ETV Bharat / bharat

ପରଲୋକରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆ

author img

By

Published : May 20, 2021, 7:41 AM IST

ପରଲୋକରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆ । କୋରୋନାରେ ଆକ୍ରାନ୍ତ ହୋଇ ବୁଧବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ...

ପରଲୋକରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆ
ପରଲୋକରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆ

ଜୟପୁର: ଭେଟେରାନ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପରଲୋକ । କୋରୋନାରେ ଆକ୍ରାନ୍ତ ହୋଇ ବୁଧବାର ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା । 1980-81 ମସିହାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ହରିୟାଣା ଏବଂ ବାହାରର ରାଜ୍ୟପାଳ ଥିଲେ ଜଗନ୍ନାଥ ପାହାଡିଆ ।

ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଶୋକ ପ୍ରକାଶ କରିବା ସହ ତାଙ୍କର ଏହି ଅକାଳ ବିୟୋଗ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । କୋରୋନାରେ ଆକ୍ରାନ୍ତ ହୋଇ ପାହାଡିଆ ଆମକୁ ଛାଡି ଚାଲିଗଲେ । ପାହାଡିଆଙ୍କ ମୃତ୍ୟୁ ମୋ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି ଟ୍ବିଟ କରି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ବିଧାନସଭା ବାଚସ୍ପତି ଡକ୍ଟର ସିପି ଯୋଶୀ, କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଢୋଟାସାରା, ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ବହୁ କଂଗ୍ରେସ-ବିଜେପି ନେତା ପାହିଡିଆଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ପାହାଡିଆଙ୍କ ମୃତ୍ୟୁରେ ରାଜ୍ୟ ସରକାରଙ୍କ ତରଫରୁ ଆଜି ଶୋକ ଦିବସ ଘୋଷଣା କରାଯାଇଛି । ଆଜି ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଏବଂ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଆଜି ଅପରାହ୍ନରେ ପାହାଡିଆଙ୍କୁ ଏକ କ୍ୟାବିନେଟ ବୈଠକରେ ଶ୍ରଦ୍ଧାଞ୍ଚଳି ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.