ପ୍ୟାରିସ: ଋଷର ୟୁକ୍ରେନ ଆକ୍ରମଣ ପରେ ସମଗ୍ର ପୂର୍ବ-ୟୁରୋପରେ ସାମରିକ ସମୀକରଣ ବଦଳିବାରେ ଲାଗିଛି । ଲାଗି ରହିଥିବା ତୀବ୍ର ଉତ୍ତେଜନା ମଧ୍ୟରେ ରୋମାନିଆରେ ସୈନ୍ୟ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ଅନ୍ୟତମ ନାଟୋ ସଦସ୍ୟ ରାଷ୍ଟ୍ର ଫ୍ରାନ୍ସ । ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ଅଧୀନରେ ଫ୍ରାନ୍ସ ରୋମାନିଆରେ ପ୍ରାୟ ୫ ଶହ ସୈନ୍ୟ ମୁତୟନ ଆରମ୍ଭ କରିବାକୁ ଯାଉଥିବା ଫ୍ରାନ୍ସ ସଶସ୍ତ୍ର ବାହିନୀର ମୁଖ୍ୟ ଜେନେରାଲ୍ ଥିଏରି ବୁର୍କାର୍ଡଙ୍କ ସୂଚନା ଦେଇଥିବା ସ୍ଥାନୀୟ ଏକ ଗଣମାଧ୍ୟମ ସଂସ୍ଥାରେ ଖବର ପ୍ରକାଶିତ ହୋଇଛି ।
ସୂଚନା ଅନୁସାରେ, ପୂର୍ବ-ୟୁରୋପରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତିରେ ନାଟୋ ଏହାର ଉପସ୍ଥିତିକୁ ଆହୁରି ଦୃଢ କରିବାକୁ ଯାଉଛି ।ଋଷର ପ୍ରଚଣ୍ଡ ଆକ୍ରମଣାତ୍ମକ ଆଭିମୁଖ୍ୟ ବିଶ୍ବକୁ ରଣନୈତିକ ଏକତାର ଏକ ସ୍ପଷ୍ଟ ସଙ୍କେତ ପଠାଇବାକୁ ରୋମାନିଆରେ ସୈନ୍ୟବାହିନୀକୁ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି ଫ୍ରାନ୍ସ । ସେହିପରି ୟୁକ୍ରେନକୁ ସିଧାସଳଖ ସହାୟତା କରୁନଥିବା ନାଟୋ ରାଷ୍ଟ୍ରମାନେ ସେମାନଙ୍କ ମୀମାରେ କଡା ପ୍ରହରା ଦେବା ଆରମ୍ଭ କରିସାରିଲେଣି ।
ଅନ୍ୟପଟେ ଋଷର ଆକ୍ରମଣ ଜାରି ରହିଥିବାବେଳେ ନାଟୋ ୟୁକ୍ରେନକୁ ସେନା ପଠାଇବ ନାହିଁ ବୋଲି ପୂର୍ବରୁ ମଧ୍ୟ ସ୍ପଷ୍ଟ କରିସାରିଛି । ଫ୍ରାନ୍ସ ୟୁକ୍ରେନକୁ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଯୁଦ୍ଧାସ୍ତ୍ର ୟୁକ୍ରେନ ଅଭିମୁଖେ ପ୍ରରଣ କରିନାହିଁ । ନାଟୋ ସଦସ୍ୟ ଦେଶମାନେ ନିଜ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ