ଡେରାଡୁନ: ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ସହ ଚାରି ଜଣଙ୍କୁ ଗିରଫ କଲା ଉତ୍ତରାଖଣ୍ଡ ପୋଲିସ (Ganja Seize in Uttarakhand) । ଉତ୍ତରାଖଣ୍ଡର ଏସଓଜି ଓ ଏସଟିଏଫ ଟିମ କିଚ୍ଛା ବାଇପାସ ରାସ୍ତାର୍ ରୁଦ୍ରପୁରରେ ଏଫସିଆଇ ଗୋଦାମ ନିକଟରେ ଚାରି ଜଣ ବେଆଇନ ନିଶା ଚାଲାଣକାରୀଙ୍କୁ ଗିରଫ କରିଛି । ଏକ ବିଳାସମୟ କାରରେ ଏକ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।
ଉତ୍ତରାଖଣ୍ଡରେ ଏସଟିଏଫ ଓ ଏସଓଜି ଟିମର ନିଶା ବିରୋଧୀ ଅଭିଯାନକୁ ସଫଳତା । ରୁଦ୍ରପୁରରେ ଏଫସିଆଇ ଗୋଦାମ ନିକଟରେ ଚାରି ଜଣଙ୍କୁ ଗିରଫ କରିଛି STF । ସେମାନଙ୍କ ନିକଟରୁ ଏକ ବିଳାସମୟ କାରରେ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ସେମାନନଙ୍କ ନିକଟରୁ ୪ ମୋବାଇଲ ଫୋନ ସହ ୬ ହଜାର ଟଙ୍କା ମଧ୍ୟ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ NDPS ଆଇନ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ମାନେ ଓଡିଶାରୁ ଗଞ୍ଜେଇ ଚୋରାଚାଲାଣ କରି ନେଇ ଯାଉଥିବା ଜଣାପଡିଛି । ରୁଦ୍ରପୁର ଓ ଏହାର ଆଖପାଖ ଅଞ୍ଚଳରେ ସେମାନେ ଗଞ୍ଜେଇକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ପଚରାଉଚୁରା ପରେ ଅଭିଯୁକ୍ତଙ୍କ ପରିଚୟ ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଟ୍ରାଞ୍ଜିଟ କ୍ୟାମ୍ପ ଅଞ୍ଚଳର ଦୀପକ, ଦିନେଶପୁର ଗ୍ରାମର ତାରକ, ଟ୍ରାଞ୍ଜିଟ କ୍ୟାମ୍ପ ଅଞ୍ଚଳର ରାକେଶ କୁମାର, ଶକ୍ତିଫାର୍ମ ଗ୍ରାମର ରାଜେଶ ମଣ୍ଡଳ ରହିଛନ୍ତି । ଏହା ସହ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ରୁଦ୍ରପୁର, ଟ୍ରାଞ୍ଜିଟ କ୍ୟାମ୍ପ, ଦିନେଶପୁର ଥାନାରେ ବେଆଇନ ମଦ କାରବାର ମାମଲା ରହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ