ETV Bharat / bharat

କାଶ୍ମୀରରେ 4 ସରକାରୀ କର୍ମଚାରୀ ଚାକିରିରୁ ବିଦା, ବହିଷ୍କୃତଙ୍କ ମଧ୍ୟରେ ଆତଙ୍କବାଦୀ ବିଟ୍ଟା କାରାଟେର ପତ୍ନୀ

author img

By

Published : Aug 13, 2022, 9:25 PM IST

Updated : Aug 13, 2022, 9:34 PM IST

ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଜଣାପଡିବା ପରେ ସେବାରୁ ବିଦା ହେଲେ 4 ସରକାରୀ କର୍ମଚାରୀ । ବହିଷ୍କୃତଙ୍କ ମଧ୍ୟରେ ଆତଙ୍କବାଦୀ ବିଟ୍ଟା କରାଟେର ସ୍ତ୍ରୀ । ଗୁଇନ୍ଦା ସୂଚନା ମିଳିବା ପରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

କାଶ୍ମୀରରେ 4 ସରକାରୀ କର୍ମଚାରୀ ଚାକିରିରୁ ବିଦା, ବହିସ୍କୃତଙ୍କ ମଧ୍ୟରେ ଆତଙ୍କବାଦୀ ବିଟ୍ଟା କାରାଟେର ପତ୍ନୀ

ଶ୍ରୀନଗର: କାଶ୍ମୀରରେ ଦେଶ ବିରୋଧୀ କାର୍ଯ୍ୟକଳାପ (anti national activities) ପାଇଁ ଆତଙ୍କବାଦୀ ବିଟ୍ଟା କରାଟେ (Bitta Karate)ର ପତ୍ନୀ ସମେତ 4 ସରକାରୀ ଅଧିକାରୀଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଛି । ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କାଶ୍ମୀର ପ୍ରଶାସନ । ଅନ୍ୟ ବହିଷ୍କୃତଙ୍କ ମଧ୍ୟରେ ସଂଯୁକ୍ତ ଜିହାଦ ପରିଷଦ (United Jihad Council) ର ମୁଖ୍ୟ ସଏଦ ସଲ୍ଲାଉଦ୍ଦିନର ପୁଅ ମଧ୍ୟ ରହିଛି । ଏମାନଙ୍କ ପୃଷ୍ଠଭୂମି ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବେଳେ ଏମାନେ ନିଜେ ମଧ୍ୟ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ଗୁଇନ୍ଦା ସୂଚନା ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସ୍ଥାନୀୟ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିଥଛନ୍ତି,‘‘ଭାରତୀୟ ସମ୍ବିଧାନର ଧାରା 311 (Article 311 of the Constitution of India) ଅନୁସାରେ, ଏହି ବ୍ୟକ୍ତିମାନଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୁଇନ୍ଦା ସୂତ୍ରରୁ ଏପରି କାର୍ଯ୍ୟକଳାପରେ ଏମାନେ ସମ୍ପୃକ୍ତ ଥିବା ସୂଚନା ମିଳିଥିଲା । ଏହି ବହିସ୍କୃତ ବ୍ୟକ୍ତିମାନେ ବିଭିନ୍ନ ସରକାରୀ ସଂସ୍ଥାରେ କାର୍ଯ୍ୟରତ ଥିଲେ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 13, 2022, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.