ହାଇଦ୍ରାବାଦ: ଗୋଟିଏ ପରିବାରର 4 ଜଣ କଲେ ଆତ୍ମହତ୍ୟା । ଏଭଳି ଦୁଃଖଦ ଘଟଣା ଘଟିଛି ତେଲେଙ୍ଗାନା ମଞ୍ଚେରିଆ ଜିଲ୍ଲାର ମାଲକାପାଲ୍ଲିରେ । ତେବେ ଘଟଣା ସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି । ନିକଟରେ ଋଣ କରି 30 ଏକର ଜମିରେ ଫସଲ କରିଥିବାବେଳେ ସେଥୁରୁ ସେ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲେ ।
ତେବେ ଋଣ ପରିଷୋଧ କରିନପାରିବାରୁ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଛି । ମୃତକଙ୍କ ମଧ୍ୟରେ 17 ବର୍ଷର ପୁଅ ଏବଂ 19 ବର୍ଷର ଝିଅ ଥିବାବେଳେ ଦମ୍ପତିଙ୍କୁ ଗୋଟିଏ କୋଠରୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ନିକଟରେ ଶାଶୁଘରୁ ଘରକୁ ଆସିଥିଲେ ଝିଅ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ