ETV Bharat / bharat

କାଳ ହେଲା ସେଲ୍ଫି: ହ୍ରଦରେ ବୁଡି ଚାଲିଗଲା 4 ସାଙ୍ଗଙ୍କ ଜୀବନ - କୋଟଲା ହ୍ରଦରେ ଅଘଟଣ

କୋଟଲା ହ୍ରଦରେ ଅଘଟଣ । କୋଟଲା ହ୍ରଦରେ ସେଲ୍ପି ନେବା ବେଳେ ଡଙ୍ଗା ବୁଡି ଲିଭିଗଲା ୪ଜଣ ସାଙ୍ଗର ଜୀବନ ଦୀପ । ଅଧିକ ପଢନ୍ତୁ

କୋଟଲା ହ୍ରଦରେ ସେଲ୍ପି ନେବା ବେଳେ ବୁଡିଗଲା ଡଙ୍ଗା

author img

By

Published : Mar 22, 2023, 9:07 AM IST

ଚଣ୍ଡିଗଡ: ମହଙ୍ଗା ପଡିଲା ହ୍ରଦ ମଝିରେ ସେଲ୍ଫି ନେବା । ଡଙ୍ଗାରେ ସେଲ୍ଫି ନେଉଥିବା ବେଳେ ଚାଲିଗଲା ୪ଜଣଙ୍କ ସାଙ୍ଗଙ୍କ ଜୀବନ । ଗତକାଲି(ମଙ୍ଗଳବାର) ମଙ୍ଗଳବାର ହରିୟାଣାର ନୁହୁ ଜିଲ୍ଲାର କୋଟଲା ହ୍ରଦରେ ଘଟିଛି ଏହି ଦୁଃଖଦ ଘଟଣା । ୪ ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଥିବା ସୂଚନା ରହିଛି ।

ପୋଲିସର କହିବା ଅନୁସାରେ, ଗତକାଲି(ମଙ୍ଗଳବାର) ଅପରାହ୍ନ ୩ଟା ସମୟରେ ପାଞ୍ଚଜଣ ସାଙ୍ଗ ଡଙ୍ଗା ସାହାଯ୍ୟରେ ସମୁଦ୍ର ଭିତରକୁ ଯାଇଥିଲେ । ସମୁଦ୍ର ଭିତରକୁ ଯାଇ ସେଲ୍ସି ନେଉଥିବା ବେଳେ ଡଙ୍ଗାଟି ବୁଡିଯାଇଥିଲା । ତେବେ ୪ଜଣ ବୁଡି ପ୍ରାଣ ହରାଇଥିବା ବେଳେ ଅନ୍ୟଜଣକୁ ସ୍ଥାନୀୟ ବାସିନ୍ଦା ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ମୃତ ୪ଜଣ ହେଲେ ଆକେଡା ଗ୍ରାମର ୨୩ ବର୍ଷୀୟ ମୁସ୍ତାକ, ୧୭ ବର୍ଷୀୟ ସାକିବ, ୧୨ ବର୍ଷୀୟ ସାହିଲ । ଅନ୍ୟଜଣେ ସିଙ୍ଗେଲେରି ଗ୍ରାମର ୨୧ ବର୍ଷୀୟ ନଜକେତ । ଆକେଡା ଗ୍ରାମର ୧୬ ବର୍ଷୀୟ ମହମ୍ମଦଙ୍କୁ ଗ୍ରାମବାସୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।"

ଡଙ୍ଗା ବୁଡିଯିବା ଖବର ପାଇବା ପରେ କୋଟଲା ହ୍ରଦରେ ଶହ ଶହ ଲୋକ ଭିଡ ଜମାଇଥିଲେ । ସଙ୍ଗେସଙ୍ଗେ ହ୍ରଦ ଭିତରକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେଥିମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣଙ୍କୁ ଜୀବତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ନାଲହଦର ସହିଦ ହସନ ଖାନ ମେଓ୍ବାତି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Earthquake in North india: ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ, ଆଫଗାନିସ୍ତାନ କେନ୍ଦ୍ରସ୍ଥଳ, ଘରୁ ବାହାରି ଆସିଲେ ଲୋକେ

ଅନ୍ୟପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନେଇ ନୁହୁ ଏସ୍ପି ବରୁନ ସିଙ୍ଗଲା କହିଛନ୍ତି, "ଯୁବକମାନେ ବିନା ଅନୁମତିରେ ଡଙ୍ଗା ନେଇ ପାଣି ଭିତରକୁ ଯାଇଥିଲେ । ସେହି ଡଙ୍ଗାଟି ଜଣେ ଗ୍ରାମବାସୀଙ୍କର ହିଁ ଥିଲା । ତେବେ ମୃତକମାନଙ୍କୁ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । "

ପ୍ରକାଶଥାଉକି, ଗତ ଅକ୍ଟୋବର ମାସରେ ୨୪ ବର୍ଷୀୟ ଯୁବତୀ ଏବଂ ଜଣେ ନାବାଳିକା ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଭାଇଚରନା ଜେଟିରେ ସେଲ୍ଫି ନେବା ବେଳେ ବୁଡିଯାଇଥିଲେ । ୪ ଜଣ ସେଲ୍ଫି ନେବା ବେଳେ ବୋଟଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଦୁଇ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.