ଗାନ୍ଧୀନଗର: ଗୁଜୁରାଟ ମୋର୍ବି ବ୍ରିଜ ଭୁଶୁଡିବା ଘଟଣା (Bridge Collaspe accident) ସାରା ଦେଶକୁ ଦୋହଲାଦେଇଛି । ମୃତ୍ୟୁସଂଖ୍ୟା ଏଯାବତ ୧୩୪ରେ ପହଞ୍ଚିଥିବା ବେଳେ ପୁଣି ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଏହି ଅଘଟଣରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି (Four people Died from a same family) । ଫଳରେ ପରିବାରର ଖେଳିଯାଇଛି ଶୋକର ଛାୟା ।
ମୋର୍ବି ପୋଲି ଭାଙ୍ଗିଯିବା ପରେ ଏହା ଉପରେ ଥିବା ଗୋଟିଏ ପରିବାରର ମା' ଓ ୩ ଶିଶୁଙ୍କ ମୃତ୍ୟୁ ଘଟିଛି । ରୁପେଶଭାଇ ନିଜ ପରିବାର ସହିତ ଏହି ପୋଲ ଉପରକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଇଥିଲେ । ଠିକ ଏହି ସମୟରେ ଘଟିଥିଲା ଅଘଟଣ । ଅଘଟଣରେ ହଂସାବେନ ଦାଭି, ତୁଷାର (୮), ଶ୍ୟାମ (୫), ମାୟା (୨)ଙ୍କ ମୃତ୍ୟୁ ଘଟିଛି । ଏହି ପରିବାରର ଜଣେ ସଦସ୍ୟ ଭାବେ ରୁପେଶ ଜୀବିତ ଅଛନ୍ତି । ମୋର୍ବିର ଏହି ଘଟଣା କେବଳ ଗୁଜୁରାଟ ନୁହେଁ, ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।
ଏହା ବି ପଢନ୍ତୁ- Morbi incident: ଦାୟିତ୍ବରେ ଥିବା ସଂସ୍ଥା ବିରୋଧରେ ମାମଲା, 9 ଗିରଫ
ମୋର୍ବି ପୋଲ ଭାଙ୍ଗିବା ଫଳରେ କେତେ ଯେ ପରିବାରରେ ଶୋକର ଛାୟା ଖେଳିଯାଇଛି ତାହା କହିବା କଷ୍ଟକର । ପୋଲ ଉପରେ ପ୍ରାୟ ୪୦୦ ପର୍ଯ୍ୟଟକ ଉପସ୍ଥିତ ରହିଥିବା ବେଳେ ଘଟିଥିଲା ଅଘଟଣ । ହଠାତ ପୋଲଟି ଭୁଶୁଡ଼ି ପଡ଼ିଥିଲା । କେହି କିଛି ବୁଝିବା ଆଗରୁ ପାଣି ଭିତରେ ଖସି ପଡ଼ିଥିଲେ । ପ୍ରାଥମିକ ଖବର ଭାବେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ରାତି ବଢିବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା ।
ଏହା ବି ପଢନ୍ତୁ- Gujarat Morbi Bridge Collapse: ଝୁଲା ପୋଲ ଦୁର୍ଘଟଣା, BJP ସାଂସଦଙ୍କ ୧୨ ସମ୍ପର୍କୀୟ ମୃତ
ଏହି ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା । ଘଟଣା ସହ ସମ୍ପୃକ୍ତ ଏକାଧିକ ବିଭାଗର ୯ ଜଣଙ୍କୁ ଗିରଫ କରାଯାଇଛି । ତେବେ ପୋଲର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସଂସ୍ଥା ବିରୋଧରେ ସ୍ଥାନୀୟ ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କିରଥିବା ବେଳେ ଏବେ ସୁଦ୍ଧା ୯ ଜଣଙ୍କୁ ଅଟକ ରଖି ତଦନ୍ତ କରାଯିବା ପରେ ସେମାନଙ୍କୁ ଗିରଫ କରାଯାଇଛି (9 people arrested in Morbi incident) ।
ଏହିଭଳି ଆଉ ଏକ ଖବର ମଧ୍ୟ ସାମନାକୁ ଆସିଛି । ରାଜକୋଟ ବିଜେପି ସାଂସଦ ମୋହନ ଭାଇ କୁନ୍ଦରିଆଙ୍କ ୧୨ ଜଣ ସମ୍ପର୍କୀୟଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୫ଜଣ ପିଲା ଥିବା ଜଣାପଡିଛି । ସାଂସଦଙ୍କ ମୋହନ ଭାଇ କୁନ୍ଦରିଆଙ୍କ କହିବା ମୁତାବକ, ''ଏହି ଦୁର୍ଘଟଣାରେ ତାଙ୍କ ଭିଣୋଇଙ୍କ ଭାଇଙ୍କ ୪ ଝିଅ, ୩ ଜ୍ବାଇଁ ଓ ୫ ଜଣ ପିଲାଙ୍କୁ ହରାଇଛନ୍ତି । ଏହା ବେଶ୍ ଯନ୍ତ୍ରଣାଦାୟକ ବୋଲି ସାଂସଦ କହିଛନ୍ତି । ଆବଶ୍ୟକଠୁ ପୋଲରେ ଅଧିକ ଲୋକ ଯିବାରୁ ଏହି ଅଘଟଣ ଘଟିଛି । ଏହି ଅଘଟଣରେ ମୁଁ ମର୍ମାହତ ।''