ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ବଡ ଘୋଷଣା କରିଛନ୍ତି । ଆବଶ୍ୟକ ହେଲେ ଭାରତକୁ ଆହୁରି ରାଫେଲ ଯୁଦ୍ଧ ବିମାନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।
ଭାରତ ଗସ୍ତରେ ଥିବା ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ତାଙ୍କର ପ୍ରତିପକ୍ଷ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଫ୍ରାନ୍ସ ଦୂତାବାସ ପକ୍ଷରୁ କୁହାଯାଇଥିଲା କି କୋଭିଡ ମହାମାରୀର ବିପରିତ ସ୍ଥିତି ସତ୍ବେ ଚୁକ୍ତି ମୁତାବକ ଫ୍ରାନ୍ସ ବର୍ତ୍ତମାନ ସୁଦ୍ଧା 33 ଟି ରାଫେଲ ଯୁଦ୍ଧ ବିମାନ ଯୋଗାଇ ଦେଇଛି । ଯାହା ଉଭୟ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବ ।
ନୂଆଦିଲ୍ଲୀ ଗସ୍ତରେ ଥିବା ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଦୂତାବାସର ବୟାନକୁ ଦୋହରାଇ କହିଛନ୍ତି ମୁଁ ଅତ୍ୟନ୍ତ ଖୁସି ଯେ ରାଫେଲ ଯୁଦ୍ଧ ବିମାନକୁ ନେଇ ଭାରତୀୟ ବାୟୁସେନା ସନ୍ତୁଷ୍ଟ ଅଛି । ଯାହା ଆମ ପାଇଁ ଗର୍ବର ବିଷୟ । ମହାମାରୀ ସ୍ଥିତି ସତ୍ତ୍ବେ ଆମେ ଭାରତକୁ ଚୁକ୍ତି ମୁତାବକ ରାଫେଲ ପ୍ରଦାନ କରିପାରିଛୁ । ଭାରତ ଆମର ବିଶ୍ବସ୍ତ ସହଯୋଗୀ । ଭାରତର ସୁରକ୍ଷା ଓ ଆବଶ୍ୟକତା ପାଇଁ ଫ୍ରାନ୍ସ ସବୁବେଳେ ପ୍ରସ୍ତୁତ ଅଛି । ଆବଶ୍ୟକ ହେଲେ ଭାରତକୁ ଆହୁରି ରାଫେଲ ଯୋଗାଇ ଦିଆଯିବ ।
ସେହିପରି ଫ୍ଲୋରେନ୍ସ ପାର୍ଲେ କହିଛନ୍ତି ଆଗାମୀ ଦିନରେ ଭାରତୀୟ ନୌସେନା ପାଇଁ ଆବଶ୍ୟକ ହେଉଥିବା ବିମାନ ବାହକ ଯୁଦ୍ଧପୋତ ଦେବାକୁ ଯୋଜନା ରହିଛି । ଯଦି ଭାରତ ଏନେଇ ଆବଶ୍ୟକ କରେ ଫ୍ରାନ୍ସ ପ୍ରସ୍ତୁତ ଅଛି । କାରଣ ଆମର ବିମାନ ବାହାକ ଯୁଦ୍ଧପୋତ ଖୁବଶୀଘ୍ର ଜଳାବତରଣ କରିବ ।
ସୂଚନାଯୋଗ୍ୟ ଯେ ଭାରତ ବର୍ତ୍ତମାନ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇ ପରୀକ୍ଷଣ ଚାଲିଥିବା ନିଜର ପ୍ରଥମ ବିମାନ ବାହକ ଯୁଦ୍ଧପୋତ ବିକ୍ରାନ୍ତକୁ ଆସନ୍ତା ଅଗଷ୍ଟରେ ଜଳାବତରଣ କରିବାକୁ ଯୋଜନା କରିଛି ।
@ANI