ETV Bharat / bharat

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମୱାଇ ଇକବାଲଙ୍କ ପରଲୋକ - MY Eqbal passes away

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମୱାଇ ଇକବାଲଙ୍କର 70 ବର୍ଷ ବୟସରେ ଆଜି( ଶୁକ୍ରବାର) ଦେହାନ୍ତ ହୋଇଛି ।

ଏମୱାଇ ଇକବାଲଙ୍କ ପରଲୋକ
ଏମୱାଇ ଇକବାଲଙ୍କ ପରଲୋକ
author img

By

Published : May 7, 2021, 1:00 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମୱାଇ ଇକବାଲଙ୍କର ଆଜି(ଶୁକ୍ରବାର) ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 70ବର୍ଷ ବୟସ ହୋଇଥିଲା ।

ଇକବାଲ ସୁପ୍ରିମକୋର୍ଟରେ 2012ରୁ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । 2016 ଫେବୃଆରୀରେ ସେ ଚାକିରିରୁ ଅବସର ନେଇଥିଲେ । ଏହା ପୂର୍ବରୁ ଜୁନ 2010ରେ ମାଡ୍ରାସ ଉଚ୍ଚ ନ୍ୟାୟଳୟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ଏହା ସହିତ ଇକବାଲ 1996ରେ ପାଟନା ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ପରେ ସେ 2000 ମସିହାରେ ଝାଡଖଣ୍ଡ ଉଚ୍ଚ ନ୍ୟାୟଳୟକୁ ତାଙ୍କର ବଦଳି ହୋଇଥିଲା ।

ସେ 1951ମସିହା ଫେବ୍ରୁଆରୀ 13 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । 1974ରେ ରାଞ୍ଚି ବିଶ୍ବ ବିଦ୍ୟାଳୟରୁ ବିଏସ ଏବଂ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ଏହି ସହିତ ସ୍ବର୍ଣ୍ଣପଦକ ହାସଲ କରିଥିଲେ । 1975 ମସିହାରେ ସିଭିଲ କୋର୍ଟରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । 1990ରେ ସେ ସରକାରୀ ଆବେଦନକାରୀ ଭାବରେ ନିଯୁକ୍ତ ଥିଲେ । ପରେ 1993ରେ ରାଞ୍ଚି ବେଞ୍ଚ ପାଟନା ହାଇକୋର୍ଟରେ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.