ETV Bharat / bharat

ଜମିଜମା ବିବାଦରୁ ଗୋଟିଏ ପରିବାରର ତିନିଜଣଙ୍କୁ ନିର୍ମମ ହତ୍ୟା, ଭିଡିଓ ଭାଇରାଲ

କର୍ଣ୍ଣାଟକର ହୋଲେନାରାଶିପୁରାରେ ଜମିଜମାକୁ ନେଇ ଘଟିଛି ନିର୍ମମ ହତ୍ୟାକାଣ୍ଡ । ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ...

ଜମିଜମା ବିବାଦ; ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା

author img

By

Published : May 31, 2021, 12:48 PM IST

ବେଙ୍ଗାଲୁରୁ: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । କର୍ଣ୍ଣାଟକର ହୋଲେନାରାଶିପୁରାରେ ଜମିଜମାକୁ ନେଇ ଘଟିଛି ନିର୍ମମ ହତ୍ୟାକାଣ୍ଡ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ହତ୍ୟା ଘଟଣାରେ ଜଡିତ ଅଭିଯୁକ୍ତରୁ ପୋଲିସ ଗିରଫ କରିଛି ।

ଜମିଜମା ବିବାଦ; ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା

ମେ 24ରେ ହୋଲେନାରାଶିପୁରାର ହାସନ ଜିଲ୍ଲାରେ ଘଟିଛି ଏହି ଭୟାନକ ଘଟଣା । ଗୋଟିଏ ପରିବାରର ତିନିଜଣଙ୍କ ହତ୍ୟା କରାଯାଇଛି । ମୃତ ତିନିଜଣ ହେଲେ ରବିକୁମାର(35), ମଲେଶ(58), ମଞ୍ଜେଶ(35) । ପାପାନୀ ନାମକ ଜଣେ ଯୁବକ ହାତରେ ଛୁରୀ ଧରି ବୁଲୁଥିବାର ଭିଡିଓ ଭାଇରାଲ ହୋଇଛି । ହତ୍ୟାକାଣ୍ଡରେ ମୃତକ ରବିକୁମାର ମୃତ୍ୟୁ ପୂର୍ବରୁ ସମସ୍ତ ଘଟଣାକୁ ଫୋନରେ କଏଦ କରିଥିଲେ ।

ହତ୍ୟାକାଣ୍ଡରେ ଜଡିତ ଅନ୍ୟ ଚାରିଜଣ ପ୍ରଦୀପ, ୟୌଗେସ, ରବି ଓ ସଚିନଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ପାପାନୀକୁ ହତ୍ୟା କରିଥିବା ଅଭିଯୁକ୍ତ ଭାନୁକୁ ଗିରଫ କରିଛି ପୋଲିସ । ହୋଲେନାରାଶିପୁରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନିଆଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.