ETV Bharat / bharat

ନିଆଁରେ ଜଳି ବାପାମାଆ ଓ ଦୁଇ ଛୁଆ ମୃତ

author img

By

Published : Feb 5, 2023, 3:20 PM IST

ଘରେ ନିଆଁ ଲାଗିବା ଯୋଗୁଁ ବାପାମାଆଙ୍କ ସହ ଦୁଇ ଛୁଆଙ୍କ ମୃତ୍ୟୁ । ଉତ୍ତରପ୍ରଦେଶ ଗୋରଖପୁରରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ

ନିଆଁରେ ଜଳି ବାପାମାଆ ଓ ଦୁଇ ଛୁଆ ମୃତ
ନିଆଁରେ ଜଳି ବାପାମାଆ ଓ ଦୁଇ ଛୁଆ ମୃତ

ଲକ୍ଷ୍ନୌ: ନିଆଁ ଜଳିଗଲେ ବାପାମାଆ ଓ ଦୁଇ ଛୁଆ । ଘରେ ନିଆଁ ଲାଗିବା ଯୋଗୁଁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କର ଦୁଇ ପୁଅ ଝିଅ ହୋଇଥିବା ଜଣାପଡିଛି । ଗତକାଲି(ଶନିବାର) ରାତିରେ ଉତ୍ତରପ୍ରଦେଶ ଗୋରଖପୁରର ଗୋଲା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ରାତିରେ ନିଆଁ ଲାଗିଥିବା ବେଳେ ଆଜି ସକାଳେ ଲୋକମାନେ ଦେଖି ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପାରିବାରିକ କହଳକୁ କେନ୍ଦ୍ରକରି ଦମ୍ପତି କିଛି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ମୃତକ ୪୨ ବର୍ଷୀୟ ଇନ୍ଦ୍ର ବାହାଦୂର ସ୍ଥାନୀୟ ବଜାରରେ ପରିବା ବ୍ୟବସାୟ କରୁଥିଲେ । ତାଙ୍କର ନିଜ ପତ୍ନୀଙ୍କ ସହ ସମ୍ପର୍କ ଭଲ ନଥିଲା । ଇନ୍ଦ୍ର ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଟଙ୍କା ଉଧାର ନେଇଥିଲେ । ଏହାକୁ ଶୁଝି ନପାରିବାରୁ ସେହି ବ୍ୟକ୍ତି ତାଙ୍କୁ ହଇରାଣ କରୁଥିଲେ । ଏହାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା । ତେଣୁ ଏଥିପାଇଁ ପୁରା ପରିବାର ଜୀବନ ହାରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ ।

ଏହାମଧ୍ୟ ପଢନ୍ତୁ: ଆସାମ ମୁଖ୍ୟମନ୍ତ୍ରୀଙ୍କୁ ୱବେସୀଙ୍କ ପ୍ରଶ୍ନ: ସ୍ବାମୀ ଜେଲ୍ ଗଲେ ସ୍ତ୍ରୀ କଥା ବୁଝିବ କିଏ ?

ଆଜି ସକାଳେ ମୃତକଙ୍କ ଘରୁ ଧୂଆଁ ବାହାରୁଥିବା ପଡୋଶୀ ଦେଖିବାକୁ ପାଇଥିଲେ । ସେମାନେ ଘରର କବାଟ ଭାଙ୍ଗିବା ପରେ ଖଟ ଉପରେ ଇନ୍ଦ୍ର, ତାଙ୍କର ସ୍ତ୍ରୀ ସୁଶୀଳା ଦେବୀ, ୧୦ ବର୍ଷର ଝିଅ ଚାନ୍ଦିନୀ ଓ ୮ ବର୍ଷର ପୁଅ ଆର୍ଯ୍ୟନଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ମହିଳାଙ୍କ ଶରୀରରେ କିଛି କଟା ଦାଗ ରହିଥିଲା ଏବଂ ରୁମ୍‌ରୁ କିରୋସିନି ଗନ୍ଧ ଆସୁଥିଲା । ତେଣୁ ପାରିବାରିକ ବିବାଦକୁ କେନ୍ଦ୍ରକରି ପୁରା ପରିବାର ଘରେ ନିଆଁ ଲଗାଇ ଜୀବନ ହାରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଲୋକଙ୍କଠାରୁ ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରିଛି । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ତାହା ଏ ଯାଏଁ ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ପରିବାରର ଏପରି ୪ ଜଣଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.