ETV Bharat / bharat

ଆଧୁନିକ ଭାରତ ଇତିହାସରେ 4 ଗୁଜୁରାଟୀଙ୍କ ଅତୁଳନୀୟ ଅବଦାନ, ମୋଦିଙ୍କ ନାଁ ବି ସାମିଲ - ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଶାହ

ଶ୍ରୀ ଦିଲ୍ଲୀ ଗୁଜୁରାଟୀ ସମାଜର ୧୨୫ ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଦେଶ ପ୍ରତି ୪ ଜଣଙ୍କ ଅବଦାନ ଥିବା କହି ଗୁଜୁରାଟୀଙ୍କ ପ୍ରଶଂସା କରିଛନ୍ତି ଶାହ । ଅଧିକ ପଢନ୍ତୁ

ଭାରତ ଗଠନରେ ୪ ଜଣ ଗୁଜରାଟୀଙ୍କ ଅତୁଳନୀୟ ଅବଦାନ ରହିଛି : ଅମିତ ଶାହ
Four Gujaratis made significant contribution to India: Shah
author img

By

Published : May 19, 2023, 12:15 PM IST

ନୂଆଦିଲ୍ଲୀ: ଗୁଜୁରାଟୀବାସୀଙ୍କୁ ପ୍ରଶଂସାରେ ପୋତିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗତକାଲି(ଗୁରୁବାର) ଶ୍ରୀ ଦିଲ୍ଲୀ ଗୁଜୁରାଟୀ ସମାଜର ୧୨୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶାହ । ଏହି ସମୟରେ ଭାରତର ଇତିହାସକୁ ଦୋହରାଇ ଦେଶ ପ୍ରତି ଗୁଜୁରାଟୀଙ୍କ ଅବଦାନ ସମ୍ପର୍କରେ ବଖାଣିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ବିଶେଷ କରି ଜାତୀୟ ପିତା ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୋରାର୍ଜୀ ଦେଶାଇ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ୪ଜଣଙ୍କର ଦେଶ ପ୍ରତି ଅତୁଳନୀୟ ଅବଦାନ ରହିଥିବା ସେ କହିଛନ୍ତି ।

ଦେଶ ମହାତ୍ମା ଗାନ୍ଧୀଙ୍କ ଭଳି ସଂଗ୍ରାମୀଙ୍କ ପାଇଁ ସ୍ବାଧୀନତା ପାଇଛି ଏବଂ ଏହି ସ୍ବାଧୀନତା ମୋରାର୍ଜୀ ଦେଶାଇଙ୍କ ପାଇଁ ବଜାୟ ରହିଛି । ସେହିପରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପାଇଁ ଦେଶରେ ଏକତା ସମ୍ଭବ ହୋଇପାରିଛି । ସର୍ବୋପରି ଭାରତରେ ଶାନ୍ତି ସୌହାର୍ଦ୍ଦ୍ୟ ବଜାୟ ରହିବା ସହ ସ୍ବାଧୀନତା ମନାଇବା ସମ୍ଭବପର ହୋଇପାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ । ଏପରି କିଛି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହି ୪ଜଣ ମହାନ ବ୍ୟକ୍ତିଙ୍କ ଦେଶ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ଶାହ ।

ଆୟୋଜିତ କାର୍ଯ୍ୟକ୍ରମରେ ଦେଇଥିବା ଅଭିଭାଷଣରେ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଗୁଜରାଟୀ ଦେଶର କୋଣ ଅନୁକୋଣ ସମେତ ବିଦେଶରେ ମଧ୍ୟ ବାସ କରୁଛନ୍ତି । ହେଲେ ସେମାନେ ନିଜ ସଂସ୍କୃତି କି ପରମ୍ପରା କେବେ ଭୁଲି ନାହାଁନ୍ତି । ଯେଉଁଠି ରହିଲେ ବି ନିଜ ପରମ୍ପରା ବଜାୟ ରଖିବା କଥା ଖୁବ୍ ପ୍ରେରଣାଦାୟୀ । ଠିକ୍ ସେହିଭଳି ସଂସ୍କୃତି ତଥା ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଦିଲ୍ଲୀରେ ଗଠନ ହୋଇଥିବା ଶ୍ରୀ ଦିଲ୍ଲୀ ଗୁଜୁରାଟି ସମାଜକୁ ସାଧୁବାଦ୍ ଜଣାଇଛନ୍ତି । ଏହି ଅନୁଷ୍ଠାନ ୧୨୫ ବର୍ଷରେ ପଦାର୍ପଣ କରିଥିବାବେଳେ ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହ ଗୁଜୁରାଟୀ ସଂପ୍ରଦାୟଙ୍କ ଏକତା ଏହିଭଳି ବଜାୟ ରହୁ କହି ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

୨୦୧୪ରୁ ଆରମ୍ଭ କରି ମୋଦିଙ୍କ ୯ ବର୍ଷର ଶାସନକାଳରେ ଭାରତର ଅର୍ଥନୀତିରେ ସୁଧାର ଆସିଛି । ପୂର୍ବରୁ ଭାରତ ବିଶ୍ବରେ ୧୧ ନମ୍ବର ସ୍ଥାନରେ ରହୁଥିବାବେଳେ ବର୍ତ୍ତମାନ ତାହା ୫ ନମ୍ବର ସ୍ଥାନରେ ପହଞ୍ଚିଛି । ମୋଦିଙ୍କ ଶାସନକାଳରେ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ପଦକ୍ଷେପ ଶତ୍ରୁ ଦେଶକୁ ଭୟଭୀତ କରିଛି । ଏହାସହ ଭାରତ ଭଳି ଜନବହୁଳ ଦେଶରେ କରୋନା ମହାମାରୀର ସଫଳ ମୁକାବିଲା କେନ୍ଦ୍ର ସରକାରଙ୍କ ଉପଲବ୍ଧି ସ୍ପଷ୍ଟ କରୁଛି ।

ଆତଙ୍କବାଦ ବିରୋଧରେ ଜିରୋ ଟଲରାନ୍ସ ନୀତି, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦରୁ ଆରମ୍ଭ କରି ବିମୁଦ୍ରୀକରଣ ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହାରି ଭିତରେ ମୋବାଇଲ ଫୋନ ତିଆରରୁ ଆରମ୍ଭ କରି ଶକ୍ତି ଉତ୍ପାଦନ ଆଦି କ୍ଷେତ୍ରରେ ଭାରତକୁ ସଫଳତା ମିଳିଛି । ଇଣ୍ଟରନାସନାଲ ମନିଟାରୀ ଫଣ୍ଡ(IMF) ଭଳି ଏଜେନ୍ସି ଅର୍ଥନୀତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ବଳ ବୋଲି ମତ ପୋଷଣ କରିଛନ୍ତି ଯାହାକି ସମସ୍ତ ଦେଶବାସୀଙ୍କ ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.