ETV Bharat / bharat

ଭାରତକୁ 8ଟି ଅମ୍ଳଜାନ ଜେନେରେଟର ଦେବ ଫ୍ରାନ୍ସ, ଦୂର ହେବ ସମସ୍ୟା

author img

By

Published : Apr 27, 2021, 9:32 AM IST

ଫ୍ରାନ୍ସ ଭାରତକୁ ଆଠଟି ଉଚ୍ଚ କ୍ଷମତା ବିଶିଷ୍ଟ ଅମ୍ଲଜାନ ଜେନେରେଟର, ପାଞ୍ଚଦିନ ପାଇଁ 2000ରୋଗୀଙ୍କ ନିମନ୍ତେ ତରଳ ଅମ୍ଳଜାନ ଓ 28ଟି ଭେଣ୍ଟିଲେଟର ଓ ଆଇସିୟୁ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବାକୁ ଘୋଷଣା କରିଛି । ଅଧିକ ପଢନ୍ତୁ...

ଭାରତକୁ ସହଯୋଗର ହାତ ବଢାଇଲା ଫ୍ରାନ୍ସ
ଭାରତକୁ ସହଯୋଗର ହାତ ବଢାଇଲା ଫ୍ରାନ୍ସ

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । କୋରୋନା ସହିତ ବିଭିନ୍ନ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ଚିନ୍ତାର କାରଣ ହୋଇଛି । ଏପରି ଘଡିସନ୍ଧି ସମୟରେ ଭାରତକୁ ମିଳିଛି ସହଯୋଗର ହାତ । ଫ୍ରାନ୍ସ ଭାରତକୁ ଆଠଟି ଉଚ୍ଚ କ୍ଷମତା ବିଶିଷ୍ଟ ଅମ୍ଲଜାନ ଜେନେରେଟର, ପାଞ୍ଚଦିନ ପାଇଁ 2000ରୋଗୀଙ୍କ ନିମନ୍ତେ ତରଳ ଅମ୍ଳଜାନ ଓ 28ଟି ଭେଣ୍ଟିଲେଟର ଓ ଆଇସିୟୁ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବାକୁ ଘୋଷଣା କରିଛି ।

ଆସନ୍ତା କିଛି ଦିନ ଭିତରେ ଫ୍ରାନ୍ସ ଭାତରକୁ ଏହି ସମସ୍ତ ଉପକରଣ ଭାରତକୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । 250 ଶଯ୍ୟା ପାଇଁ ଆଠଟି ଉଚ୍ଚ କ୍ଷମତା ବିଶଷ୍ଟ ଅକ୍ସିଜେନ ଜେନେରେଟର, ଆଇସିୟୁ ପାଇଁ 28ଟି ଭେଣ୍ଟିଲେଟର ଓ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ଦେବାକୁ ଟ୍ବିଟ କରି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ।

ଭାରତ ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହର ସହିତ ଲଢେଇ କରୁଛି । ବର୍ଦ୍ଧିତ ସଂକ୍ରମିତ ମାମଲା ପାଇଁ ହସ୍ପିଟାଲରେ ବେଡ ଅଭାବ ସହିତ ଅମ୍ଳଜାନର ଅଭାବ ଦେଖାଦେଇଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତ ପ୍ରତି ଏକ ବିଶାଳ ସହଯୋଗର ହାତ ବଢାଇଛନ୍ତି । ଭାରତର ସ୍ବାସ୍ଥ୍ୟସେବାରେ ଦୀର୍ଘ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ଫ୍ରାନ୍ସ ।

ଭାରତରେ ମହାମାରୀ ସ୍ଥିତି ବିଗିଡି ଯାଇଛି । ଦିନକୁ 3 ଲକ୍ଷରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଏ ନେଇ ଭାରତୀୟଙ୍କୁ ଏକତାର ବାର୍ତ୍ତା ନେଇ ଇମାନୁଏଲ ମାକ୍ରୋନ କହିଛନ୍ତି ଭାରତୀୟଙ୍କର ଏହି ଲଢେଇରେ ଆମେ ସାଥ ଦେବୁ । ଆମେ ଭାରତକୁ ସବୁ ପ୍ରକାର ସହଯୋଗ କରିବୁ ବୋଲି ଶୁକ୍ରବାର ଟ୍ବିଟ କରି କହିଥିଲେ ଫ୍ରାନ୍ସ ରାଷ୍ଟ୍ରଦୂତ । ଖାଲି ଫ୍ରାନ୍ସ ନୁହେଁ ଭାରତର ଏହି ବିପଦ ସମୟରେ ବ୍ରିଟେନ, ଆମେରିକା ଏବଂ ଜର୍ମାନୀ ସମେତ ଅନ୍ୟାନ୍ୟ ଦେଶ ମଧ୍ୟ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.