ଜୟପୁର: ରାଜସ୍ଥାନର ଜାଲୋରରେ ଅଭାବନୀୟ ଘଟଣା । ଖେଳୁ ଖେଳୁ ବୋରଓ୍ବେଲରେ ଖସିପଡିଲା ଏକ 4 ବର୍ଷର ଶିଶୁ । ଯାହାର ଲମ୍ବ 90 ଫୁଟ ହେବ ବୋଲି କୁହାଯାଉଛି । ତେବେ ଶିଶୁଟି ବୋରଓ୍ବେଲରେ ପଡିଯାଇଥିବା ଦେଖି ପରିବାର ଲେକେ ସେଠାକାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ।
ଘଟଣାସ୍ଥଳରେ ଏସଡିଆରଏଫ୍ ଟିମ ପହଞ୍ଚି ଏକ ଟ୍ୟୁବ୍ ମାଧ୍ୟମରେ ଶିଶୁଟିକୁ ଅମ୍ଳଜାନ ଦେବା ସହ ଦଉଡି ସାହାଯ୍ୟରେ ଖାଦ୍ୟ ପଠାଇଥିଲେ । ପରେ ରାତି ପ୍ରାୟ 3.15 ମିନିଟ ସମୟରେ ଶିଶୁଟିକୁ ଉଦ୍ଧାର କରି ନିରାପଦ ସ୍ଥାନକୁ ଆଣିଥିଲେ । ଏବେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ