ETV Bharat / bharat

ସରକାରୀ ଶିଶୁଗୃହରେ ନଥିଲା ଥଣ୍ଡାରୁ ରକ୍ଷା ପାଇଁ ବ୍ୟବସ୍ଥା ! ଆଖି ବୁଜିଲେ 4 ନବଜାତ

author img

By

Published : Feb 15, 2023, 6:43 PM IST

ଉତ୍ତର ପ୍ରଦେଶରେ ସରକାରୀ ଶିଶୁଗୃହରେ ଅବ୍ୟବସ୍ଥାରୁ ଅଘଟଣ । ସଂକ୍ରମଣରେ ପ୍ରାଣ ହରାଇଲେଣି 4 ନବଜାତ ଶିଶୁକନ୍ୟା । ଏବେବି ଜଣେ ଗୁରୁତର ଚିକିତ୍ସାଧୀନ । ଥଣ୍ଡାରୁ ରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗ । ଅଧିକ ପଢନ୍ତୁ

ସରକାରୀ ଚିଲ୍ଡ୍ରେନ ହୋମରେ 4 ଶିଶୁ ମୃତ
ସରକାରୀ ଚିଲ୍ଡ୍ରେନ ହୋମରେ 4 ଶିଶୁ ମୃତ

ଲକ୍ଷ୍ନୌ: ସରକାରୀ ଶିଶୁଗୃହରେ ନଥିଲା ଥଣ୍ଡାରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା । ଫଳରେ ପ୍ରବଳ ଥଣ୍ଡାରେ ନିମୋନିଆରେ ସଂକ୍ରମିତ ହୋଇ 4 ଶିଶୁକନ୍ୟା ପ୍ରାଣ ହରାଇଛନ୍ତି । ଅନ୍ୟଜଣେ ଶିଶୁର ଅବସ୍ଥା ଏବେ ମଧ୍ୟ ଗମ୍ଭୀର ରହିଛି । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ରାଜଧାନୀ ଲକ୍ଷ୍ନୌର ପ୍ରାଗ ନାରାୟଣ ରୋଡରେ ଥିବା ସରକାରୀ ଶିଶୁଗୃହରେ ଦେଖିବାକୁ ମିଳିଛି ।

ଚଳିତ ମାସ 10 ରୁ 12 ତାରିଖ ମଧ୍ୟରେ ସମସ୍ତ 5 ଅସୁସ୍ଥ ଶିଶୁଙ୍କୁ ସ୍ଥାନୀୟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଚିକିତ୍ସାଧୀନ ରହିଛି । ଶିଶୁମାନଙ୍କୁ ଅତି ଗମ୍ଭୀର ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା । ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲେ ସୁଦ୍ଧା ଅବସ୍ଥା ଗମ୍ଭୀର ଥିବାରୁ 4 ଜଣଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ସେହିପରି ଅଘଟଣ ପରେ ଶିଶୁଗୃହର ପରିଚାଳନା ଦାୟିତ୍ବରେ ଥିବା ଅଧୀକ୍ଷକଙ୍କୁ ବିସ୍ତୃତ ରିପୋର୍ଟ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶରେ ଏହି ଟିମ ଗଠନ କରାଯାଇ ଶିଶୁଗୃହକୁ ପଠାଯାଇଛି । ତେବେ ତଦନ୍ତକାରୀ ଟିମ ଯେଉଁ ତଥ୍ୟ ଦେଇଛି, ତାହା ଆହୁରି ଉଦବେଗପୂର୍ଣ୍ଣ । ଡିସେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଶିଶୁଗୃହରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା । ଫଳରେ ଶିଶୁମାନେ ନିମୋନିଆରେ ସଂକ୍ରମିତ ହୋଇଥିବା ପ୍ରାଥମିକ ତଦନ୍ତରୁ ଏହି ଟିମ୍‌ କହିଛି ।

ରାଜ୍ୟ ଶିଶୁ ଅଧିକାର ଆୟୋଗ ଓ ରାଜ୍ୟ ଶିଶୁ ସୁରକ୍ଷା ସମିତିର ସଦସ୍ୟଙ୍କ ଏକ ମିଳିତ ଟିମ୍‌ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଶିଶୁଗୃହ ପରିଦର୍ଶନ କରିବା ପରେ ଏହି ଟିମ୍‌ ହସ୍ପିଟାଲ ଗସ୍ତ କରି ଚିକିତ୍ସା କରିଥିବା ଡାକ୍ତରୀ ଟିମ୍‌ ସହ ମଧ୍ୟ ଆଲୋଚନା କରିଛି । ଶିଶୁଗୃହ ପ୍ରଶାସନ ଅବେହଳାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି । ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶିଶୁମାନେ ଅସୁସ୍ଥ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ଶିଶୁଗୃହ କର୍ତ୍ତୃପକ୍ଷ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.