ETV Bharat / bharat

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବ ୪ ବର୍ଷିଆ ଡିଗ୍ରୀ କୋର୍ସ: କେନ୍ଦ୍ର ଶିକ୍ଷାମନ୍ତ୍ରୀ - ସ୍ନାତକୋତ୍ତର ପାଠ୍ୟକ୍ରମ

ଦେଶର ସମସ୍ତ ବିଶ୍ବ ବିଦ୍ୟାଳୟରେ ଚାରି ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ବିଶେଷ କରି କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟରେ ଏହା ଆରମ୍ଭ କରିବାକୁ ଯୋଜନା କରାଯାଉଛି । ଅଧିକ ପଢନ୍ତୁ....

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
author img

By

Published : Oct 17, 2021, 11:55 AM IST

ନୂଆଦିଲ୍ଲୀ: ଦେଶର ସମସ୍ତ ବିଶ୍ବ ବିଦ୍ୟାଳୟରେ ଚାରି ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ବିଶେଷ କରି କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟରେ ଏହା ଆରମ୍ଭ କରିବାକୁ ଯୋଜନା କରାଯାଉଛି । ଏନେଇ ୟୁଜିସି ବିଶ୍ବବିଦ୍ୟାଳୟମାନଙ୍କ ସହିତ ଆଲୋଚନା କରୁଥିବାବେଳେ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ FYUP କାର୍ଯ୍ୟକାରୀ କରିବାକୁ କହିଛି ।

ବର୍ତ୍ତମାନ 3- ଏବଂ 4 ବର୍ଷର ସ୍ନାତକୋତ୍ତର ଏବଂ ଦେଶର ସମସ୍ତ 45 ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆଉ 2 ବର୍ଷର ପିଜି ପାଠ୍ୟକ୍ରମ ଆରମ୍ଭ ହେବା ନେଇ ଆଲୋଚନା ହେଉଥିବା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରଣାଳୟ କହିଛି ଯେ ଏହି ପାଠ୍ୟକ୍ରମ 2013 ରେ ଆରମ୍ଭ ହୋଇଥିବା 4 ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମଠାରୁ ଭିନ୍ନ, ଅନେକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ସେମାନଙ୍କର ନିୟମିତ 3 ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ ଚଳାଇବାକୁ ଅନୁମତି ଦିଆଯିବ । ନୂତନ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହୋଇପାରିବ । ଏହା ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନର ବିକଳ୍ପ ମଧ୍ୟ ଉପଲବ୍ଧ ହେବ। ନେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ଆହୁରି କହିଛନ୍ତି ନୂତନ ଶିକ୍ଷା ନୀତି ଅନୁଯାୟୀ ତିନି ଓ ଚାରି ବର୍ଷିଆ ଡିଗ୍ରୀ ପାଠ୍ୟକ୍ରମ ରହିଛି । ଏନେଇ ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ କହିଛନ୍ତି ଯେ, ଏହା କିପରି କରାଯିବ ତାର ସମସ୍ତ ନିଷ୍ପତ୍ତି କୁଳପତିମାନଙ୍କ ଉପରେ ନ୍ୟସ୍ତ ରହିଛି । ଆସନ୍ତା ବର୍ଷ ସୁଦ୍ଧା ସମସ୍ତେ ଏହି ବିଷୟ ଉପରେ ନିଜର ପ୍ରକ୍ରିୟା ସ୍ଥିର କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ ପ୍ରକ୍ରିୟାରେ ସମୟ ଲାଗିଲେ ମଧ୍ୟ ବ୍ୟବସ୍ଥାକୁ ଆଗକୁ ନେବାକୁ ପଡ଼ିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଏକ ବୈଠକ କରିଛନ୍ତି । ଅନେକ ବିଶ୍ବବିଦ୍ୟାଳୟରେ ପରବର୍ତ୍ତୀ ଏକାଡେମିକ୍ ଅଧିବେଶନରୁ ଚାରି ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । FYUP ସପକ୍ଷରେ ଅଛନ୍ତି ଅନେକ ବିଶ୍ବବିଦ୍ୟାଳୟ । ଆସନ୍ତା ବର୍ଷ ଠାରୁ ଏହାକୁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.