟାର ସଂଚାରିତ କରିଥାନ୍ତି । ଏହି ଉପାୟରେ ସେମାନେ ୟୁଜର୍ରମାନଙ୍କ ପାସୱାର୍ଡକୁ ହ୍ୟାକ କରି ନେଇଥାନ୍ତି । ଏହାପରେ ୟୁଜର୍ସଙ୍କ ବ୍ୟାଙ୍କିଙ୍ଗ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ଯାଏଁ ପହଞ୍ଚିଥାନ୍ତି । ସେମାନେ ବିଶେଷକରି ଏସବିଆଇ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ରଖୁଥିବା ଲୋକଙ୍କୁ ବାଛନ୍ତି ଏବଂ ଆଟାକ୍ କରିଥାନ୍ତି ।

ଯଦି ଆପଣ ରେଳ ଷ୍ଟେସନ, ବସଷ୍ଟାଣ୍ଡ ଏବଂ ହୋଟେଲରେ ଫ୍ରି ୱାଇ-ଫାଇ ବ୍ୟବହାର କରୁଛନ୍ତି, ତାହାହେଲେ ନିଜ ଫୋନରୁ କୌଣସି ପ୍ରକାର ଆର୍ଥିକ ଟ୍ରାଞ୍ଜାକ୍ସନରୁ ଦୂରେଇ ରୁହନ୍ତୁ । ଗହଳି ଏବଂ ସର୍ବସାଧାରଣ ସ୍ଥାନରେ ମାଗାଣା ୱାଇ-ଫାଇ ବ୍ୟବହାର ନ କରିବାକୁ ମୁମ୍ବାଇ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି । ଏଥିସହ ଏପରି ସ୍ଥାନରେ ଏଟୋମେଟିକ କନେକ୍ଟଭିଟି ଏବଂ ବ୍ଲୁଟୁଥ ଟର୍ନ ଅଫ୍ ସହ ଭିପିଏନ ବ୍ୟବହାର କରିବାକୁ କମିଶନର ଅପିଲ କରିଛନ୍ତି ।

Last Updated : Jun 19, 2022, 1:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.