ETV Bharat / bharat

4 ମାସର ଗର୍ଭବତୀଙ୍କୁ ଜୀବନ୍ତ ଜାଳିଦେଲେ ଶାଶୁଘର ଲୋକେ !

author img

By

Published : Aug 8, 2023, 9:29 PM IST

ନିଆଁରେ ପୋଡି ହୋଇ ମହିଳାଙ୍କ ସହ ତାଙ୍କ 4ମାସର ଶିଶୁର ମୃତ୍ୟୁ । ଶାଶୁଘର ଲୋକେ ପୋଡି ମାରି ଦେଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ବାପା । ଅଧିକ ପଢନ୍ତୁ

ନିଆଁରେ ପୋଡି ହୋଇ ମହିଳାଙ୍କ ସହ ତାଙ୍କ 4ମାସର ଶିଶୁର ମୃତ୍ୟୁ

କୋଲକାତା: ଯୌତୁକ ଲୋଭରେ ପିଶାଚ ସାଜିଲେ ଶାଶୁର ଘରଲୋକେ । ପଶ୍ଚିମବଙ୍ଗର ମାଲଦାରେ 4 ମାସର ଗର୍ଭବତୀ ଥିବା ମହିଳାଙ୍କୁ ଜୀବନ୍ତ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ । ସାତ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ମହିଳା ଜଣକ ଗତକାଲି (ସୋମବାର) ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିଜ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଏପରି ଅଭାବନୀୟ ଘଟଣା ରାଟୁଆ ବ୍ଲକର ସମ୍ବଲପୁର ପଞ୍ଚାୟତର ଅଜିମଗଞ୍ଜ ଗ୍ରାମରୁ ସାମ୍ନାକୁ ଆସିଛି । ତେବେ ମୃତ୍ୟ ମହିଳା ଜଣକ 23 ବର୍ଷର ପ୍ରିୟଙ୍କା ରାବିଦାସ । ତେବେ ଏପରି ଘଟଣା ପରେ ପ୍ରିୟଙ୍କର ସ୍ବାମୀ ସହ ସମ୍ପର୍ଣ୍ଣ ପରିବାର ଫେରାରଥିବା ପୋଲିସ ସୂଚନା ଦେଇଛି । ଝିଅର ମୃତ୍ୟୁ ପରେ ଝିଅର ପିତା ରାଜକୁମାର ରବିଦାସ ଥାନାରେ ଶାଶୁଘର ଲୋକଙ୍କ ବୁରୋଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଛିନ୍ତି ।

ଅଭିଯୋଗ ଅନୁଯାୟୀ, ଗତ ଅଗଷ୍ଟ 1 ତାରିଖ ରାତିରେ ତାଙ୍କ ଜ୍ବାଇଁ ଅକୁଲ ତାର ପରିବାର ଲୋକଙ୍କ ସହ ମିଶି ପ୍ରିୟଙ୍କାକୁ ମାରପିଟ କରିଥିଲା । ପରେ ତାକୁ ଏବଂ ତାର ଗର୍ଭରେ ଥିବା 4ମାସର ସନ୍ତାନକୁ ଜୀବନ୍ତ ପୋଡି ଦେଇଥିଲେ । ପ୍ରିୟଙ୍କର ପାଟି ଶୁଣି ପଡୋଶୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ତାକୁ ତୁରନ୍ତ ମେଡିକାଲକୁ ନେଇ ଯାଇଥିଲେ । ରଜକୁମାରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଗତ 1 ତାରିଖରୁ ଶାଶୁଘର ଲୋକେ ଫେରାର ଥିବା ବେଳେ ତାଙ୍କୁ ଖେଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ମାଲଦା ପୋଲିସ ।

ଏହା ବି ପଢନ୍ତୁ: ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା କଲେ ଶାଶୁଘର ଲୋକେ !

ରଜକୁମାର ରବିଦାସ କହିଛନ୍ତି ,‘‘ ତାଙ୍କ ଝିଆ ପ୍ରିୟଙ୍କା ଏବାଂ ତାଙ୍କ ଗ୍ରାମର ଅକୁଲଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହି ଘଟଣା ଉଭୟ ପରିବାର ଯାଣିବା ପରେ ଉଭୟଙ୍କ ବିବାହ କରାଇବା ପାଇଁ ସହମତି ପ୍ରକାଶ କରିଥିଲେ । ତିନିବର୍ଷ ତେଳେ ଅର୍ଥାତ 2019 ମସିହାରେ ରିତୀନୀତି ଅନୁଯାୟୀ ଉଭୟଙ୍କ ବିବାହ କରାଯାଇଥିଲା । ବାବାହ ଘର ପରେ ଅକୁଲଙ୍କ ପରିବାର 1ଲକ୍ଷ ଟଙ୍କା ଡିମାଣ୍ଡ ମାଗିଥିଲେ । କିନ୍ତୁ ଡିମାଣ୍ଡ ନଦେବାରୁ ସେ ତାଙ୍କ ଝିଆକୁ ନିର୍ଯ୍ଯାତନା ଦେଉଥିଲେ । ଗରିବ ପରିବାର ହେବା କାରଣରୁ ପଇସା ଯୋଗଡ ନକରିପାରିବାରୁ ସେମାନେ ତାଙ୍କ ଝିଅକୁ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି ।’’

ପୋଲିସ ଏସିପି ପ୍ରଦୀପ କୁମାର ୟାଦବ କହିଛନ୍ତି,‘‘ ଡାଉରୀକୁ ନେଇ ହତ୍ୟା କରାଯାଇଥିବା ଏକ ଲିଖିତ ଅଭିଯୋଗ ଆଧାରରେ ତଦନ୍ତ କରାଯାଉଛି । ତୁରନ୍ତ ମୃତ ପ୍ରିୟଙ୍କାର ପରିବାର ଲୋଙ୍କୁ ଖୋଜି ବାହାର କରାଯିବ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.