ETV Bharat / bharat

ଉଗ୍ରରୂପ ନେଲା ପତି-ପତ୍ନୀଙ୍କ ବିବାଦ: ଶାଳି ଘରେ ନିଆଁ ଲଗାଇଦେଲା ଯୁବକ, 4 ଜୀବନ୍ତ ଦଗ୍ଧ

author img

By

Published : Feb 9, 2023, 1:53 PM IST

ପରିବାରିକ କଳହକୁ ନେଇ ଘରେ ନିଆଁ ଲଗାଇ ଦେଲା ସ୍ବାମୀ । 4 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ଚେନ୍ନାଇ: ଉଗ୍ର ରୂପ ନେଲା ପାରିବାରିକ ବିବାଦ । ସ୍ତ୍ରୀ ଉପରେ ରାଗ ରଖି ସମ୍ପର୍କୀୟଙ୍କ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ବାମୀ । ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ତିନି ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 2ଜଣ ଶିଶୁ ରହିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ତାମିଲନାଡୁର କୁଡାଲୋର ଜିଲ୍ଲାର ସେଲାନଗୁପାମ ଅଞ୍ଚଳରେ । ନିଆଁ ଲଗାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସାଥଗୁରୁ । ସେ ମଧ୍ୟରେ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଧନଲକ୍ଷ୍ମୀ ଓ ତାଙ୍କ ସ୍ବାମୀ ସାଥଗୁରୁଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ଏହାକୁ ନେଇ ଧନଲକ୍ଷ୍ମୀ ଶାଶୁ ଘର ଛାଡି ଭଉଣୀ ତାମିଲାରାସି ଘରେ ପ୍ରାୟ ଏକ ବର୍ଷ ହେଲା ରହି ଆସୁଥିଲେ । ତେବେ ଗତକାଲି ସାଥଗୁରୁ ପେଟ୍ରୋଲ ଧରି ଶାଳି ଘରେ ପହଞ୍ଚିଥିଲେ । ଏହାପରେ ଘର ଉପରେ ପେଟ୍ରୋଲ ଢାଳିବା ସହ ନିଜ ଉପରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

ଫଳରେ ଘଟଣାସ୍ଥଳରେ ଶାଳି ତାମିଲାରାସି, ତାଙ୍କ ଝିଅ, ପଡିଶା ଘରର 2 ବର୍ଷର ଶିଶୁ ଓ ତାମିଲାରାସିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ଅଗ୍ନିକାଣ୍ଡରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବେ 2ଜଣ ଆହତ ହୋଇଛନ୍ତି । ଏହି ଘଟଣାର ତଦନ୍ତ କରିବା ପରେ ଜଣା ପଡିଥିଲା ଯେ, ସାଥଗୁରୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ବିବାଦ ରହିଥିଲା । ଯାହାକୁ ନେଇ ଧନଲକ୍ଷ୍ମୀ ଭଉଣୀଙ୍କ ଘରେ ଆସି ରହୁଥିଲେ । କିନ୍ତୁ ରାଗ ଭୁଲି ପାରିନଥିଲା ସାଥଗୁରୁ । ରାଗରେ ଜର୍ଜରିତ ହୋଇ ବୁଧବାର ଶାଳି ଘରେ ପହଞ୍ଚି ନିଆଁ ଲଗାଇ ଦେଇଥିଲା । ଫଳରେ ନିଜେ ନିଆଁରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନି ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତିନି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅଧିକ ତଦନ୍ତ ଜାରି ରହିଛି । ''

ସୂଚନା ଥାଉକି, ଆଜି ହିମାଚଳ ପ୍ରଦେଶର ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ଉନ୍ନାର ବନେ ଦି ହଟ୍ଟୀ ଅଞ୍ଚଳରେ ଥିବା ଏକ ବସ୍ତିରେ ନିଆଁ ଲାଗିଯିବାରୁ 4 ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ 3 ଜଣ ଭାଇ-ଉଉଣୀ ରହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବସ୍ତିର ଦୁଇଟି ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ସମୟରେ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ଛୁଆ ଶୋଇଥିଲେ । ନିଆଁ ଲାଗିବା ଦେଖି ସଙ୍ଗେ ସଙ୍ଗେ ଏହାକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା । ମାତ୍ର ସେତେବେଳକୁ ଘରେ ଶୋଇଥିବା 4 ଜଣ ଛୁଆ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.