ETV Bharat / bharat

ସେଲ୍‌ଫି ହେଲା କାଳ, ଟ୍ରେନରେ କଟି ୪ ଯୁବକ ମୃତ

author img

By

Published : Feb 16, 2022, 9:15 AM IST

ଚଳନ୍ତା ଟ୍ରେନ ସହ ସେଲ୍‌ଫି ନେବା ପଡିଲା ମହଙ୍ଗା । ଟ୍ରେନରେ କଟି ୪ ଯୁବକ ମୃତ । ଅଧିକ ପଢନ୍ତୁ

ସେଲ୍‌ଫି ହେଲା କାଳ, ଟ୍ରେନରେ କଟି ୪ ଯୁବକ ମୃତ
ସେଲ୍‌ଫି ହେଲା କାଳ, ଟ୍ରେନରେ କଟି ୪ ଯୁବକ ମୃତ

ଚଣ୍ଡିଗଡ: ସେଲ୍‌ଫି ହେଲା କାଳ । ଚଳନ୍ତା ଟ୍ରେନ ସହ ସେଲ୍‌ଫି ନେଉଥିବାବେଳେ ଟ୍ରେନରେ କଟି ୪ ଯୁବକ ମୃତ । ମଙ୍ଗଳବାର ହରିୟାଣା ଗୁରୁଗ୍ରାମ ସହରରେ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଅପରାହ୍ନ ପାଖାପାଖି ୫ଟା ସମୟରେ ବସାଇ ଧାନକୋଟ ରେଳ ଷ୍ଟେସନ ନିକଟରେ ଟ୍ରେନରେ କଟି ୪ ଜଣ ଯୁବକ ପ୍ରାଣ ହରାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଏ ଯାଏଁ ମୃତ ଯୁବକଙ୍କ ପରିଚୟ ପରିଚୟ ମିଳିପାରି ନଥିବାବେଳେ ପୋଲିସ ଏହାର ଚିହ୍ନଟ କରୁଛି । ପ୍ରକାଶଥାଉ କି, ବର୍ତ୍ତମାନ ସମୟରେ ଯୁବପିଢିଙ୍କୁ ସେଲ୍‌ଫି ନିଶା ଘାରିଛି । ବିପଦପୂର୍ଣ୍ଣ ସ୍ଥାନରେ ସେଲ୍‌ଫି ଉଠାଇବାକୁ ନିଜର ସଉକ ବନାଇଛନ୍ତି ଯୁବକ ଯୁବତୀ । ଯେଉଁ କାରଣରୁ ଅନେକ ସମୟରେ ବିଭିନ୍ନ ଅଘଟଣ ଘଟିଯାଉଛି । ବିଗତ ଅତୀତରେ ଏହି ଗୁରୁଗ୍ରାମ ଘଟଣା ଭଳି ଅନେକ ମାମଲା ସାମ୍ନାକୁ ଆସିଥିଲେ ହେଁ ଯୁବପିଢି ଏ ଦିଗରେ ସଚେତନ ହେଉନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.