ETV Bharat / bharat

4 ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ମୃତଦେହକୁ ଖଟ ତଳେ ଲୁଚାଇ ରଖିଥିଲା ଅଭିଯୁକ୍ତ

ଜାହାଙ୍ଗୀରବାଦ ଅଞ୍ଚଳରରେ 4 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Four year old girl murdered in Bulandshahr

author img

By

Published : Apr 24, 2023, 10:25 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ଜା । 4 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା । ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କଲା ପୋଲିସ । ବୁଲନ୍ଦସହର ଜିଲ୍ଲା ଜାହାଙ୍ଗୀରବାଦ ଅଞ୍ଚଳରରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା । ଗିରଫ ଅଭିଯୁକ୍ତ ମୃତ ଶିଶୁର ପଡୋଶୀ ହୋଇଥିବା ସୂଚନା ମିଳିଛି । ଘରେ ବାହାରେ ଖେଳୁଥିବା ସମୟରେ ଶିଶୁଟିକୁ ଅପହରଣ କରି ନେଇ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ।

ରବିବାର ଅପରାହ୍ନ ସମୟରେ ଶିଶୁଟି ଘର ବାହାରେ ଖେଳୁଥିଲା । କିନ୍ତୁ ହଠାତ୍‌ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକେ ଖୋଜାଖୋଜି କରିବାରୁ ଅଭିଯୁକ୍ତ ଘରେ ଝିଅକୁ ଦେଖିବାକୁ ପାଇଥିଲେ । ଏହାପରେ ଘଟଣାସ୍ଥଳରେ ଗ୍ରାମବାସୀ ଏକାଠି ହୋଇ ଅଭିଯୁକ୍ତକୁ ମାଡ ମାରିବା ସହ ପୋଲିସର ଜିମା ଦେଇଥିଲେ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ପୀଡିତାଙ୍କ ପରିବାର ଲୋକେ ଜାହାଙ୍ଗୀରବାଦର ଏକ ଗ୍ରାମରେ ରୁହନ୍ତି । ଗତକାଲି ଅପରାହ୍ନରେ ସେ ଘର ବାହାରେ ଖେଳୁଥିବା ବେଳେ ଜଣେ ଯୁବକ ତାଙ୍କୁ ପାଖକୁ ଡାକିଥିଲେ । ଏହାପରେ ତାଙ୍କୁ ନିଜ ଘରକୁ ନେଇଯାଇ ସେଠାରେ ଚାରି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ଅଭିଯୁକ୍ତ । ପୋଲିସ ଭୟରେ ଶିଶୁଟିର ମୃତଦେହକୁ ଖଟ ତଳେ ରଖିଦେଇଥିଲା ।''

''ଏହି ସମୟରେ ମୃତ ଶିଶୁଟିର ପରିବାର ଲୋକେ ଝିଅକୁ ଖୋଜାଖୋଜି କରୁଥିଲେ । କିନ୍ତୁ ଶିଶୁ କନ୍ୟାର ପତ୍ତା ନମିଳିବାରୁ ଅଭିଯୁକ୍ତର ଘରକୁ ଯାଇଥିଲେ ପରିବାର ଲୋକେ । ସେଠାରେ ଶିଶୁକନ୍ୟାର ମୃତଦେହ ଖଟ ତଳେ ଥିବା ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣିଥିଲା ।'' ସେପଟେ ଶିଶୁକନ୍ୟାର ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତକୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ନିକଟରେ ପଶ୍ଚିମବଙ୍ଗର କାଳିଆଗଞ୍ଜ ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ପୀଡିତାଙ୍କ ମୃତଦେହ ମିଳିବା ପରେ ପୋଲିସ ମରଶରୀରକୁ ରାସ୍ତାରେ ଟାଣି ନେଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ କାଳିଆଗଞ୍ଜରେ ହିଂସା ପରିସ୍ଥିତ ଉପୁଜିଥିଲା । ପୀଡିତାଙ୍କୁ ନ୍ୟାୟ ଦାବିରେ ଲୋକମାନେ ଆନ୍ଦୋଳନ କରିଥିଲେ । ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ବେଳେ ଆନ୍ଦୋଳନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ପୋଲିସ ଉପରେ ପଥରମାଡ କରିଥିଲେ ଆନ୍ଦୋଳନକାରୀ । ପୋଲିସ ମଧ୍ୟ ସେମାନଙ୍କୁ ଉପରକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.